Westbengal: ୬୦ ରଥଯାତ୍ରା କମିଟିକୁ ୫ ଲକ୍ଷ ଦେବେ ପଶ୍ଚିମବଙ୍ଗ ସରକାର

Jul 13, 2026 - 23:04
Westbengal: ୬୦ ରଥଯାତ୍ରା କମିଟିକୁ ୫ ଲକ୍ଷ ଦେବେ ପଶ୍ଚିମବଙ୍ଗ ସରକାର

"କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସରକାର ୬୦ଟି ରଥଯାତ୍ରା କମିଟିକୁ ୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିବେ।

ଏଥି ମଧ୍ୟରୁ ଅନେକ ରଥ ବହୁ ପୁରୁଣା।

କାଠରେ ତିଆରି ପୁରୁଣା ରଥଗୁଡ଼ିକର ନବୀକରଣ ଆବଶ୍ୟକତା ଅଛି।

ଏଣୁ ୬୦ଟି ରଥଯାତ୍ରା କମିଟି ପାଇଁ ସରକାର ୫ ଲକ୍ଷ ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

କମିଟି ଏହି ଟଙ୍କାରେ ରଥର ମରାମତି ଓ ନବୀକରଣ କାର୍ଯ୍ୟ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

ତେବେ ପ୍ରଥମ ଥର ପାଇଁ ସରକାର ରଥଯାତ୍ରା କମିଟିକୁ ଏଭଳି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ଉତ୍ସାହର ସହ ରଥଯାତ୍ରା ପାଳନ ହେଉଛି।

ଏହି ସମୟରେ ମେଳା ମଧ୍ୟ ପରିଚାଳନା କରାଯାଉଛି। ‌ଶୁଭେନ୍ଦୁ କହିଛନ୍ତି, ପୂର୍ବ ମେଦିନୀପୁରରେ ମହିଷାଦଲ ଓ ହୁଗୁଳିର ମହେଶରେ ଆୟୋଜିତ କିଛି ରଥଯାତ୍ରା ବହୁ ପୁରୁଣା।

ପୂର୍ବ ସରକାର ରଥଯାତ୍ରା ପାଇଁ କେବଳ କିଛି ଟ୍ରାଫିକ୍‌ ପୁଲିସ ପଠାଉଥିଲେ।Advertisment ଆହୁରି ପଢନ୍ତୁ: SindhuWater: ସିନ୍ଧୁଜଳ ଚୁକ୍ତି ସ୍ଥଗିତକୁ ବିରୋଧ କରି ପାକିସ୍ତାନରେ ଆନ୍ଦୋଳନ: ଆମେ ମରିଯିବୁ, କିନ୍ତୁ ସିନ୍ଧୁକୁ ଛାଡ଼ିବୁନି କିନ୍ତୁ ଚଳିତ ବର୍ଷଠାରୁ ରାଜ୍ୟ ସରକାର ସକ୍ରିୟ ଭାବେ ରଥଯାତ୍ରାରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ମହିଷାଦଲ ରଥଯାତ୍ରା ୨୫୦ ବର୍ଷ ପୁରୁଣା ହୋଇଥିବା ବେଳେ ମହେଶ ରଥଯାତ୍ରା ଷଷ୍ଠ ଶତାବ୍ଦୀରୁ ଅଧିକ ପୁରୁଣା।

ପୁରୀ ପରେ ଏହାକୁ ଦ୍ବିତୀୟ ପୁରାତନ ରଥଯାତ୍ରା ବିବେଚନା କରାଯାଏ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଭବିଷ୍ୟତରେ ଆହୁରି ଅଧିକ ଯାତ୍ରା କମିଟି ତାଲିକାରେ ଯୋଡ଼ାଯିବ।

ରଥଯାତ୍ରା ସମୟରେ ମେଳା ହେବାକୁ ଥିବା ପ୍ରାୟ ୭୫ଟି ସ୍ଥାନରେ ସରକାର ସେବା କେନ୍ଦ୍ର ପ୍ରତିଷ୍ଠା କରିବେ ବୋଲି ସେ କହିଛନ୍ତି।

ସେହିପରି ଚଳିତ ବର୍ଷ ହୁଗୁଳି ଜିଲ୍ଲାରେ ତାରକେଶ୍ବରୀରେ ୩୦ କିମି ଲମ୍ବା ଶ୍ରାବଣ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଉପରେ ହେଲିକପ୍ଟର ଦ୍ବାରା ଫୁଲ ବର୍ଷା କରାଯିବ ବୋଲି ଅଧିକାରୀ ଘୋଷଣା କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।