Hockey World Cup 2026: ଦ୍ବିତୀୟ ରାଉଣ୍ଡ ଲକ୍ଷ୍ୟରେ ଭାରତ: ଗୁରୁବାର ଇଂଲଣ୍ଡକୁ ଭେଟିବ
"ଆମଷ୍ଟେଲଭିନ୍: ଚଳିତ ଏଫ୍ଆଇଏଚ୍ ବିଶ୍ବକପ୍ର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିବା ଲକ୍ଷ୍ୟରେ ଥିବା ଅପରାଜେୟ ଭାରତୀୟ ମହିଳା ହକି ଦଳ ଗୁରୁବାର ପୁଲ୍-ଡି"ର ଶେଷ ମ୍ୟାଚ୍ରେ ଇଂଲଣ୍ଡକୁ ଭେଟିବ।
ବିଶ୍ବର ୪ ନମ୍ବର ତଥା ଅଲିମ୍ପିକ୍ସ ରୌପ୍ୟ ବିଜେତା ଚୀନ୍ ବିପକ୍ଷ ପ୍ରଥମ ମ୍ୟାଚ୍କୁ ୨-୨ରେ ଡ୍ର" ରଖି ଅଭିଯାନ ଆରମ୍ଭ କରିଥିବା ଭାରତ ପରବର୍ତ୍ତ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୬-୧ରେ ହରାଇ ଦୃଢ଼ ଆତ୍ମବିଶ୍ବାସରେ ରହିଛି।
ଗୁରୁବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍କୁ ଅତିକମ୍ରେ ଡ୍ର" ରଖିଦେଲେ ଭାରତର ପରବର୍ତ୍ତୀ ରାଉଣ୍ଡ ନିଶ୍ଚିତ ହେବ।
ସଂପ୍ରତି ଭାରତ ଓ ଚୀନ୍ ପ୍ରତ୍ୟେକ ୪ ପଏଣ୍ଟ୍ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ଭାରତ ଆଗରେ ରହି ଟେବୁଲର ଶୀର୍ଷରେ ରହିଛି।
ଇଂଲଣ୍ଡ ୩ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଥିବାରୁ ଏହାକୁ ଅତିକମ୍ରେ ଏହି ମ୍ୟାଚ୍ ବିଜୟ ହିଁ ଫାଇନାଲ୍କୁ ନେଇପାରିବ।Advertisment ଭାରତୀୟ ଦଳରେ ସଠିକ୍ ସନ୍ତୁଳନ ଥିବା ଜଣାପଡ଼ିଛି ଚଳିତ ବିଶ୍ବକପ୍ରେ ଭାରତର ଆକ୍ରମଣତ୍ମକ ଖେଳ ତା"ର ଶକ୍ତି ବୃଦ୍ଧି କରିଛି।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳର ୬ ଜଣ ଖେଳାଳି ଗୋଲ୍ କରିଥିଲେ।
ଯାହା ୧୧ ଜଣ ପଦାର୍ପକାରୀଙ୍କୁ ନେଇ ଖେଳୁଥିବା ଭାରତୀୟ ଦଳରେ ସଠିକ୍ ସନ୍ତୁଳନ ଥିବା ଜଣାପଡ଼ିଛି।
ଏପର୍ଯ୍ୟନ୍ତ ଦୀପିକା ଓ ନବନୀତ କୌର ୨ଟି ଲେଖାଏଁ ଗୋଲ୍ ଦେଇଥିଲା ବେଳେ ଲାଲରେମସିଆମି ଓ ଓଡ଼ିଶା ସୁନେଲିତା ଟୋପ୍ପୋ ପରୱାର୍ଡରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି।
ସୁଶିଳା ଚାନୁଙ୍କ ନେତୃତ୍ବରେ ଡିଫେଣ୍ଡର ଭଲ କରୁଥିଲା ବେଳ ଗୋଲ୍ ପୋଷ୍ଟରେ ଅଭିଜ୍ଞ ଗୋଲି ସବିତା ଓ ବିଚୁ ଦେବୀ ପ୍ରାଚୀର ହୋଇ ଯାଇଛନ୍ତି।
Sai Kishore: ଗ୍ଲସେଷ୍ଟରସାୟରରେ ଯୋଗଦେଲେ ସାଇ କିଶୋର ଅନ୍ୟପକ୍ଷରେ ଇଂଲଣ୍ଡ ୪-୦ରେ ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଚୀନ୍ଠାରୁ ପରାସ୍ତ ହୋଇଛି।
ତେବେ ଭାରତକୁ ଏହି ଦଳ ଚଳିତ ବର୍ଷ ହାଇଦ୍ରାବାଦରେ ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟରେ ୨-୦ରେ ହରାଇଥିଲା।
ଗୁରୁବାର ଭାରତ ଏହି ପରାଜୟର ପ୍ରତିଶୋଧ ସହ ଗ୍ରୁପ୍ ଟପର୍ ଭାବେ ପରବତ୍ତୀ ରାଉଣ୍ଡ ପ୍ରବେଶ ଲକ୍ଷ୍ୟ ରଖିଛି।
ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଜୋଏର୍ଡ ମାରିନ କହିଛନ୍ତି, ""ଚୀନ୍ ବିପକ୍ଷ ଡ୍ର ଓ ଦକ୍ଷିଣ ଆଫ୍ରିକା ବିଜୟରେ ଆମେ ବସିପଡ଼ିବୁନି।
ଇଂଲଣ୍ଡ ଭଲ ଦଳ।
ଆମଠୁ ମାନ୍ୟତାରେ ଉପରେ ଅଛନ୍ତି।
ଆମକୁ ବି ଚଳିତ ବର୍ଷ ହରାଇଛନ୍ତି।
ତେଣୁ ଆମକୁ ସତର୍କତା ସହ ଖେଳିବାକୁ ପଡ଼ିବ""।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
