SC: ପ୍ରେମ କରି ପଳାଇଯିବାକୁ ରୋକିହେବ କି? ପୋକ୍ସୋ ଆଇନର ଅପବ୍ୟବହାର ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମ୍କୋର୍ଟ
"ନୂଆଦିଲ୍ଲୀ: ନାବାଳକ ଓ ନାବାଳିକାଙ୍କ ମଧ୍ୟରେ ପରସ୍ପର ସମ୍ମତିରେ ଗଢ଼ିଉଠୁଥିବା ପ୍ରେମ ସମ୍ପର୍କ ଓ ଘରୁ ପଳାଇଯିବା ଘଟଣାରେ ପୋକ୍ସୋ (ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା) ଆଇନର ଅପବ୍ୟବହାର ହେଉଥିବା ନେଇ ସୁପ୍ରିମ୍କୋର୍ଟ ପୁଣି ଥରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।
ଏପରି ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଥିଲେ, "ପୁଅ ଓ ଝିଅ ପ୍ରେମ କରି ପଳାଇଯିବାକୁ ଆପଣମାନେ କ"ଣ ସମ୍ପୂର୍ଣ୍ଣ ଭାବେ ରୋକିପାରିବେ?"Advertisment ଆହୁରି ପଢନ୍ତୁ: CVoter: ସି-ଭୋଟର ସର୍ଭେ: ଏନ୍ଡିଏର ୫୩% ଭୋଟର ଇ-୨୦ ପେଟ୍ରୋଲକୁ ପସନ୍ଦ କରୁନାହାନ୍ତି ବିଚାରପତି ବିଭି ନାଗରତ୍ନା ଓ ବିଚାରପତି କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇ କହିଥିଲେ, କେବଳ ଆଇନ ତିଆରି କରିଦେଲେ ଏପରି ସାମାଜିକ ପରିସ୍ଥିତିକୁ ଅଟକାଇ ହେବ ନାହିଁ।
ଯେଉଁ ବୟସରେ କିଶୋର ଓ କିଶୋରୀମାନେ ପରସ୍ପର ପ୍ରତି ଆକର୍ଷିତ ହୁଅନ୍ତି, ସେହି ବାସ୍ତବତାକୁ ମଧ୍ୟ ବୁଝିବା ଆବଶ୍ୟକ।
ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ, ପୋକ୍ସୋ ଆଇନ ସମ୍ପର୍କରେ ଜନସାଧାରଣ, ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଦରକାର।
ଏହାର ଉତ୍ତରରେ ସୁପ୍ରିମ୍କୋର୍ଟ କହିଥିଲେ, ସଚେତନତା ନିଶ୍ଚିତ ଭାବେ ଆବଶ୍ୟକ, କିନ୍ତୁ ପ୍ରେମ ସମ୍ପର୍କ କିମ୍ବା ଘରୁ ପଳାଇଯିବା ଭଳି ଘଟଣାକୁ କେବଳ ପ୍ରଚାର କିମ୍ବା ନିର୍ଦ୍ଦେଶ ଦେଇ ରୋକିହେବ ବୋଲି ଭାବିବା ଠିକ୍ ନୁହେଁ।
ଆହୁରି ପଢନ୍ତୁ: Sexual Assault Attempt ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତଙ୍କୁ ବାନ୍ଧିଲେ ଗ୍ରାମବାସୀ ଅଦାଲତ ଏହା ମଧ୍ୟ କହିଥିଲେ ଯେ, ପୋକ୍ସୋ ଆଇନ ଶିଶୁମାନଙ୍କୁ ଯୌନ ଶୋଷଣ ଓ ଅପରାଧରୁ ସୁରକ୍ଷା ଦେବା ପାଇଁ ପ୍ରଣୟନ କରାଯାଇଛି।
କିନ୍ତୁ ଅନେକ କ୍ଷେତ୍ରରେ ପରସ୍ପର ସମ୍ମତିରେ ଥିବା କିଶୋର–କିଶୋରୀଙ୍କ ସମ୍ପର୍କକୁ ନେଇ ମଧ୍ୟ ଏହି ଆଇନ ପ୍ରୟୋଗ କରାଯାଉଛି।
ବିଶେଷକରି ଝିଅଟି ଘରୁ ପଳାଇଯିବା ପରେ ପରିବାର ପକ୍ଷରୁ ପୁଅ ବିରୋଧରେ ପୋକ୍ସୋ ମାମଲା ରୁଜୁ କରାଯିବାର ନଜୀର ବଢ଼ୁଥିବା ନେଇ ନ୍ୟାୟାଳୟ ଉଦ୍ବେଗ ପ୍ରକାଶ କରିଥିଲେ।ସୁପ୍ରିମ୍କୋର୍ଟ କହିଥିଲେ, ଏଭଳି ମାମଲାରେ ସମ୍ବେଦନଶୀଳ ଦୃଷ୍ଟିକୋଣ ଗ୍ରହଣ କରିବା ସହ ସମାଜରେ ଆଇନ ସମ୍ପର୍କରେ ସଠିକ୍ ଜ୍ଞାନ ପହଞ୍ଚାଇବା ଆବଶ୍ୟକ।
ପୋକ୍ସୋ ଆଇନର ପ୍ରକୃତ ଉଦ୍ଦେଶ୍ୟ ଯେପରି ପୂରଣ ହେବ, ସେଥିପାଇଁ ଏହାର ଅପବ୍ୟବହାରକୁ ମଧ୍ୟ ରୋକିବା ଜରୁରି।
ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସଚେତନତାମୂଳକ ପଦକ୍ଷେପ ନେବାକୁ ଅଦାଲତ ପରାମର୍ଶ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।