Accident: ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

Nov 08, 2026 - 11:29
Accident: ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଗୁରୁତର

କୁଜଙ୍ଗ: କୁଜଙ୍ଗ ଥାନା କଟକ -ପାରାଦୀପ ରାଜ୍ୟ ରାଜପଥର ତାଳଦଣ୍ଡା ବଜାର ପାଖରେ ରାତ୍ର ପ୍ରାୟ ୧.୩୦ ସମୟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛିା ଏଥିରେ ଜଣେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛିା ମୃତକ ଜଣକ ହେଲେ ବିସ୍ତାରାମ ଭାଟି(୨୩)।

Advertisment ମୃତକ ହିସ୍ତାରାମ ତାଙ୍କ ଭାଇ ରତନ ଭାଟି କଟକରୁ ପାରାଦୀପ ଅଭିମୁଖେ ଆସୁଥିଲୋ ସେହିପରି ପାରାଦୀପ ପାଟକୁରା ଅଂଚଳର ଯୁବକ ୩ ଜଣ ଯୁବକ ପାରାଦୀପରୁ କଟକ ଯାଉଥିଲେ ଠିକ ରାତ୍ର ସାଢେ ଗୋଟାଏ ସମୟରେ ତାଳଦଣ୍ଡା ବଜାର ପାଖରେ ଦୁଇ ବାଇକ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲାା ଦୁର୍ଘଟଣାରେ ଆହତ ଲୋକଙ୍କୁ ୧୧୨ ପୁଲିସ ଗାଡ଼ି ଦ୍ୱାରା କୁଜଙ୍ଗ ମେଡିକାଲ ଅଣାଯାଇଥିଲାା କଟକରୁ ପାରାଦୀପ ଆସୁଥିବା ୩ ଜଣଙ୍କ ମଧ୍ଯରୁ ରାଜସ୍ଥାନ ପିଲାଙ୍କ ଭିତରୁ ଦୁଇ ଜଣ ଗୁରୁତର ଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଗାଡି ଦ୍ୱାରା କଟକ ବଡ଼ ମେଡିକାଲ ରେଫର କରାଯାଇଛିା ପାରାଦୀପରୁ ଯାଉଥିବା ପାଟକୁରା ପିଲାଙ୍କ ଭିତରୁ ଜଣେ ଗୁରୁତର ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଜଗତସିଂହପୁର ମେଡିକାଲ ପଠାଇ ଦିଆଯାଇଛିା ମୃତକ ଓ ପୀଡ଼ିତଙ୍କ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ ଦୁର୍ଘଟଣାରେ ମୃତକ ଓ ପୀଡ଼ିତଙ୍କ ପରିଚୟ ସ୍ପଷ୍ଟ ହୋଇ ପାରିନାହିାଁ ତେବେ ବିଳମ୍ବିତ ରାତିରେ ଦୁର୍ଘଟଣା ସୂଚନା ପାଇ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିନୋରୀ ସୋବା ଫାଉଣ୍ଡେସନ ପକ୍ଷରୁ ପ୍ରଭାତ ବେହେରା, ଦେବଦୂତ ସଡ଼କ ସୁରକ୍ଷା ବାହିନୀର ସଭାପତି ପଙ୍କଜ ତରାଇ ତୁରନ୍ତ ଦୂର୍ଘଟଣାସ୍ଥଳରେ ପହଞ୍ଚି ପୁଲିସ, ଆମ୍ବୁଲାନ୍ସ,ଅଗ୍ନିଶମ ବିଭାଗକୁ ଡକାଇ ତ୍ବରିତ ସେବା ପ୍ରଦାନ କରିଥିବାରୁ ଗୁରୁତରଙ୍କୁ ତତକ୍ଷଣାତ ମେଡିକାଲରେ ପହଂଚାଇବା ସମ୍ଭବ ହୋଇ ପାରିଥିଲାା ଏହି ମହତ କାର୍ଯ୍ୟପାଇଁ ପ୍ରଭାତ ଓ ପଙ୍କଜଙ୍କ ସମେତ ସେମାନଙ୍କ ସହଯୋଗୀଙ୍କୁ ଅଂଚଳବାସୀ ସାଧୁବାଦ ଜଣାଇଛନ୍ତିା Arrested: ନିଶାଦ୍ରବ୍ୟ ମାମଲାରେ କେନ୍ଦୁଝରରୁ ଅଭିଯୁକ୍ତ ଗିରଫ, ପଶ୍ଚିମବଙ୍ଗ ପୁଲିସର ଚଢ଼ାଉ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)