Cricket: ସିଏସ୍‌କେ-ଏସ୍‌ଆର୍‌ଏଚ୍‌ ମଧ୍ୟରେ ୪ ଖେଳାଳି ଅଦଳବଦଳ

Nov 05, 2026 - 15:21
Cricket: ସିଏସ୍‌କେ-ଏସ୍‌ଆର୍‌ଏଚ୍‌ ମଧ୍ୟରେ ୪ ଖେଳାଳି ଅଦଳବଦଳ

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ( ସିଏସ୍‌କେ ) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ୪ ଖେଳାଳି ଅଦଳବଦଳ ହୋଇଛନ୍ତି।

ଏସ୍‌ଆର୍‌ଏଚ୍‌ରୁ ଲିଅମ୍‌ ଲିଭିଂଷ୍ଟୋନ୍‌ ଓ ଜ୍ୟାକ୍ ଏଡୱାର୍ଡ୍ସ ସି‌ଏସ୍‌କେ ଯାଇଛନ୍ତି।

ସିଏସ୍‌କେରୁ ଖଲୀଲ ଅହମଦ ଓ ନାଥନ ଏଲିସ୍‌ ଏସ୍‌ଆର୍‌ଏଚ୍‌କୁ ଆସିଛନ୍ତି।

୧୩ କୋଟି ଟଙ୍କାରେ ବିକ୍ରି ହୋଇଥିବା ଇଂଲଣ୍ଡ ଅଲ୍‌ରାଉଣ୍ଡର ଲିଭିଂଷ୍ଟୋନ୍‌ ଏବେ ୬ କୋଟି ଟଙ୍କାରେ ସିଏସ୍‌କେରେ ଯୋଗ ଦେଇଛନ୍ତି।

ଅଷ୍ଟ୍ରେଲିଆ ସିମ୍‌ ବୋଲିଂ ଅଲ୍‌ରାଉଣ୍ଡର ଏଡୱାର୍ଡଙ୍କ ଦଳ ପୂର୍ବ ପରି ୩ କୋଟି ରହିଛି।

Advertisment ୪ ଖେଳାଳି ଅଦଳବଦଳ ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ କରିବା ପୂର୍ବରୁ ଏଡୱାର୍ଡଙ୍କୁ ଏସ୍‌ଆର୍‌ଏଚ୍‌ ଦଳରେ ସାମିଲ କରିଥିଲା।

ହେଲେ ପାଦ ଜନିତ ଆହତ କାରଣ ଯୋଗୁଁ ୨୦୨୬ ଆଇପିଏଲ୍‌ରେ ଖେଳି ପାରି ନଥିଲେ।

ବାମହାତୀ ଭାରତୀୟ ଦ୍ରୁତ ବୋଲର ଖଲୀଲଙ୍କୁ ସେହି ୪.୮ କୋଟିରେ ନେଇଛି ଏସ୍‌ଆର୍‌ଏଚ୍‌।

ଖଲୀଲ ପୂର୍ବରୁ ଏସ୍‌ଆର୍‌ଏଚ୍‌ ପକ୍ଷରୁ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଖେଳିଥିଲେ।

୨୦୨୫ରେ ସେ ସିଏସ୍‌କେ ପକ୍ଷରୁ ୧୪ ମ୍ୟାଚ୍‌ ଖେଳି ୧୫ ୱିକେଟ୍‌ ନେଇଥିଲେ।

ହେଲେ ଆହତ କାରଣରୁ ଗତ ଋତୁରେ ଖେଳିପାରି ନଥିଲେ।

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଏଲିସ୍‌ଙ୍କ ପୂର୍ବ ଦର ୨ କୋଟିରେ କୌଣସି ପରିବର୍ତ୍ତନ ହୋଇନି।

ରଣଜୀ ଟ୍ରଫିରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ତ୍ରିପୁରା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)