Arrested: ନିଶାଦ୍ରବ୍ୟ ମାମଲାରେ କେନ୍ଦୁଝରରୁ ଅଭିଯୁକ୍ତ ଗିରଫ, ପଶ୍ଚିମବଙ୍ଗ ପୁଲିସର ଚଢ଼ାଉ

Nov 08, 2026 - 10:41
Arrested: ନିଶାଦ୍ରବ୍ୟ ମାମଲାରେ କେନ୍ଦୁଝରରୁ ଅଭିଯୁକ୍ତ ଗିରଫ, ପଶ୍ଚିମବଙ୍ଗ ପୁଲିସର ଚଢ଼ାଉ

ହାଟଡିହି: ନିଶାଦ୍ରବ୍ୟ କାରବାର ସମ୍ପର୍କିତ ଏକ ମାମଲାରେ ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ପଶ୍ଚିମବଙ୍ଗ ହୁଗୁଳି ଜିଲା ଅନ୍ତର୍ଗତ ହରିପାଳ ଥାନା ପୁଲିସ ଟିମ୍ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ପହଞ୍ଚି ନନ୍ଦିପଦା ପୁଲିସ ସହାୟତାରେ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି।

ସୂଚନା ଅନୁଯାୟୀ,ପଶ୍ଚିମବଙ୍ଗ ହରିପାଳ ଥାନା କେସ୍ ନଂ ୭୮୮/ ୩୧ ଅକ୍ଟୋବର ୨୦୨୬ ଏବଂ ଏନଡ଼ିପିଏସ ଆଇନର ଧାରା ୨୦(ବି)(ଆଇଆଇ)(ସି) ଅନୁଯାୟୀ ମାମଲା ପଞ୍ଜିକରଣ ହୋଇଥିଲାl ଏହି ମାମଲାରେ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ଶାସଙ୍ଗ ଗ୍ରାମର ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ପୁଅ ଅଜିତ କୁମାର ସ୍ୱାଇଁ ଅଭିଯୁକ୍ତ ଅଟନ୍ତି।

Advertisment ସ୍ଥାନୀୟ ଅଦାଲତରେ ହାଜର କରାଯିବ ଅଭିଯୁକ୍ତ ଅଜିତ ନନ୍ଦିପଦା ଥାନା ଅଞ୍ଚଳରେ ରହୁଥିବା ନେଇ ସୂଚନା ପାଇବା ପରେ ହରିପାଳ ଥାନା ଏସଆଇ ଉଜ୍ଜ୍ୱଳ ଦେଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପୁଲିସ ଟିମ୍ ନନ୍ଦିପଦା ଥାନାରେ ପହଞ୍ଚିଥିଲେ l ସକାଳୁ ସକାଳୁ ସ୍ଥାନୀୟ ନନ୍ଦିପଦା ପୁଲିସର ସହଯୋଗରେ ଶାସଙ୍ଗ ଗ୍ରାମକୁ ଘେରି ରହିଥିଲେ l ଫେରାର ହେବାକୁ ଚେଷ୍ଟା କରି ଅଭିଯୁକ୍ତ ଅଜିତକୁ ଶେଷରେ ଗିରଫ କରାଯାଇଛି।

ନନ୍ଦିପଦା ଥାନା ଇନସ୍ପେକ୍ଟର ବଳିଆ ବାରିକ,ଏସଆଇ ବିନିତା ଲାକ୍ରା,କଳିନ୍ଦ୍ର ପ୍ରଧାନ,ଏଏସଆଇ ଅନୁପ ଲୁଗୁନ,ଲକ୍ଷ୍ମୀପ୍ରିୟା ବଳ,ତ୍ରିପୁରା ପ୍ରିୟଦର୍ଶିନୀ, ପ୍ରବୋଧ ଚନ୍ଦ୍ର ମହାନ୍ତି,ଅଜୟ ନାୟକ ମହେଶ୍ୱର ଖୁଣ୍ଟିଆ, ଜିତେନ୍ଦ୍ର ଜେନା ପ୍ରମୁଖ ପଶ୍ଚିମବଙ୍ଗ ପୁଲିସ ସହ ଚଢ଼ାଉରେ ସାମିଲ ଥିଲେ l ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି କହିଛନ୍ତି ଯେ ଗିରଫ ଅଭିଯୁକ୍ତ ଅଜିତକୁ ରବିବାର ସ୍ଥାନୀୟ ଅଦାଲତରେ ହାଜର କରାଯିବ।

ଅଦାଲତଙ୍କ ଅନୁମତି ମିଳିଲେ ତାଙ୍କୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ପଶ୍ଚିମବଙ୍ଗ ପୁଲିସ ନେବେ l Cyclone Arnab: ବାତ୍ୟା ଅର୍ଣ୍ଣବରେ ୧୨ ଗାଁ ବିଚ୍ଛିନ୍ନ: ଆମ୍ବୁଲାନ୍ସ ପହଞ୍ଚିବାକୁ ରାସ୍ତା ନାହିଁ; ଚିନ୍ତାରେ ଗର୍ଭବତୀ ମହିଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)