06 NOVEMBER 2026

Welcome!

Unlock your personalized experience.
Sign Up

Ayodhya deepotsav: ରାମନଗରୀରେ ଜଳିବ ୩୦ ଲକ୍ଷ ଦୀପ, ରାମାୟଣର ସାତ କାଣ୍ଡ ଉପସ୍ଥାପନ କରିବେ ୧୦୦୦ କଳାକାର

Nov 06, 2026 - 18:48
Ayodhya deepotsav: ରାମନଗରୀରେ ଜଳିବ ୩୦ ଲକ୍ଷ ଦୀପ, ରାମାୟଣର ସାତ କାଣ୍ଡ ଉପସ୍ଥାପନ କରିବେ ୧୦୦୦ କଳାକାର

ଅଯୋଧ୍ୟା: ଆସ୍ଥା, ଆବେଗ ଏବଂ ଭକ୍ତିର ଉତ୍ସବ ‘ଦୀପାବଳି’ ଏଥର ଅଯୋଧ୍ୟାରେ ନୂଆ ରେକର୍ଡର ମୁକସାକ୍ଷୀ ହେବାକୁ ଯାଉଛି। ଦୀପୋତ୍ସବର ଦଶମ ସଂସ୍କରଣକୁ ସ୍ମରଣୀୟ ଏବଂ ଐତିହାସିକ କରିବା ପାଇଁ ରାମନଗରୀରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ସରଯୁ ନଦୀର ୫୬ଟି ଘାଟରେ ୩୦ ଲକ୍ଷରୁ ଅଧିକ ଦୀପ ଜଳିବ। ୨,୧୫୧ ଜଣ ବେଦାଚାର୍ଯ୍ୟ ଏବଂ ଅର୍ଚକ ଏକକାଳୀନ ସରଯୁ କୂଳରେ ମହାଆରତୀ କରିବେ। ଦୀପୋତ୍ସବର ମୁଖ୍ୟ ଅତିତି ହେବେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ। 

ଦୀପୋତ୍ସବରେ ପରଂପରା ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଝଲକ ଦେଖିବାକୁ ମିଳିବ। ଆକାଶରେ ୨,୧୦୦ ସ୍ବଦେଶୀ ଡ୍ରୋନ୍‌ ରାମାୟଣର ପ୍ରମୁଖ ଘଟଣାକ୍ରମକୁ ଜୀବନ୍ତ କରିବେ। ଏଥିରେ ବୀର ମୁଦ୍ରାରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଏବଂ ହନୁମାନ, ରାବଣ ବଧ, ପୁଷ୍ପକ ବିମାନ ଏବଂ ରାମ ଦରବାର ଭଳି ଆକୃତି ଦେଖାଯିବ। ଏହା ବ୍ୟତୀତ ମହର୍ଷି ବାଲ୍ମିକୀ, ଗୋସ୍ବାମୀ ତୁଳସୀଦାସ ଏବଂ ହନୁମାନଙ୍କର ବିଭିନ୍ନ ସ୍ବରୂପ ଆକଶରେ ଦୃଶ୍ୟମାନ ହେବ। 

ମୁସଲିମ କଳାକାରଙ୍କ ଅବଦାନ
ରାମାୟଣ ପ୍ରସଙ୍ଗ ଉପରେ ଆଧାରିତ ମେଢ଼ଗୁଡ଼ିକ ମୁସଲିମ କଳାକାର ମଧ୍ୟ ନିର୍ମାଣ କରୁଛନ୍ତି। ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ୩୫ ହଜାର ସ୍ବୟଂସେବକ ସରଯୁର ୫୬ଟି ଘାଟରେ ଦୀପ ଜଳାଇବେ। ମଲ୍ଟିମିଡିଆ ପ୍ରୋଜେକ୍ଟ, ଲେଜର ସୋ’, ୧୦୦ରୁ ଅଧିକ କଳାକାରଙ୍କ ଲାଇଭ୍‌ ପ୍ରସ୍ତୁତି ଏବଂ ଗୀତ ସହିତ ସବୁଜ ବାଣ ଆକର୍ଷଣର କେନ୍ଦ୍ର ହେବ। 

୨୦୧୭ରୁ ଏପର୍ଯ୍ୟନ୍ତ
ଉତ୍ତରପ୍ରଦେଶର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜୟବୀର ସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରେରଣାରେ  ଅଯୋଧ୍ୟାରେ ଦୀପୋତ୍ସବ ୨୦୧୭ରେ ଆରମ୍ଭ ହୋଇଥିଲା। ପ୍ରଥମ ସଂସ୍କରଣରେ ୧.୭୧ ଲକ୍ଷ ଦୀପ ଜଳିଥିଲା। ଏହା ପରେ ୨୦୧୮ରେ ୩.୦୧ ଲକ୍ଷ, ୨୦୧୯ରେ ୪.୦୪ ଲକ୍ଷ, ୨୦୨୦ରେ ୬.୦୬ ଲକ୍ଷ ଏବଂ ୨୦୨୧ରେ ୯.୪୧ ଲକ୍ଷ ଦୀପ ପ୍ରଜ୍ବଳିତ କରାଯାଇଛି। ସେ କହିଛନ୍ତି, ଦୀପ ସଂଖ୍ୟା ବୃଦ୍ଧି ଆୟୋଜନର ଭବ୍ୟତାକୁ ପ୍ରୋତ୍ସାହନ ଦେଉଛି। ଏହାର କାରଣ ହେଉଛି ଭଗବାନ ରାମଙ୍କ ପ୍ରତି ଭକ୍ତଙ୍କର ଶ୍ରଦ୍ଧା ଏବଂ ଭଲ ପାଇବା। 

ଅଯୋଧ୍ୟା ଦୀପୋତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ: ସରଯୂ ତଟରେ ୧୫ ଲକ୍ଷ ଦୀପ ଜଳିଲା

ଯୋଗଦେବେ ୧,୦୦୦ କଳାକାର
ଦୀପୋତ୍ସବର ଭବ୍ୟ ଶୋଭାଯାତ୍ରାରେ ରାମାୟଣର ସାତଟି କାଣ୍ଡ ଉପରେ ଆଧାରିତ ଆକର୍ଷଣୀୟ ପ୍ରଜ୍ଞାପନ ମେଢ଼ ଉପସ୍ଥାପନ କରାଯିବ। ଏହାରି ମାଧ୍ୟମରେ ପ୍ରଭୁ ଶ୍ରୀରାମଙ୍କ ଜୀବନ ଚରିତ୍ର ଏବଂ ରାମଚରିତ ମାନସର ପ୍ରମୁଖ ପ୍ରସଙ୍ଗକୁ ଜୀବନ୍ତ ରୂପରେ ପ୍ରସ୍ତୁତ କରାଯିବ। ଦେଶର ବିଭିନ୍ନ ରାଜ୍ୟରୁ ୧୦୦୦ କଳାକାର ଅଯୋଧ୍ୟାର ଭିନ୍ନଭିନ୍ନ ସ୍ଥାନରେ ନୃତ୍ୟ, ସଂଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରସ୍ତୁତି ଦେବେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)