Rescue: ସୁନ୍ଦରଗଡ଼ରେ ୨ ଗର୍ଭବତୀ ନାବାଳିକା ଉଦ୍ଧାର

Jun 27, 2026 - 22:51
Rescue: ସୁନ୍ଦରଗଡ଼ରେ ୨ ଗର୍ଭବତୀ ନାବାଳିକା ଉଦ୍ଧାର

"ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ବାଲ୍ୟ ବିବାହ ଓ କମ୍‌ ବୟସରେ ଗର୍ଭଧାରଣ ରୋକିବାକୁ ପ୍ରଶାସନ ଅଭିଯାନ ଚଲାଇଛି।

ଶନିବାର ବାଲିଶଙ୍କରା ବ୍ଲକ ଅଞ୍ଚଳରୁ ୨ ଜଣ ଗର୍ଭବତୀ ନାବାଳିକାଙ୍କୁ ଉଦ୍ଧାର କରିଛି ସମନ୍ବିତ ମା" ଓ ଶିଶୁ ବିକାଶ ବିଭାଗ।

ତଳସରା ଓ କିଞ୍ଜିରକେଲା ଥାନା ଅଞ୍ଚଳର ୧୬ ବର୍ଷର ଏ ଦୁଇ ନାବାଳିକା ଆଦିବାସୀ ପରମ୍ପରା‌ରେ ଦୁଇ ଯୁବକଙ୍କ ଘରକୁ ଯାଇ ରହିଥିଲେ।

Advertisment ଆଦିବାସୀ ପରମ୍ପରାରେ ବିନା ବିବାହରେ ସେମା‌ନେ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ।

ଏବେ ‌ସେମାନେ ଗର୍ଭବତୀ।

ଗାଁ ଅଙ୍ଗନବାଡ଼ି କେନ୍ଦ୍ର ଓ ଆଶାକର୍ମୀଙ୍କଠାରୁ ଏ ସୂଚନା ମିଳିବା ପରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ନିର୍ଦେଶରେ ବାଲିଶଙ୍କରା ଦାୟିତ୍ବରେ ଥିବା ସବଡେଗା ସମନ୍ବିତ ଶିଶୁ ବିକାଶ ଅଧିକାରୀ ବୀଣାପାଣି ଚୌଧୁରୀ ଓ ପରିଦର୍ଶିକା ପଦ୍ମିନୀ ଗର୍ଡ଼ିଆ ଯାଇ କମ୍‌ ବୟସରେ ଗର୍ଭଧାରଣ ମା" ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ବୋଲି ବୁଝାଇଥିଲେ।

ସେମାନଙ୍କ ସୁରକ୍ଷା ପାଇଁ ବିଶେଷ ଯତ୍ନ କେନ୍ଦ୍ରରେ ରଖିବା ଜରୁରୀ କହି ଏହାର ଆଇନଗତ କଟକଣା କଥା ମଧ୍ୟ କହିଥିଲେ।

ଏହା ପରେ ନାବାଳିକାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଆଶ୍ରୟ କେନ୍ଦ୍ରରେ ରଖିଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ବାଲ୍ୟ ବିବାହ ଓ କମ୍‌ ବୟସରେ ଗର୍ଭଧାରଣ ଚିନ୍ତାଜନକ ରହିଛି।

ସରକାରୀ ତଥ୍ୟାନୁସାରେ ୨୦୨୩ରୁ ୨୦୨୬ ୩ ବର୍ଷ ମଧ୍ୟରେ ୩୨୪୮ ନାବାଳିକା, କିଶୋରୀ ଗର୍ଭଧାରଣ କରିଛନ୍ତି।

୨୦୨୩-୨୪ ବର୍ଷରେ ୧୨୦୩ ଜଣ, ୨୦୨୪-୨୫ରେ ୯୯୧ ଜଣ, ୨୦୨୫-୨୬ରେ ୧୦୫୪ ଜଣ ନାବାଳିକା, କିଶୋରୀ ଗର୍ଭବତୀ ହୋଇଛନ୍ତି।

୧୫ ବର୍ଷର ଗର୍ଭବତୀ ନାବାଳିକାକୁ ପୋଡ଼ି ହତ୍ୟା ଘଟଣା: ବାପା ଓ ମା"ଙ୍କୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଲେ ନ୍ୟାୟାଳୟ ଜିଲ୍ଲାର ବିଶେଷ କରି ଆଦିବାସୀ ପରିବାରରେ ବାଲ୍ୟ ବିବାହ ସାଧାରଣ କଥା।

ବିବାହ ପରେ କମ୍‌ ବୟସରେ ଗର୍ଭଧାରଣ କରି ଜୀବନକୁ ବିପଦରେ ପକାଉଛନ୍ତି।

ସେହିପରି ଅବାଞ୍ଛିତ ଗର୍ଭଧାରଣ ମଧ୍ୟ ନାବାଳିକା, କିଶୋରଙ୍କ ପାଇଁ ବିପଦର କାରଣ ହୋଇ ରହିଛି।

ରାଷ୍ଟ୍ରୀୟ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ, ଯୌନ ଶିକ୍ଷା, ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମ ସ‌ତ୍ତ୍ବେ ଏହାକୁ ଆଶାନୁରୂପ ନିୟନ୍ତ୍ରଣ କରାଯାଇପାରୁ ନାହିଁ।

ଅଭିଯାନକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରି ବାଲ୍ୟ ବିବାହ ଓ କମ୍‌ ବୟସରେ ଗର୍ଭଧାରଣ ରୋକିବା ଜରୁରୀ ବୋଲି ମତପ୍ରକାଶ ପାଇଛି।

"