28 JUNE 2026

Welcome!

Unlock your personalized experience.
Sign Up

Home Minister: ଜୁଲାଇ ୪ରେ ଗୃହ ମନ୍ତ୍ରୀ, ୯ରେ ଉପରାଷ୍ଟ୍ରପତି ଆସିବେ: ବହୁ ସମବାୟ ପ୍ରକଳ୍ପର ଶିଳାନ୍ୟାସ କରିବେ ଅମିତ ଶାହ

Jun 24, 2026 - 06:28
Home Minister: ଜୁଲାଇ ୪ରେ ଗୃହ ମନ୍ତ୍ରୀ, ୯ରେ ଉପରାଷ୍ଟ୍ରପତି ଆସିବେ: ବହୁ ସମବାୟ ପ୍ରକଳ୍ପର ଶିଳାନ୍ୟାସ କରିବେ ଅମିତ ଶାହ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗ ଦେଇ ବିଭିନ୍ନ ଯୋଜନାର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଜୁଲାଇରେ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ସ୍ବରାଷ୍ଟ୍ର  ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆସି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏନେଇ ଅାଜି ମୁଖ୍ୟ ସଚିବ ଅନୁ ଗର୍ଗ ଏକ ପ୍ରସ୍ତୁତି ବୈଠକର ସମୀକ୍ଷା କରିଛନ୍ତି।

Elephant: ସାହି ଭିତରେ ଦୀର୍ଘ ସମୟ ବୁଲିଲା ଦନ୍ତା, ଲୋକ ଭୟଭୀତ ଘର ଛାତ ଉପରକୁ ଚଢ଼ିଲେ

ଗଭୀର ସମୁଦ୍ରରେ ମାଛ ଧରିବାକୁ ଅନୁମତି ପତ୍ର ବାଣ୍ଟିବେ ଉପରାଷ୍ଟ୍ରପତି
ବହୁ ସମବାୟ ପ୍ରକଳ୍ପର ଶିଳାନ୍ୟାସ କରିବେ ଅମିତ ଶାହ

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୯ରେ ଓୟୁଏଟିରେ ଅନୁଷ୍ଠିତ ହେବାକୁ ‘ଗଭୀର ସମୁଦ୍ର ଅଞ୍ଚଳରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ’ ପାଇଁ ଲେଟର ଅଫ୍ ଅଥରାଇଜେସନ୍ (ପ୍ରାଧିକୃତ ଅନୁମତି ପତ୍ର)ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ ଉଦ୍‌ଘାଟନ କରିବେ। ଏଥିପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ଆସିବେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏକାଧିକ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ, ମତ୍ସ୍ୟଚାଷ କ୍ଷେତ୍ରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଆଦି ଅଂଶଗ୍ରହଣ କରିବେ। ସେହିପରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜୁଲାଇ ୪ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।

Sakhi: ୧୦ ମହିଳା ଉଦ୍ୟୋଗୀଙ୍କୁ ୫ ଲକ୍ଷ ଲେଖାଏଁ ଅନୁଦାନ ମିଳିବ

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅମିତ ଶାହ ବଡ଼ମ୍ବା ଚିନିକଳ ସମେତ ବଲାଙ୍ଗୀର ଓ ନୟାଗଡ଼ ଚିନି କଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ କରିବେ। ଏହାସହ ଭୁବନେଶ୍ୱରରେ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟର ଏକ ସ୍କୁଲ ପ୍ରତିଷ୍ଠାର ଭିତ୍ତିପ୍ରସ୍ତର କରିବେ। ହୀରାକୁଦରେ ୧୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପୂର୍ବ ଭାରତର ପ୍ରଥମ ସମନ୍ୱିତ ଆକ୍ୱା ପାର୍କ, ବାଲେଶ୍ୱରର ବସ୍ତାଠାରେ ୭୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ମତ୍ସ୍ୟ ବଜାର ଓ ଭୁବନେଶ୍ୱରର ପାଣ୍ଡରାଠାରେ ୫୯ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ମତ୍ସ୍ୟ ବଜାରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।