Hong Kong Open: ଟୋକିଓ ଅଲିମ୍ପିକ୍ସ ବିଜୟିନୀଙ୍କୁ ହରାଇଲେ ଭାରତର ଏହି ଝିଅ

Nov 19, 2026 - 16:30
Hong Kong Open: ଟୋକିଓ ଅଲିମ୍ପିକ୍ସ ବିଜୟିନୀଙ୍କୁ ହରାଇଲେ ଭାରତର ଏହି ଝିଅ

ହଂକଂ: ଭାରତର ରକ୍ଷିତା ରାମରାଜ ଏଠାରେ ଚାଲିଥିବା ହଂକଂ ଓପନ୍‌ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଗୁରୁବାର ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି।

ମହିଳା ଏକକ ପ୍ରିକ୍ବାର୍ଟରଫାଇନାଲ୍‌ରେ ଏହି ୧୯ ବର୍ଷୀୟ ଭାରତୀୟ ଯୁବତୀ ସିଧାସଳଖ ୨୧-୧୮, ୨୪-୨୨ ଗେମ୍‌ରେ ଟୋକିଓ ଅଲିମ୍ପିକ୍ସ ବିଜୟିନୀ ଚୀନ୍‌ ଖେଳାଳି ୟୁ ଫେଇଙ୍କୁ ପରାସ୍ତ କରିଛନ୍ତି।

Advertisment ବିଶ୍ବର ୪ ନମ୍ବର ଫେଇଙ୍କୁ ହରାଇ ରକ୍ଷିତା ନିଜ ଖେଳ ଜୀବନରେ ବଡ଼ ବିଜୟ ପାଇଛନ୍ତି।

ସେ ପରବର୍ତ୍ତୀ ରାଉଣ୍ଡରେ ସେ ଇଲାଣ୍ଡର ପର୍ଣ୍ଣପାୱି ଚୋଚୁୱଙ୍ଗ୍‌ଙ୍କୁ ଭେଟିବେ।

ପୁରୁଷ ଏକକ ତାରକା ଲକ୍ଷ୍ୟ ସେନ୍‌ ଏବଂ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ନିଜ ନିଜ ମ୍ୟାଚ୍‌ ଜିତି ଆଗକୁ ବଢ଼ିଛନ୍ତି।

ନିକଟରେ ହାଇଲୋ ଓପନ୍‌ ଓ କୁମୋମୋତୋ ମାଷ୍ଟର୍ସ ଜାପାନ୍‌ରେ ଟ୍ରଫି ଜିତିଥିବା ୨୫ ବର୍ଷୀୟ ଲକ୍ଷ୍ୟ ୨୧-୧୧, ୨୧-୧୮ରେ ଡେନ୍‌ମାର୍କର ରାସମୁସ ଗେମ୍‌କେଙ୍କୁ ହରାଇଥିଲେ।

Silver Medal: ଯୁବ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌: ତନ୍ବୀଙ୍କୁ ଐତିହାସିକ ରୌପ୍ୟ କ୍ବାର୍ଟରଫାଇନାଲ୍‌ରେ ‌ସେ ୨୦୨୧ ବିଶ୍ବ ବିଜେତା ଲୋ କିନ୍‌ ୟିଉଙ୍କୁ ଭେଟିବେ।

ଯୁଗଳରେ ପଞ୍ଚମ ମାନ୍ୟତାପ୍ରାପ୍ତ ସାତ୍ତ୍ବିକ-ଚିରାଗ ୨୧-୧୯, ୨୧-୧୬ରେ ମାଲେସିଆର ନୁର ମହମ୍ମଦ ଆଜ୍ରିନ୍‌ ଆୟୁବ ଓ ତାନ୍‌ ୱି କିଓଙ୍ଗ୍‌ଙ୍କୁ ପରାସ୍ତ କରିଥିଲେ।

ପରବର୍ତ୍ତୀ ରାଉଣ୍ଡରେ ଏହି ଭାରତୀୟ ଯୋଡ଼ି ଚୀନ୍‌ର ହୁ କେ ୟୁଆନ୍‌ ଓ ଲିନ୍‌ ଜିଆଙ୍ଗ ୟିଙ୍କୁ ଭେଟିବେ।

ମହିଳା ଏକକରେ ଅସ୍ମିତା ଚାଲିହା ଏବଂ ଯୁଗଳରେ ବିଶ୍ବ କାଂସ୍ୟ ବିଜୟିନୀ ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଅଭିଯାନ ପ୍ରିକ୍ବାର୍ଟରଫାଇନାଲ୍‌ରେ ଶେଷ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)