High Court: ରାହୁଲ ଗାନ୍ଧୀଙ୍କ ବିରୋଧରେ କୌଣସି ଏଫଆଇଆର ରୁଜୁ ହେବ ନାହିଁ: ଆହ୍ଲାବାଦ ହାଇକୋର୍ଟ ଆବେଦନକୁ ଖାରଜ କଲେ

Nov 05, 2026 - 15:21
High Court: ରାହୁଲ ଗାନ୍ଧୀଙ୍କ ବିରୋଧରେ କୌଣସି ଏଫଆଇଆର ରୁଜୁ ହେବ ନାହିଁ: ଆହ୍ଲାବାଦ ହାଇକୋର୍ଟ ଆବେଦନକୁ ଖାରଜ କଲେ

ଲକ୍ଷ୍ନୌ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆହ୍ଲାବାଦ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି।

ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ହୋଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଶିଖମାନଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ଆବେଦନ କରାଯାଇଥିଲା।

Advertisment ଏହାକୁ ଏକକ ଖଣ୍ଡପୀଠର ବିଚାରପତି ବିକ୍ରମ ଡି.ଚୌହାନ ଖାରଜ କରିଛନ୍ତି।ନାଗେଶ୍ୱର ମିଶ୍ର ଏବଂ ଅନ୍ୟମାନଙ୍କ ଦ୍ୱାରା ଏହି ଆବେଦନ ଦାଖଲ କରାଯାଇଥିଲା।

ପୂର୍ବରୁ ବାରଣାସୀ କୋର୍ଟ ସାରନାଥ ପୁଲିସ ଷ୍ଟେସନରେ ଏଫଆଇଆର ରୁଜୁ ପାଇଁ ସେମାନଙ୍କର ଆବେଦନକୁ ଖାରଜ କରିବା ପରେ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅସୁରକ୍ଷିତ ପରିବେଶ ବିଷୟରେ ଆଲୋଚନା ଏହି ମାମଲା ସେପ୍ଟେମ୍ବର ୨୦୨୪ରେ ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ସମୟରେ ଦେଇଥିବା ମନ୍ତବ୍ୟରୁ ଆରମ୍ଭ ହୋଇଥିଲା।

ଯେଉଁଠାରେ ସେ ଭାରତରେ ଶିଖମାନଙ୍କୁ ପଗଡି ଏବଂ କଡ଼ା ପିନ୍ଧିବାର ଅଧିକାର ଅଛି କି ନାହିଁ ଏବଂ ସେମାନଙ୍କର ଅସୁରକ୍ଷିତ ପରିବେଶ ବିଷୟରେ ଆଲୋଚନା କରିଥିଲେ।

ଆଇନଗତ ଉପସ୍ଥାପନ ମାଧ୍ୟମରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଆବେଦନ ରାଜନୈତିକ ଭାବରେ ପ୍ରେରିତ।

ସେ ଶିଖ ସମେତ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟ ପ୍ରତି ଗଭୀର ସମ୍ମାନ ରଖନ୍ତି, ଏବଂ ତାଙ୍କର ଆମେରିକାର ମନ୍ତବ୍ୟ ବିଦ୍ରୋହ କିମ୍ବା ହିଂସାକୁ ଉସୁକାଇବା ପରିବର୍ତ୍ତେ ଶିଖଙ୍କ ଅଧିକାର ଏବଂ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଥିଲା।

BJP: ମୋଦୀଙ୍କୁ ଖୋଲା ବିତର୍କ ପାଇଁ ରାହୁଲ ଗାନ୍ଧୀଙ୍କ ଆହ୍ୱାନ: ବିଜେପିର ପାଲଟା ଜବାବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)