Beef-Laden Pickup Seized: ଗଡ଼ିଶାଗୋଦାରେ ଗୋମାଂସ ବୋଝେଇ ପିକଅପ୍ ଜବତ, ଡ୍ରାଇଭରକୁ ଅଟକ ରଖିଲା ପୁଲିସ
କଣାସ: ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ରାଇଗରପୁର ଛକ ନିକଟରେ ଏକ ଗୋମାଂସ ବୋଝେଇ ପିକପ୍ ଗାଡ଼ି ପୁରୀ ଆଡୁ ରାମେଶ୍ବର ଅଭିମୁଖେ ଯାଉଥିବା ବେଳେ ସ୍ଥାନୀୟ ଲୋକେମାନେ ଉକ୍ତ ଗାଡ଼ିକୁ ଅଟକ ରଖିଥିବା ଜଣାପଡିଛି।
ଗାଡ଼ିଟି ବାହାର ରାଜ୍ୟର ହୋଇଥିବା ବେଳେ ଡ୍ରାଇଭର କୁ ଅଟକ ରଖି ସ୍ଥାନୀୟ ଲୋକେ ପୁଲିସ୍ କୁ ଖବର ଦେଇଥିଲେ।
Advertisment ଆନ୍ଧ୍ର ଗାଡ଼ିରେ ଗୋମାଂସ ଜବତ କରିଥିଲା ଘଟଣା ସ୍ଥଳରେ ଗଡ଼ିଶାଗୋଦା ପୁଲିସ ପହଞ୍ଚି ଉକ୍ତ ଗାଡ଼ିକୁ ଜବତ କରିବା ସହ ଗାଡ଼ି ଡ୍ରାଇଭରକୁ ଅଟକ ରଖିଛି ।
କିଛି ଦିନ ପୂର୍ବରୁ ଚୁପୁରିଙ୍ଗ ଛକ ନିକଟରୁ ଗଡ଼ିଶାଗୋଦା ପୁଲିସ ଗୋଟିଏ ଆନ୍ଧ୍ର ଗାଡ଼ିରେ ଗୋମାଂସ ଜବତ କରିଥିଲା ।
ପୁରୀ ଜିଲ୍ଲାରୁ ଗୋମାଂସ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି।
ଏନେଇ ପୁଲିସ୍ ଅଧିକ ସତର୍କ ହୋଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ କହିଛନ୍ତି।
Accident: ସଇଁତଳା ଥାନା ସମ୍ମୁଖରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
