Maa Rambhadevi: ମା’ ରମ୍ଭାଦେବୀଙ୍କ ଯାତ୍ରା
/sambad/media/media_files/2026/06/27/dgh1-2026-06-27-20-24-14.jpeg)
ପାହାଡ଼ ଗୁମ୍ଫାରେ ମା’
ଅରଣ୍ୟବେଷ୍ଟିତ ପାହାଡ଼ ଗୁମ୍ଫାରେ ମା’ ପୂଜା ପାଇଆସୁଥିବାବେଳେ ପ୍ରତ୍ୟହ ମାଙ୍କ ପାଖରେ ପଂହଚି ପୂଜାର୍ଚ୍ଚନା ସମ୍ଭବ ନଥିବାରୁ ସୁଗୁଡା ଗ୍ରାମରେ ମାଙ୍କର ଏକ ଆସ୍ଥାନ ସ୍ଥାପନା କରାଯାଇ ସେଠାରେ ପ୍ରତ୍ୟହ ପୂଜାର୍ଚ୍ଚନା କରାଯାଏ ଓ କେତେକ ନିର୍ଦ୍ଧିଷ୍ଟ ତିଥିରେରେ ମାଙ୍କ ପୀଠରେ ପହଂଚି ଦେହୁରୀ ତଥା ପୂଜକ ପୂଜାର୍ଚ୍ଚନା କରିଥାନ୍ତି।
/sambad/media/media_files/2026/06/27/dgh2-2026-06-27-20-24-56.jpeg)
ମା’ଙ୍କ ଆସ୍ଥାନରେ ପୂଜାର୍ଚ୍ଚନା
ସେହି ପ୍ରଥା ଅନୁଯାୟୀ, ଶନିବାର ସକାଳେ ପ୍ରଥମେ ସୁଗୁଡ଼ାରେ ଥିବା ମା’ଙ୍କ ଆସ୍ଥାନରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଦେହୁରୀଙ୍କ ସହ ଶ୍ରଦ୍ଧାଳୁମାନେ ପାହାଡ଼ି ରାସ୍ତା ଦେଇ ମାଙ୍କ ପୀଠଥିବା ପାହାଡ଼ ଗୁମ୍ପାରେ ପହଂଚି ମାଙ୍କ ପୁଜାର୍ଚ୍ଚନା କରିବା ସହ ପଶୁ ପକ୍ଷୀବଳି ଦିଆଯାଇଥିଲା।
/sambad/media/media_files/2026/06/27/dgh3-2026-06-27-20-25-32.jpeg)
ପର୍ବତ ଖୋଳରେ ଦିନଟିଏ
ମା’ଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତଙ୍କ ସମାଗମରେ ଏହି ପର୍ବତ ଖୋଳ ଦିନଟିଏ ପାଇଁ ଲୋକାରଣ୍ୟ ହେବା ସହିତ ବହୁ ଦୋକାନବଜାର ପଡିଥିଲା।କିମ୍ୱଦନ୍ତୀ ଅନୁସାରେ ପୂର୍ବରୁ ମାଙ୍କ ବିଗ୍ରହକୁ ସମସ୍ତେ ପୂଜା କରୁଥିଲେ।କିନ୍ତୁ କୌଣସି ଅସୁବିଧାକ୍ରମେ ମାଙ୍କ ବିଗ୍ରହ ସମ୍ମୁଖରେ ଏକ ବଡ ପଥର କବାଟ ଭଳି ବନ୍ଦ ହୋଇଯିବାରୁ ସେହିଦିନଠାରୁ ମାଙ୍କୁ ଆଉ କେହି ଭକ୍ତ ଦର୍ଶନ କରିପାରିଲେନାହିଁ।
/sambad/media/media_files/2026/06/27/dgh4-2026-06-27-20-26-21.jpeg)
ଶୂନ୍ୟ ଠାକୁରଙ୍କୁ ପୂଜା
ସେହି ଦିନଠାରୁ ମାଙ୍କ ପ୍ରତିମାକୁ କେହି ଦେଖିପାରନ୍ତି ନାହିଁ କେବଳ ସେହି କବାଟ ଭଳି ବନ୍ଦ ପଡିଥିବା ଆସ୍ଥାନ ନିକଟରେ ସମସ୍ତେ ଶୂନ୍ୟ ଠାକୁରଙ୍କୁ ପୂଜା କରିଆସୁଛନ୍ତି।ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଯୋଗ ଦେଇ ମାଙ୍କ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନଙ୍କୁ ପାଇଁ ବିଜେଡି ପକ୍ଷରୁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା।
/sambad/media/media_files/2026/06/27/dgh5-2026-06-27-20-26-51.jpeg)
ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗ
ଧର୍ମେନ୍ଦ୍ର ପ୍ରଧାନ ଫେନ କ୍ଳବ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗ ଏବଂ ଦହି ପାଣି ବଣ୍ଟନ କରାଯାଇଥିଲା। କ୍ଲବର ଆବାହକ ତଥା ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତିଲେଇବଣି ପଂଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ମୁଖ୍ୟଅତିଥି, ଉପାଧ୍ୟକ୍ଷା ଆରତୀ ପ୍ରଧାନ, ପୂର୍ବ ଜିଲ୍ଲାପରିଷଦ ସଭାପତି ରଣଜିତ ପଟେଲ, ବିଜେପି ନେତା ଯୋଗେଶ ଚନ୍ଦ୍ର ପ୍ରଧାନ, ବିରଞ୍ଚି ନନ୍ଦ, ପ୍ରୀତି ପରମିତା ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଏହାକୁ ଉଦଘାଟନ କରିଥିଲେ। ଏଥିରେ ସାବିତ୍ରୀ ଭୋଜ, ନୀଳମଣି ଆଚାର୍ଯ୍ୟ, ବିଶେଶ୍ବର ଦ୍ବିବେଦୀ, ସୁଶୀଲ ଭୋଇ, ମକରଧ୍ବଜ ହସ୍ତୀ, ପଙ୍କଜ ପାତ୍ରଙ୍କ ସମେତ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ।ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
/sambad/media/media_files/2026/06/27/dgh6-2026-06-27-20-27-27.jpeg)