Constable training: ବେଆଇନ ନିଶା କାରବାର ରୋକିବା ଦିଗରେ ଅବକାରୀ ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ
"ଭୁବନେଶ୍ୱର: ବେଆଇନ ନିଶା ଓ ମାଦକ ଦ୍ରବ୍ୟ ଯୋଗୁଁ ଅନେକ ଧନଜୀବନ ହାନି ଘଟୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଶାମୁକ୍ତ ଭାରତ ଅଭିଯାନକୁ ଗୁରୁତ୍ୱ ଦେଇ ଆସିଛନ୍ତି।
ଏହି କ୍ଷେତ୍ରରେ ଅବକାରୀ ବିଭାଗର ଦାୟିତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ।
ବେଆଇନ ନିଶା ଓ ମାଦକ କାରବାରକୁ ରୋକିବା ଏବଂ ନିୟମିତ ଚଢ଼ାଉ କରିବା ଦିଗରେ ଅବକାରୀ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ଗତ ଦୁଇବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।
ତେବେ ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରି ଓଡ଼ିଶାକୁ ବେଆଇନ ନିଶାମୁକ୍ତ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।Advertisment ଆଜି ବିଭାଗ ପକ୍ଷରୁ ଆୟୋଜିତ ଅବକାରୀ କନଷ୍ଟେବଳମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଚାକିରି ଜୀବନରେ ପ୍ରଶିକ୍ଷଣ କେବଳ ଔପଚାରିକତା ନୁହେଁ।
ଏହା କାର୍ଯ୍ୟ ଦକ୍ଷତା, ଆଚରଣ, ସଚ୍ଚୋଟତା, ଶୃଙ୍ଖଳା ଜ୍ଞାନକୁ ଅଧିକ ପରିବ୍ୟାପ୍ତ କରିବା ପାଇଁ ସୁଯୋଗ ସୃଷ୍ଟି କରେ।
ତେଣୁ ଏହି ତାଲିମରୁ ଜ୍ଞାନ ଅର୍ଜନ କରି ବିଭାଗର କାର୍ଯ୍ୟକୁ ସଫଳତାର ସହ ଆଗକୁ ନେବା ପାଇଁ ଅବକାରୀ କନଷ୍ଟେବଳମାନଙ୍କୁ ସେ ପରାମର୍ଶ ଦେଇଥିଲେ।
Chief Minister: ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଲୋକାୟୁକ୍ତ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଅବକାରୀ କମିtନର ପି.
ଅନ୍ଵେଷା ରେଡ୍ଡୀ ତାଲିମ କାର୍ଯ୍ୟକ୍ରମର ବିସ୍ତୃତ ରୂପରେଖ ଏବଂ ଏହି ତାଲିମ କର୍ମଚାରୀମାନଙ୍କ ଲାଗି କେତେ ଉପଯୋଗୀ ହୋଇପାରିବେ ତାହା ବର୍ଣ୍ଣନା କରିଥିଲେ।
ତାଲିମ କାର୍ଯ୍ୟକ୍ରମରେ ମୋଟ ୪୪୬ ଜଣ କନଷ୍ଟେବଳଙ୍କୁ ତାଲିମ ଦିଆଯିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୫୦ ଜଣ ତାଲିମ ଗ୍ରହଣ କରିବେ।
ଏହି ୪୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଅବକାରୀ ଆଇନ ଓ ନିୟମ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ, ଏନ୍ଡିପିଏସ୍ ଆକ୍ଟ ଓ ସରକାରୀ କର୍ମଚାରୀ ଆଚରଣ ନିୟମ ଆଦି ବିଷୟରେ ତାଲିମ ପ୍ରଦାନ କରାଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
