28 JUNE 2026

Welcome!

Unlock your personalized experience.
Sign Up

Monsoon: ସାରା ଓଡ଼ିଶା ଛୁଇଁଲା ମୌସୁମୀ

Jun 24, 2026 - 06:28
Monsoon: ସାରା ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ବର: ଆଜି ସାରା ରାଜ୍ୟକୁ ସ୍ପର୍ଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତେବେ ମୌସୁମୀର ଦୁର୍ବଳ ସ୍ଥିତି କାରଣରୁ ନିଅଣ୍ଟିଆ ବର୍ଷା ସଙ୍କେତ ମିଳିଲାଣି। ଓଡ଼ିଶାରେ ଗତ ୧୦ ଦିନ ଭିତରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ଆଗକୁ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ବିଭିନ୍ନ ମଡେଲ୍‌କୁ ଆକଳନ କରି କହିଛନ୍ତି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁନ୍‌ର ତଥ୍ୟକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଆଇଆର୍‌ଆଇ-ସିପିସି ଗ୍ଲୋବାଲ୍ ଆକଳନ ଅନୁଯାୟୀ ମୌସୁମୀର ମୁଖ୍ୟ ସମୟ ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ବିଶେଷ କରି ଉତ୍ତର ଓ ଉପକୂଳ ଜିଲ୍ଲାଗୁଡ଼ିକରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହେବାର ୪୫ରୁ ୫୫% ସମ୍ଭାବନା ରହିଛି।

Elephant: ସାହି ଭିତରେ ଦୀର୍ଘ ସମୟ ବୁଲିଲା ଦନ୍ତା, ଲୋକ ଭୟଭୀତ ଘର ଛାତ ଉପରକୁ ଚଢ଼ିଲେ

୨୦୨୬ ମସିହାର ଅବଶିଷ୍ଟ ମାସଗୁଡ଼ିକରେ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବାର ୬୦ରୁ ୭୦% ସମ୍ଭାବନା ଅଛି। ସାମଗ୍ରିକ ଭାବେ ଚଳିତ ବର୍ଷ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବ ଏବଂ ବର୍ଷାର ଅନିୟମିତତା ହିଁ ଚାଷ ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେବ। ନାସା, ବିଶ୍ୱର ବିଭିନ୍ନ ପାଣିପାଗ ମଡେଲ୍ ଓ ଅଷ୍ଟ୍ରେଲିଆର ବ୍ୟୁରୋ ଅଫ୍ ମେଟେରୋଲୋଜିର ଆକଳନ ଅନୁଯାୟୀ, ୨୦୨୬ ମସିହାର ଦ୍ୱିତୀୟ ଭାଗରେ ଏକ ଦୁର୍ବଳ ଏଲ୍‌ନିନୋ ସ୍ଥିତି ସୃଷ୍ଟି ହେଉଛି। ଏହାର ପ୍ରଭାବରେ ବହୁଦିନ ଧରି ବର୍ଷା ହୁଏନାହିଁ ଏବଂ ଅଧିକ ଗରମ ଅନୁଭୂତ ହୋଇଥାଏ।

Elephant: ସାହି ଭିତରେ ଦୀର୍ଘ ସମୟ ବୁଲିଲା ଦନ୍ତା, ଲୋକ ଭୟଭୀତ ଘର ଛାତ ଉପରକୁ ଚଢ଼ିଲେ