Jagannath Temple land case ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତି ସମ୍ପର୍କିତ ମାମଲାର ଶୀଘ୍ର ଫଇସଲା କରିବାକୁ ନିର୍ଦ୍ଦେଶ

Jul 13, 2026 - 22:25
Jagannath Temple land case ଶ୍ରୀଜଗନ୍ନାଥଙ୍କ ଭୂ-ସମ୍ପତ୍ତି ସମ୍ପର୍କିତ ମାମଲାର ଶୀଘ୍ର ଫଇସଲା କରିବାକୁ ନିର୍ଦ୍ଦେଶ

"ସମସ୍ତ ଆର୍‌ଡିସି, ଜିଲ୍ଲାପାଳ, ଡିଏଲ୍‌ଆର୍‌ଏସ୍‌ଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ ଭୁବନେଶ୍ୱର:  ଶ୍ରୀଜଗନ୍ନାଥ ମହାପ୍ରଭୁ,ବିଜେ ପୁରୀଙ୍କ ଭୂସମ୍ପତ୍ତିର ସୁରକ୍ଷା, ଠିକ୍ ରେକର୍ଡର ସଂରକ୍ଷଣ ଓ ସଫଳ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ଏ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ ରାଜସ୍ୱ ପର୍ଷଦ, ସମସ୍ତ ଆର୍‌ଡିସି, ଜିଲ୍ଲାପାଳ ଓ ଭୂ-ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକ (ଡିଏଲ୍‌ଆର୍‌ଏସ୍‌)ଙ୍କୁ ଏହି ପ୍ରସଙ୍ଗରେ ଚିଠି ଲେଖି ତୁରନ୍ତ ଓ ପ୍ରାଥମିକତା ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।Advertisment ଶ୍ରୀଜଗନ୍ନାଥଙ୍କ ଜମି ସରକାରଙ୍କ ଅଧୀନକୁ ନେବା ପ୍ରସଙ୍ଗ: ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ) ପକ୍ଷରୁ ଦାଖଲ ହୋଇଥିବା ୧୧,୬୭୫ଟି ବିବିଧ ରାଜସ୍ୱ ମାମଲାର ଶୀଘ୍ର ଫଇସଲା ସୁନିଶ୍ଚିତ କରିବା ସହିତ ଓଡ଼ିଶା ଇଷ୍ଟେଟ୍ସ୍ ଆବୋଲିସନ୍ ଆଇନର ଧାରା ୭(ଏ) ଅନୁଯାୟୀ ଏସ୍‌ଜେଟିଏ ଦ୍ୱାରା ଦାଖଲ ୨୫୭ଟି ମାମଲାରେ ବୋର୍ଡ ଅଫ୍ ରେଭେନ୍ୟୁ ସଦସ୍ୟଙ୍କ ଆଦେଶର କାର୍ଯ୍ୟକାରିତା ତୁରନ୍ତ ସୁନିଶ୍ଚିତ କରିିବେ।

ଆବଶ୍ୟକସ୍ଥଳେ ୧୯୨୭–୨୮ ମସିହାର ରେକର୍ଡ ଅଫ୍ ରାଇଟ୍ସ ଯାଞ୍ଚ କରି ଖେୱଟ୍ ସଂଶୋଧନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ସହିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ବିଚାର ସମୟରେ ୧୮୮୮–୮୯, ୧୯୨୫–୨୬, ୧୯୨୭–୨୮, ୧୯୨୯–୩୦ ଏବଂ ୧୯୭୭–୭୮ ମସିହାର ପୂର୍ବ ସାବିକ ରେକର୍ଡ ସହ ଅନ୍ୟାନ୍ୟ ପୁରୁଣା ରାଜସ୍ୱ ଅଭିଲେଖ ଯାଞ୍ଚ କରି ଆଇନ ଅନୁଯାୟୀ ଠିକ୍ ଭାବେ ମହାପ୍ରଭୁଙ୍କ ସମ୍ପତ୍ତିର ରେକର୍ଡ ପ୍ରସ୍ତୁତ କରିବେ।

ଦୁଇ ବର୍ଷ ମଧ୍ୟରେ ତୁଟିବ ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାବ୍ୟତୀତ ପୂର୍ବ ସାବିକ ଓ ସାବିକ ରେକର୍ଡ ଅଫ୍ ରାଇଟ୍‌ସ ଏବଂ ସାବିକ-ହାଲ୍ ସମନ୍ୱୟ ରିପୋର୍ଟର ପ୍ରାମାଣିକ ନକଲ ଯଥାଶୀଘ୍ର ଏସ୍‌ଜେଟିଏ ପାଖରେ ଉପଲବ୍ଧ କରାଇବାକୁ କୁହାଯାଇଛି।

ଯାହାଦ୍ୱାରା ବୋର୍ଡ ଅଫ୍ ରେଭେନ୍ୟୁରେ ମାମଲାର ଦକ୍ଷତାର ସହ ପରିଚାଳନା ସମ୍ଭବ ହେବ।

ମହାପ୍ରଭୁଙ୍କ ଜମିର ଚିହ୍ନଟ, ଯାଞ୍ଚ ଓ ସୁରକ୍ଷା ପାଇଁ ରାଜସ୍ୱ ନିରୀକ୍ଷକ, ଅମିନ ଓ ଅନ୍ୟାନ୍ୟ ଅଭିଜ୍ଞ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିୟୋଜିତ କରିବା ସହିତ ନିୟମିତ କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ବେଆଇନ୍ ଦଖଲ, ଅନଧିକାର, ଜାଲିଆତି ଦାବି ଓ ବ୍ୟକ୍ତିଗତ ସ୍ୱାର୍ଥ ସୃଷ୍ଟିକୁ ରୋକିବା ପାଇଁ କଡ଼ା ନିରୀକ୍ଷଣ କରିବେ।

ଏହି ସମସ୍ତ ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲା, ଉପଖଣ୍ଡ ଓ ତହସିଲସ୍ତରର ମାସିକ ରାଜସ୍ୱ ବୈଠକରେ ନିୟମିତ ସମୀକ୍ଷା କରାଯିବ ଏବଂ ପ୍ରତି ମାସରେ ଅଗ୍ରଗତି ରିପୋର୍ଟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପଠାଇବେ।

ଏହାସହ ଅନାବଶ୍ୟକ ମକଦ୍ଦମା କମାଇବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।