06 NOVEMBER 2026

Welcome!

Unlock your personalized experience.
Sign Up

Nisha Bhagat dies: ଜୀବନ ହାରିଦେଲେ ଆଦିବାସୀ ନେତ୍ରୀ, ମୃତ୍ୟୁ ପୂର୍ବରୁ ଆଣିଲେ ବଡ଼ ଅଭିଯୋଗ

Nov 06, 2026 - 17:44
Nisha Bhagat dies: ଜୀବନ ହାରିଦେଲେ ଆଦିବାସୀ ନେତ୍ରୀ, ମୃତ୍ୟୁ ପୂର୍ବରୁ ଆଣିଲେ ବଡ଼ ଅଭିଯୋଗ

ରାଞ୍ଚି: ଆଦିବାସୀ ନେତ୍ରୀ ନିଶା ଭଗତ ଶେଷରେ ଜୀବନ ହାରିଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ରେ ଲାଇଭ୍‌ କରି ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଏଥି ସହିତ ସେ ଅନେକ ଲୋକଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆଣିଛନ୍ତି। ଥାନା ପ୍ରଭାରୀଙ୍କୁ ଫୋନ୍‌ କରି କହିଛନ୍ତି, ସେ ନିଜର ଜୀବନ ଲୀଳା ଶେଷ କରୁଛନ୍ତି। 

ନିଶାଙ୍କର ‌ଫୋନ୍‌ କଲ ପାଇଁ ଝାଡ଼ଖଣ୍ଡ ପୁଲିସ ଏବଂ ସ୍ଥାନୀୟ ଲୋକଙ୍କର ମଧ୍ୟରେ ‌ଚର୍ଚ୍ଚା ଜୋର ଧରିଛି। ରାଞ୍ଚି ପୁଲିସ କହିବା ଅନୁସାରେ ନିଶାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଉଥିଲା। ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। 

Dead: ମହିଳା ୧.୪ କୋଟି ଠକିଦେବାପରେ ଜୀବନ ହାରିଦେଲେ ପ୍ରାଣୀ ଚିକିତ୍ସକ

ଅନ୍ୟପଟରେ ନିଶା ଭଗତଙ୍କ ମୃତ୍ୟୁ ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ବାବୁଲାଲ ମରାଣ୍ଡି କହିଛନ୍ତି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତୁରନ୍ତ ନିଜର ପଦବିରୁ ଇସ୍ତଫା ଦିଅନ୍ତୁ। ନିଜର ମୃତ୍ୟୁ ପାଇଁ ନିଶା ଭଗତ ଯେଉଁମାନଙ୍କୁ ଦାୟୀ କରିଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଏଥି ସହିତ ପୂରା ମାମଲାର ସଠିକ୍‌ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)