High-Voltage Drama at Uttarakhand: ମେଳା ମଞ୍ଚରେ ହାଇଭୋଲଟେଜ୍ ଡ୍ରାମା, ଉତ୍ତେଜିତ ହୋଇ ମାଇକ୍ ଫିଙ୍ଗିଲେ ବିଧାୟକ

Nov 15, 2026 - 12:37
High-Voltage Drama at Uttarakhand: ମେଳା ମଞ୍ଚରେ ହାଇଭୋଲଟେଜ୍ ଡ୍ରାମା, ଉତ୍ତେଜିତ ହୋଇ ମାଇକ୍ ଫିଙ୍ଗିଲେ ବିଧାୟକ

ଉତ୍ତରାଖଣ୍ଡରେ ହାଇଡ୍ରାମା । ଜୌଲଜିବୀ ମେଳାରେ ଦେଖିବାକୁ ମିଳିଛି ଏହି ହାଇଭୋଲଟେଜ୍ ଡ୍ରାମା। ମଞ୍ଚ ଉପରେ ଉତ୍ତେଜିତ ହୋଇ ମାଇକ୍ ଫିଙ୍ଗିଲେ କଂଗ୍ରେସ ବିଧାୟକ ହରିଶ ସିଂହ ଧାମୀ। ଏପରିକି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ସିଧାସଳଖ ଚ୍ୟାଲେଞ୍ଜ୍ ଦେଇଛନ୍ତି ବିଧାୟକ। ବିଧାୟକଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ମେଳାରେ ସଭାପତିତ୍ୱ କରିବାକୁ ଡକାଯାଇଥିଲା, କିନ୍ତୁ ମଞ୍ଚରେ ତାଙ୍କୁ ଭାଷଣ ଦେବାର ସୁଯୋଗ ମିଳିନଥିଲା। 

ମୁଖ୍ୟମନ୍ତ୍ରୀ ମଞ୍ଚ ଛାଡ଼ିବା ପରେ ଧାମୀ ତାଙ୍କୁ କଟାକ୍ଷ କରିବା ସହ ଧାରଚୁଲା ନିର୍ବାଚନମଣ୍ଡଳୀରୁ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ଏପରିକି ଯେକୌଣସି ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ ହରାଇବାର ଦମ୍ ରଖିଥିବା ଦାବି କରିଛନ୍ତି ସେ। ଘଟଣାକୁ ନେଇ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବାରୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଜୌଲଜିବୀ ମେଳାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଉତ୍ତରାଖଣ୍ଡ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)