Niti Aayog: ନିତି ଆୟୋଗ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
"ଭୁବନେଶ୍ବର: ନିତି ଆୟୋଗର ନିବେଶ ଅନୁକୂଳ ସୂଚୀରେ ଓଡ଼ିଶା ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସ୍ଥାନ ପାଇଥିବାରୁ ରାଜ୍ୟବାସୀ, ସବୁ ବିଭାଗ, ଶିଳ୍ପ ସହଯୋଗୀ, ଉଦ୍ୟୋଗୀ, ନିବେଶକ ଓ ସରକାରୀ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।
ଏହାକୁ ସେ ଓଡ଼ିଶା ପାଇଁ ଗର୍ବ ଓ ରାଜ୍ୟ ବିକାଶ ଯାତ୍ରାର ଏକ ମାଇଲଖୁଣ୍ଟ କହିଛନ୍ତି।
ସେ କହନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ସଂସ୍କାରମୂଳକ ପଦକ୍ଷେପ ଓ ଡବଲ ଇଞ୍ଜିନ ସରକାର ପାଇଁ ଓଡ଼ିଶାର ପ୍ରଗତି ତ୍ବରାନ୍ବିତ ହୋଇଛି।
୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।Advertisment Support: ବାପା ମାଆ ଛେଉଣ୍ଡ ୪ ଅସହାୟ ଶିଶୁଙ୍କ ପାଖରେ ସ୍ୱାକ୍ ଓଡ଼ିଶା ଏବେ ଏକ ବିବିଧ ବିନିର୍ମାଣ ଓ ସେବା ହବ୍ ଭାବେ ଉଭା ହୋଇ ବିଭିନ୍ନ କ୍ଷେତ୍ରରେ ନିବେଶ ହାସଲ କରୁଛି।
ଏହି ନିବେଶ ଦ୍ବାରା ରାଜ୍ୟରେ ଢାଞ୍ଚାଗତ ପରିବର୍ତ୍ତନ ହେଉଛି।
ଶିଳ୍ପ ପାର୍କ, ଲଜିଷ୍ଟିକ୍ସ କରିଡର, ଉନ୍ନତ ଯୋଗାଯୋଗ, ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ଜରିଆରେ ସରକାର ଆଧୁନିକ ଶିଳ୍ପ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେଉଥିବା ସେ କହିଛନ୍ତି।
ଏଥି ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ଯେ ନିତି ଆୟୋଗର ଏହି ମାନ୍ୟତା ଓଡ଼ିଶାର ସଂସ୍କାରମୂଳକ ପଦକ୍ଷେପ ଠିକ୍ ଦିଗରେ ଗତି କରୁଥିବାର ପ୍ରମାଣ ଅଟେ।
Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।