Jharkhand: ଝାଡ଼ଖଣ୍ଡରେ ଭିଡ଼ ଉପରେ ମାଡ଼ିଗଲା ଟ୍ରକ୍, ୭ ମୃତ
ରାଞ୍ଚି: ଝାଡ଼ଖଣ୍ଡ ର ଖୁଣ୍ଟି ଜିଲ୍ଲାରେ ଗୁରୁବାର ରାତିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ରେ ୭ ଜଣଙ୍କର ମୃତ୍ୟୁ ହୋଇଛି।
ଏକ ଦ୍ରୁତଗାମୀ ୧୮ ଚକିଆ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡ଼ିଯିବାରୁ ୪ ମହିଳା ଓ ୩ ଶିଶୁଙ୍କ ଜୀବନ ଯାଇଛି।
ଏଥିରେ ଜଣେ ଝିଅ ଗୁରୁତର ଆହତ ହୋଇ ଖୁଣ୍ଟି ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଘଟଣାଟି କର୍ରା ଥାନା ଅନ୍ତର୍ଗତ କର୍ରା-ତୋର୍ପା ମୁଖ୍ୟ ରାସ୍ତାର ଜୋନେ-ଲୁଦ୍ରୁ ମୋଡ଼ ନିକଟରେ ରାତି ପ୍ରାୟ ୯ଟା ୪୫ରେ ଘଟିଛି।
Advertisment ପୁଲିସ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଜଣେ ସ୍କୁଟି ଚାଳକ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ର ଏକ ଖାଲକୁ ଖସିପଡ଼ିଥିଲେ।
ତାଙ୍କୁ ଉଦ୍ଧାର କରିବା ପାଇଁ ନିକଟସ୍ଥ ବସ୍ତିର କେତେକ ଲୋକ ଘଟଣାସ୍ଥଳକୁ ଆସିଥିଲେ।
ମହିଳାମାନେ ସ୍କୁଟି ଚାଳକଙ୍କୁ ସହାୟତା କରୁଥିବା ବେଳେ କେତେକ ଶିଶୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ଏହି ସମୟରେ ତୋର୍ପା ପଟୁ ଦ୍ରୁତଗତିରେ ଆସୁଥିବା ଏକ ଭାରୀ ଟ୍ରକ୍ ମୋଡ଼ ନେବାବେଳେ ନିୟନ୍ତ୍ରଣ ହରାଇ ଲୋକଙ୍କ ଉପରେ ମାଡ଼ିଯାଇଥିଲା।
ଏହାପରେ ଟ୍ରକ୍ଟି ଏକ ପୋଲର ବାଡ଼ ଭାଙ୍ଗି ଖାଲକୁ ଖସିପଡ଼ିଥିଲା।
୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା।
ସ୍କୁଟି ଚାଳକଙ୍କୁ ସହାୟତା କରିବାକୁ ରାସ୍ତାକୁ ଆସିଥିଲେ ମହିଳା ଓ ଶିଶୁ ମୃତକମାନେ ହେଲେ ପାକୋ ଦେବୀ, କାସିଲା ଦେବୀ, ମନହୁ ଦେବୀ, ଗୋଲୁ କୁମାର, ଅଞ୍ଜଳି କୁମାରୀ, ଟୁଟି କୁମାରୀ ଓ ୧୨ ବର୍ଷର ସୌରଭ ନାୟକ।
ଆହତ ଖୁସ୍ବୁ କୁମାରୀଙ୍କ ଚିକିତ୍ସା ଚାଲିଛି।
ଦୁର୍ଘଟଣାରେ ଦୁଇଟି ପରିବାରର ଅନେକ ସଦସ୍ୟ ପ୍ରାଣ ହରାଇଛନ୍ତି।
ଜଣେ ବ୍ୟକ୍ତିଙ୍କ ପତ୍ନୀ, ମାଆ ଓ ଦୁଇ ଝିଅଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ସେ କାମ ପାଇଁ ମାତ୍ର ତିନି ଦିନ ପୂର୍ବରୁ ଗୁଜରାଟ ଯାଇଥିଲେ।
ଖୁଣ୍ଟି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଋଷଭ ଗର୍ଗ କହିଛନ୍ତି ଯେ ଅନ୍ଧାର ଯୋଗୁଁ ଟ୍ରକ୍ ଚାଳକ ରାସ୍ତାରେ ଠିଆ ହୋଇଥିବା ଲୋକଙ୍କୁ ଦେଖିପାରି ନଥିବା ସମ୍ଭାବନା ରହିଛି।
ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଓ ତାଙ୍କ ସହାୟକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।
ପୁଲିସ ସେମାନଙ୍କୁ ଖୋଜୁଛି।
ଦୁର୍ଘଟଣା ପରେ ଶୁକ୍ରବାର ସକାଳେ ଉତ୍ତ୍ୟକ୍ତ ଗ୍ରାମବାସୀ କ୍ଷତିପୂରଣ, ଆହତଙ୍କ ଉପଯୁକ୍ତ ଚିକିତ୍ସା ଓ ଫେରାର ଚାଳକଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ କରିଥିଲେ।
ଦୁର୍ଘଟଣାପ୍ରବଣ ରାସ୍ତାରେ ଗତିରୋଧକ ନିର୍ମାଣ ଓ ନିୟମିତ ପୁଲିସ ଯାଞ୍ଚ ପାଇଁ ମଧ୍ୟ ଦାବି ହୋଇଛି।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଦିଲ୍ଲୀ ପ୍ରଦୂଷଣ ପାଇଁ ଗାଡ଼ିଧୂଆଁ ପ୍ରମୁଖତଃ ଦାୟୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
