Ratha yatra: ବର୍ଷା ହେଲା ବାଧକ: ଆଜି ନନ୍ଦିଘୋଷ, ତାଳଧ୍ବଜର ଦକ୍ଷିଣ ମୋଡ଼
"ପୁରୀ: ନବଦିନାତ୍ମକ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।
ଜନ୍ମବେଦି ଲୀଳା ସାରି ରତ୍ନବେଦିକୁ ବାହୁଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।
ମହାପ୍ରଭୁଙ୍କ ପ୍ରତ୍ୟାଗମନ ପାଇଁ ରଥ ଦକ୍ଷିଣାଭିମୁଖୀ ହୋଇଛି।
ପରମ୍ପରା ମୁତାବକ, ହେରାପଞ୍ଚମୀ ପରଦିନ, ଅର୍ଥାତ୍ ନବଦିନାତ୍ମକ ଯାତ୍ରାର ଷଷ୍ଠ ଦିନ ରଥର ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବାର ବିଧିକୁ ଅନୁସରଣ ପୂର୍ବକ ଆଜି ରଥ ନାକଚଣା ଦ୍ବାର ସମ୍ମୁଖ ଭାଗକୁ ନିଆଯାଇଛି।
ତେବେ ନୀତି ବିଳମ୍ବର ପ୍ରଭାବ ପୁଣି ଦକ୍ଷିଣମୋଡ଼ ଉପରେ ପଡ଼ିଛି।
ବିଳମ୍ବ ଏବଂ ମୂଷଳ ଧାରାରେ ବୃଷ୍ଟିପାତ ଯୋଗୁଁ କେବଳ ଦେବଦଳନ ରଥ ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି।
ତାଳଧ୍ବଜ ଅଳ୍ପ ବାଟ ଗଡ଼ି ଅଟକିଛି।
ନନ୍ଦିଘୋଷ ରଥ ଆଦୌ ଗଡ଼ିପାରିନାହିଁ।
ସନ୍ଧ୍ୟା ହୋଇଯିବାରୁ ଏବଂ ପ୍ରବଳ ବର୍ଷା ହେବାରୁ ନନ୍ଦିଘୋଷ ରଥଟଣା ହୋଇପାରିନାହିଁ।
ଆଜି ରଥରେ ମହାପ୍ରଭୁ ନଥିଲେ କି ଘୋଡ଼ା ସଂଯୋଗ ହୋଇନଥିଲା।
ମାତ୍ର ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥକୁ ଦକ୍ଷିଣାଭିମୁଖୀ କରାଯାଇଥିଲା।Advertisment Judgement: ସୁରେନ୍ଦ୍ର ଗାଡଲିଙ୍ଗଙ୍କ ଜାମିନ ଆବେଦନ ଶୁଣାଣିରୁ ତୃତୀୟ ସୁପ୍ରିମ୍କୋର୍ଟ ବିଚାରପତି ଓହରିଲେ ମହାପ୍ରଭୁ ନାକଚଣା ଦ୍ବାର ବାଟେ ପହଣ୍ଡି ହୋଇ ରଥରେ ବିରାଜମାନ କରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ।
ଜନ୍ମବେଦି ଲୀଳା ସାରି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ।
ଏନେଇ ସ୍ବତନ୍ତ୍ର ନୀତିକାନ୍ତି ସହ ରଥଟଣା ହେବା ପୂର୍ବରୁ ମହାପ୍ରଭୁଙ୍କ ଆଜ୍ଞା ସ୍ବରୂପ ଆଜ୍ଞାମାଳ ଆସିଥିଲା।
ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କର ଆଜ୍ଞାମାଳକୁ ତିନିଜଣ ପାଳିଆ ପୂଜାପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହାଳୀ ସହ ତିନି ରଥକୁ ଆଜ୍ଞାମାଳ ଆଣି ପ୍ରଦାନ କରିଥିଲେ।
ଅପରାହ୍ଣ ୨ଟାରେ ଆଜ୍ଞାମାଳ ବିଜେ ପରେ ରଥଟଣା ଆରମ୍ଭ ହୋଇ ଦକ୍ଷିଣ ମୋଡ଼ କରାଯାଇଥିଲା।
ପୁଲିସ କର୍ମଚାରୀଙ୍କ ଦ୍ବାରା ଶ୍ରୀମନ୍ଦିରର ଅଧିକାରୀ, କର୍ମଚାରୀଙ୍କ ଉପସ୍ଥିତିରେ ଦକ୍ଷିଣମୋଡ଼ କରାଇଯାଇଥିଲା।
ରଥରେ ଶ୍ରୀବିଗ୍ରହ ଅନୁପସ୍ଥିତ ରହୁଥିବାରୁ ଭକ୍ତମାନେ ରଥ ଟାଣିନଥିଲେ।
ଅନ୍ୟପକ୍ଷରେ ଦକ୍ଷିଣ ମୋଡ଼ କରିବା ପାଇଁ ରଥକୁ ଆବଶ୍ୟକତା ଅନୁସାରେ ଆଗପଛ ହୋଇ ଟଣାଯାଉଥିବାରୁ ଏଥିରେ ଭକ୍ତମାନଙ୍କୁ ଜଡ଼ିତ କରାଯାଇନଥିଲା।
Horoscope 2026 July 22: ଜାଣନ୍ତୁ ଆଜିର ରାଶିଫଳ...
ସୋମବାର ହେରା ପଞ୍ଚମୀ ନୀତିକାନ୍ତି ବିଳମ୍ବ ହେତୁ ରାତ୍ର ପହୁଡ଼ ହୋଇ ନଥିଲା।
ସକାଳ ସାଢ଼େ ୮ଟାରେ ଦ୍ବାର ଫିଟା ହୋଇଥିଲା।
ନିର୍ଦ୍ଧାରିତ ନୀତିକାନ୍ତି ମୁତାବକ, ମଙ୍ଗଳବାର ମଙ୍ଗଳଆଳତି ପରେ ମଇଲମ, ତଡ଼ପଲାଗି, ଅବକାଶ ହୋଇ ଅପରାହ୍ଣ ୧୧ଟା ୩୫ରୁ ସାହାଣ ମେଲା ଦର୍ଶନର ସୁଯୋଗ ମିଳିଥିଲା।
ସକାଳ ଧୂପ ଅପରାହ୍ଣ ୨ଟା ୧୦ ମଧ୍ୟରେ ସମ୍ପନ୍ନ ହୋଇଥିଲା।
ଭୋଗ ମଣ୍ଡପ ଉଠିବା ପରେ ୩ଟା ୧୦ରେ ରଥ ଆଜ୍ଞାମାଳ ବିଜେ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା।
ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ନାକଚଣା ଦ୍ବାର ସମ୍ମୁଖରେ ପହଞ୍ଚି ଯାଇଥିଲା।
ମାତ୍ର ତାଳଧ୍ବଜ ରଥ ଟଣା ଆରମ୍ଭ ହେଉଣୁ ପ୍ରବଳ ବର୍ଷା ହେବାରୁ ଅଳ୍ପ ବାଟ ଟଣା ହୋଇ ଅଟକିଥିଲା।
ନନ୍ଦିଘୋଷ ରଥ ବୁଧବାର ସକାଳେ ଦକ୍ଷିଣ ମୋଡ଼ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।