Hilsa fish: ନଈକୁ ଆସୁନି ଇଲିଶି

Nov 08, 2026 - 09:07
Hilsa fish: ନଈକୁ ଆସୁନି ଇଲିଶି

ମାଛ ଭିତରେ ଇଲିଶିର ଏକ ସ୍ବତନ୍ତ୍ର ପରିଚୟ ରହିଛି।

ଏହାର ଚାହିଦା ସବୁଠି ରହିଛି।

ଗଙ୍ଗା-ବ୍ରହ୍ମପୁତ୍ର-ମେଘନା ତ୍ରିକୋଣଭୂମି ଇଲାକାରେ ଏହା ଉତ୍ସବକାଳୀନ ଆହାର।

ଇଲିଶି ବିକି ଅନେକ ଛୋଟମୋଟ କୈବର୍ତ୍ତ ଓ ବେପାରୀ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି।

ତେବେ ଆଜିକାଲି ସମୁଦ୍ର ଉତ୍ତପ୍ତ ହେଉଥିବାରୁ, ତ୍ରିକୋଣଭୂମି ପରିବେଶରେ ପରିବର୍ତ୍ତନ ଓ ଦେଶର ସୀମାନ୍ତରେ ବାଧା ସୃଷ୍ଟି ହେଉଥିବାରୁ ଇଲିଶି ଆଉ ଆଗଭଳି ବେଶି ଧରାଯାଇ ପାରୁନାହିଁ।

ଆଞ୍ଚଳିକ ମାଛ ସମୀକ୍ଷାରୁ ଜଣାପଡ଼ିଛି ଯେ, ୧୯୫୬ରୁ ୧୯୬୨ ମସିହା ମଧ୍ୟରେ ବାଂଲାଦେଶରେ ନଦୀଗୁଡ଼ିକରୁ ୯୪ ପ୍ରତିଶତ ଇଲିଶି ଧରାଯାଉଥିଲା।

ବାକି ୬ ପ୍ରତିଶତ ଧରାଯାଉଥିଲା ସମୁଦ୍ରରୁ।

ଏବେ ଏ ହିସାବ ଓଲଟି ଯାଇଛି।

ବାଂଲାଦେଶ ମତ୍ସ୍ୟ ବିଭାଗରୁ ମିଳିଥିବା ତଥ୍ୟାବଳୀରୁ ଜଣାପଡ଼ିଛି ଯେ ୭୨ ପ୍ରତିଶତ ଇଲିଶି ଧରାଯାଉଛି ସମୁଦ୍ର ପାଣିରୁ।

୨୮ ପ୍ରତିଶତ ଇଲିଶି ଧରାଯାଉଛି ବିଭିନ୍ନ ନଦୀ ଓ ନଦୀ ମୁହାଣରୁ।

Advertisment ICMR-NIHR: ଆଦିବାସୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବିକାଶରେ ଭୁବନେଶ୍ୱର ଆଇସିଏମଆର-ଏନଆଇଏଚଆରର ପ୍ରମୁଖ ଅବଦାନ ଇଲିଶି ପ୍ରଜାତି ଉପରେ କରାଯାଇଥିବା ବୈଜ୍ଞାନିକ ସମୀକ୍ଷାରୁ ଜଣାପଡ଼ିଛି ଯେ ୧୯୬୦ ଦଶକରେ ବିଭିନ୍ନ ନଦୀରୁ ସବୁଠୁ ବେଶି ଇଲିଶି ଧରାପଡୁଥିଲେ।

୧୯୯୦ ଦଶକ ପରେ ସମୁଦ୍ରରୁ ସବୁଠୁ ବେଶି ଇଲିଶି ଧରିବା ସାଧାରଣ ଘଟଣା ହୋଇଗଲା।

ଏହାର ଆଂଶିକ କାରଣ ହେଉଛି ନଈସୁଅର ଉପର ଆଡ଼କୁ ପହଁରି ଆସିବାରେ ଇଲିଶିମାନେ ବାଧା ପାଉଛନ୍ତି।

ଏଥିଯୋଗୁଁ ଇଲିଶି ମାଛଧରା ଧାରା ବଦଳିଯାଇଛି।

ଇଣ୍ଡିଆନ୍ କାଉନ୍‌ସିଲ୍‌ ଫର୍‌ ଏଗ୍ରିକଲ୍‌ଚରାଲ୍‌ ରିସର୍ଚ ଅଧୀନରେ ଥିବା ସେଣ୍ଟ୍ରାଲ୍‌ ମେରାଇନ୍‌ ଫିସେରିଜ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରୁ ମିଳିଥିବା ତଥ୍ୟାବଳୀରୁ ଜଣାପଡ଼ିଛି ଯେ ପଶ୍ଚିମବଙ୍ଗ ଉପକୂଳକୁ ମଧ୍ୟ ଇଲିଶି ଆସିବା ବହୁ ପରିମାଣରେ କମିଯାଇଛି।

ଗୁଜରାଟ ମତ୍ସ୍ୟ ବିଭାଗରୁ ମିଳିଥିବା ତଥ୍ୟାବଳୀରୁ ଜଣାପଡ଼ିଛି ଯେ ୨୦୨୫-୨୬ ବର୍ଷରେ ଗୁଜରାଟ ରାଜ୍ୟ ଅନ୍ତର୍ଗତ ସମୁଦ୍ରରୁ ୧୪,୫୮୭.୭୨ ଟନ୍‌ ଇଲିଶି ଧରାଯାଇଥିଲା।

ଗତ ୪ ବର୍ଷ ମଧ୍ୟରେ ଏହା ହେଉଛି ସେ ରାଜ୍ୟରେ ଧରାଯାଇଥିବା ସବୁଠୁ ଅଧିକ ଇଲିଶି।

ଗୁଜରାଟ ରାଜ୍ୟରେ ପ୍ରବାହିତ ବିଭିନ୍ନ ନଦୀରୁ ମଧ୍ୟ ବହୁତ ଇଲିଶି ଧରାଯାଉଥିଲା।

ଆଗରୁ ଗୁଜରାଟରେ ଥିବା ନଦୀଗୁଡ଼ିକରୁ ୧୨୩.୬୨ ଟନ୍‌ ଇଲିଶି ଧରାଯାଉଥିଲା।

ଏବେ ଧରାଯାଉଛି ୪,୬୪୫.୯୯ ଟନ୍‌ ଇଲିଶି।

ସବୁଠୁ ବେଶି ଇଲିଶି ପଡୁଛନ୍ତି ରାଜ୍ୟର ଭରୂଚ ଜିଲ୍ଲା ‌ ଦେଇ ବହିଯାଉଥିବା ନର୍ମଦା ନଦୀରୁ।

ଇଲିଶି ମଧୁର ପାଣିରେ ଜନ୍ମ ନେଉଥିବା ମାଛ ହେଲେ ବି ସମୁଦ୍ରରେ ରହିବାକୁ ଭଲପାଏ।

ଅଣ୍ଡା ଦେବା ପାଇଁ ଇଲିଶି ସମୁଦ୍ରରୁ ନଈକୁ ଉଠିଆସନ୍ତି।

ଇଲିଶିର ଅଣ୍ଡା ଦେବା ଓ ଅଣ୍ଡାରୁ ଛୁଆ ଫୁଟିବା ପାଇଁ ଅନୁକୂଳ ତାପମାତ୍ରା ହେଉଛି ୨୯.୩ ଡିଗ୍ରି ସେଲ୍‌ସିୟସ୍‌ରୁ ୩୦.୨ ଡିଗ୍ରି ସେଲ୍‌ସିୟସ୍‌।

ଏହାଛଡ଼ା, ସେମାନେ ଅଣ୍ଡାଦେଉଥିବା ମଧୁର ପାଣିରେ ଲବଣ ପରିମାଣ ୧୦୦୦ ଭାଗରୁ ୦.୧ ଭାଗ ଥିବା ଦରକାର।

ପୁଣି ସ୍ରୋତର ଓଲଟା ଦିଗରେ ଗତି କରି ନଦୀକୁ ଆସିବାବେଳେ ଇଲିଶି ୧୮ରୁ ୨୦ ମିଟର ଗଭୀର ପାଣିରେ ଆସେ।

ଏତିକି ଗଭୀରରେ ବହୁଥିବା ପ୍ରଖର ନଦୀସୁଅ ଇଲିଶିକୁ ବାଟ କଢ଼ାଇନିଏ।

କିନ୍ତୁ, ଜଳବାୟୁ ତାତିଯାଉଥିବାରୁ ଇଲିଶିର ଓଲଟଗତି ବାଧା ପାଉଛି।

ଭାରତ ଅକ୍ଷୟ ଶକ୍ତି ଶିଖର ସମ୍ମିଳନୀ ଓ ପ୍ରଦର୍ଶନୀ ବଙ୍ଗୋପସାଗରର ଉତ୍ତର ଭାଗରେ ସମୁଦ୍ର ଉପରିଭାଗ ଅଧିକରୁ ଅଧିକ ତାତି ଯାଉଛି।

ତେଣୁ, ସେଠାରେ ମଧ୍ୟ ଇଲିଶି ଅଣ୍ଡା ଦେଇପାରୁ ନାହିଁ।

ତା'ଛଡ଼ା ମୌସୁମୀ ବାୟୁ ଆସିବାରେ ଡେରି ଓ ବିଭ୍ରାଟ କାରଣରୁ ନଦୀଗୁଡ଼ିକରେ ମଧୁର ପାଣି କମିଯାଉଛି।

ତେଣୁ, ମୁହାଣ ଅଞ୍ଚଳରେ ନଦୀଶଯ୍ୟା ବା ନଦୀରେ ଥିବା ମଧୁର ପାଣି ତଳକୁ ସମୁଦ୍ର ପାଣି ପଶିଆସୁଛି।

ଫଳରେ ୧୦୦୦ ଭାଗ ଲବଣ ଅଂଶରୁ ନଈପାଣିରେ ୧୦ ଭାଗ ଲବଣ ଅଂଶ ରହୁଛି।

ସେଥିପାଇଁ ଇଲିଶି ଆଉ ନଦୀ ମୁହାଣକୁ ନ ଆସି ଉପକୂଳ ଠାରୁ ଗଭୀର ସମୁଦ୍ରରେ ରହୁଛି।

ଏହାଛଡ଼ା, ନଦୀଗୁଡ଼ିକରେ ଡ୍ୟାମ୍‌ ତିଆରି କରାଯାଉଥିବାରୁ ମୁହାଣକୁ ମଧୁର ପାଣି ପ୍ରବାହ କମିଯାଉଛି।

ତେଣୁ, ନଦୀ ମୁହାଣ ଅଞ୍ଚଳର ପାଣି ଲୁଣିଆ ହୋଇଯାଉଛି।

ଅବଶ୍ୟ ଅଧିକ ବର୍ଷା ହେଲେ ମୁହାଣ ଅଞ୍ଚଳରେ ଏ ଅସୁବିଧା ରହେନାହିଁ।

ପଶ୍ଚିମବଙ୍ଗସ୍ଥିତ ଫରକ୍କା ବ୍ୟାରେଜ୍‌ ଚାରିପଟେ ଅଧିକ ମାଛଧରା ଓ ଚାଷବାସ କରାଯିବା ଏବଂ ଶିଳ୍ପଜନିତ ପ୍ରଦୂ‌ଷଣ ଯୋଗୁଁ ନଦୀ ପୋତି ହୋଇପଡୁଥିବାରୁ ଇଲିଶି ଆସୁନାହାନ୍ତି।

ଇଲିଶି ସିନା ଦେଶ ଦେଶ ମଧ୍ୟରେ ଥିବା ଭୌଗୋଳିକ ସୀମାରେଖା ମାନେ ନାହିଁ, ମଣିଷ ମାନେ।

ତେଣୁ, ଇଲିଶି ଯେମିତି ଅବାଧରେ ମଧୁର ପାଣିକୁ ଯାଇ ଅଣ୍ଡା ଦେଇପାରିବ ସେଥିପାଇଁ ବାଂଲାଦେଶ, ଭାରତ ଓ ମ୍ୟାମାର୍‌ ଚେଷ୍ଟା କରୁଛନ୍ତି।

ଭାରତୀୟ ରାଜ୍ୟ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟ ଏଥିରେ ସହଯୋଗ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)