Heavy rains: ବର୍ଷା ବିତ୍ପାତ ପରେ ବନ୍ୟା ଭୟ: ବୈତରଣୀ ଫୁଲିଲା, ଆଖୁଆପଦାରେ ବିପଦ ସଙ୍କେତ ତଳେ

Jul 07, 2026 - 05:11
Heavy rains: ବର୍ଷା ବିତ୍ପାତ ପରେ ବନ୍ୟା ଭୟ: ବୈତରଣୀ ଫୁଲିଲା, ଆଖୁଆପଦାରେ ବିପଦ ସଙ୍କେତ ତଳେ

"ଯାଜପୁର/ପାଣିକୋଇଲି/ଦଶରଥପୁର: ଲଘୁଚାପଜନିତ ଲଗାଣ ବର୍ଷା ପରେ ବୈତରଣୀରେ ପ୍ରଥମ ବନ୍ୟାଜଳ ଆସିଛି।

ପାଣିକୋଇଲି ନିକଟ ଆଖୁଆପଦାଠାରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲାବେଳେ ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଦଶରଥପୁର ବ୍ଲକ୍‌ରେ ବୈତରଣୀ ଓ ଏହାର ଶାଖା କାଣୀନଦୀ ଉଛୁଳୁଛି।

ଦଶରଥପୁରରେ ବୈତରଣୀ ବିପଦ ସଙ୍କେତ ୯.୫୨ ମିଟର ଥିବାବେଳେ ସନ୍ଧ୍ୟା ୮ଟାରେ ଜଳସ୍ତର ୧୦.୪୨ମିଟର ରହିଛି।

ଫଳରେ କଣ୍ଟପଡ଼ାଠାରୁ ମଲିକାପୁର ପର୍ଯ୍ୟନ୍ତ ୧ କିଲୋମିଟର ବ୍ୟାପୀ କାଣୀ ନଦୀବନ୍ଧର ଉଭୟ ପାର୍ଶ୍ବ ଧସିଯାଇଛି।

କାଣୀ ନଦୀରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୫ ଥର ଘାଇ ହୋଇସାରିଛି।

ବ୍ରହ୍ମଚାରୀପାଟଣାଠାରୁ କଣ୍ଟପଡ଼ା ପର୍ଯ୍ୟନ୍ତ କାଣୀ ନଦୀବନ୍ଧ ନିର୍ମାଣ ପାଇଁ ୭ କୋଟି, ୬ଟି ପ୍ୟାକେଜ୍‌ରେ ୬ ଠିକାସଂସ୍ଥା କାର୍ଯ୍ୟ କରୁଥିଲେ।

ନିର୍ମାଣ ସମୟରେ ଠିକ୍‌ ଭାବେ ରୋଲିଂ କରାନଯିବାରୁ ଧସିଯାଇଥିବା ଅଭିଯୋଗ ହୋଇଛି।

ସେହପରିି କୟାଁ ପଞ୍ଚାୟତର ଗୁଣ୍ଠୁଣିପଡ଼ାଠାରେ ବୈତରଣୀ ନଦୀବନ୍ଧ ସଂପୂର୍ଣ୍ଣ ‌ହୋଇନଥିବାରୁ ଧସିବାର ଆଶଙ୍କା ରହିଛି।

ଗତବର୍ଷ ଏଠାରେ ୫୦୦ ଫୁଟ ଧସିଯାଇଥିଲା।

ବନ୍ୟା ଆଶଙ୍କାରେ ଅଞ୍ଚଳବାସୀ ଆତଙ୍କିତ ଥିଲାବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ରାତି ୮ଟା ପରେ ଜିଲ୍ଲାପାଳ ଅମ୍ବର କୁମାର କର ଓ ଅନ୍ୟ ଅଧିକାରୀମାନେ ଦଶରଥପୁରରେ ପହଞ୍ଚିଛନ୍ତି।

Advertisment NiravModi: ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରାୟ ନିଶ୍ଚିତ: ଶେଷ ଆଇନଗତ ଲଢ଼େଇ ହାରିଲେ ଆଖୁଆପଦାରେ ବିପଦ ସଙ୍କେତ ତଳେଦଶରଥପୁରରେ ବିପଦ ସଙ୍କେତ ଉପରେ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ହାରାହାରି ୨୦.୫ ମିଲିମିଟର ବର୍ଷା ହୋଇଛି।

ଗତକାଲି ବୃଷ୍ଟିପାତ ପରିମାଣ ୧୨୨.୫୧ ମିମି ଥିଲା।

ଦଶରଥପୁରରେ ସର୍ବାଧିକ ୧୯୩ ମିଲିମିଟର ଓ ବିଂଝାରପୁରରେ ୧୯୦ ମିମି ବର୍ଷା ରେକର୍ଡ ହୋଇଥିଲା।

ବୈତରଣୀ ଉପରମୁଣ୍ଡ‌ କେନ୍ଦୁଝର ଜିଲ୍ଲାରେ ଗତକାଲି ପ୍ରବଳ ବର୍ଷା ହୋଇଥିଲା।

ଫଳରେ ବୈତରଣୀ ନଦୀର ଜଳସ୍ତର ବଢ଼ିଥିଲା।

ଆଖୁଆପଦାଠାରେ ରାତି ୩ଟାରେ ୧୭.୪୮ ମିଟର ଏବଂ ଆଜି ସକାଳ ୭ଟାରେ ଏହା ୧୭.୮୦ ମିଟର, ଦିନ ୨ଟାରେ ୧୮.୮ମିଟର ଥିଲାବେଳେ ସନ୍ଧ୍ୟା ୬ଟାରେ ଏହା ୧୮.୧୭ ମିଟରକୁ ବୃଦ୍ଧି ପାଇଥିଲା।

ସନ୍ଧ୍ୟା ୭ଟାରେ ନଦୀର ଜଳସ୍ତର ୧୮.୧୦ ମିଟରକୁ ହ୍ରାସ ପାଇଛି।

ଏଠାରେ ବିପଦସଙ୍କେତ ସ୍ତର ୧୮.୩୩ ମିଟର ରହିଛି।

ଆଜି ଅଖୁଆପଦାରେ ୩.୮୦ମିଲିମିଟର ବର୍ଷା ହୋଇଥିବାବେଳେ ଆନନ୍ଦପୁରରେ ୧୮୧.୬ମିମି, ସ୍ବାମପାଟଣାରେ ୬୩.୬ମିମି, କେନ୍ଦୁଝରରେ ୩୧.୨ମିମି, ଚମ୍ପୁଆରେ ୩୦ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ଆଖୁଆପଦାରେ ଜଳସ୍ତର କମିଥିଲେ ବି ଗତକାଲି ରାତିରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାରୁ ବୈତରଣୀ ଜଳସ୍ତର ବୃଦ୍ଧି ହେବା ସହିତ ବିପଦ ସଂକେତ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଆଖୁଆପଦା ବ୍ୟାରେଜ୍‌ର କନିଷ୍ଠ ଯନ୍ତ୍ରୀ ପରମାନନ୍ଦ ରାଉତ ସୂଚନା ଦେଇଛନ୍ତି।

ଅନ୍ୟପଟେ ଆଖୁଆପଦାରୁ ବନ୍ୟାପାଣି ଦଶରଥପୁରରେ ଆସନ୍ତାକାଲି ପହଞ୍ଚିଲା ପରେ ତଳି ଅଞ୍ଚଳ ଜଳମଗ୍ନ ହେବାକୁ ଥିବାରୁ ପ୍ରଶାସନ ସଜାଗ ରହିଛି।

ସମ୍ବଲପୁର: ଭାସିଯାଇ ଜଣେ ମୃତ: ଅଧା ସହର ଜଳମଗ୍ନ, ୧୭ ଘର ଭାଙ୍ଗିଲା ସମ୍ବଲପୁର: ସମ୍ବଲପୁର ମହାନଗରରେ ୨୪ ଘଣ୍ଟା ମଧ୍ୟରେ ୨୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଏଥିଯୋଗୁଁ ସହରର ଅଧାରୁ ଅଧିକ ୱାର୍ଡ ଜଳମଗ୍ନ ହୋଇଛି କିମ୍ବା ଜଳବନ୍ଦୀ ହୋଇଯାଇଛି।

ସମ୍ବଲପୁର ସହର ସିଟି ଷ୍ଟେସନ୍‌ ନିକଟ ବାଗଡ଼ିଆପଡ଼ା ବ୍ରିଜ୍‌ ଉପରେ ପ୍ରବାହିତ ବନ୍ୟା ପାଣିରେ ଭାସିଯାଇ ସୁରେଶ ଚନ୍ଦ୍ର ମହାରଣା (୫୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

୧୭ ଘଣ୍ଟା ପରେ ତାଙ୍କ ଶବ ମିଳିଛି।

ସୁରେଶ ଗଂଜାମ ଜିଲ୍ଲାର ମୂଳନିବାସୀ ହୋଇଥିଲାବେଳେ ଏଠାରେ ଏକ କମ୍ପାନିରେ କାମ କରୁଥିଲେ।

ଏହାଛଡ଼ା ଘରେ ପାଣି ପଶି ଯିବାରୁ ପିଲାକନ୍ଦେଇପଡ଼ାର ୪୫ ପରିବାରର ୨୪୦ ଜଣ ଓ ମାଳିପଡ଼ାର ୧୨ ପରିବାରର ୫୦ ଜଣଙ୍କୁ ରିଲିଫ୍‌ କ୍ୟାମ୍ପ୍‌କୁ ସ୍ଥାନାନ୍ତର କରାଯାଇଛି।

ପିଲାକନ୍ଦେଇପଡ଼ା ପ୍ରାଥମିକ ସ୍କୁଲ ଏବଂ ସମଲେଶ୍ବରୀ କଲେଜରେ ରିଲିଫ୍‌ କ୍ୟାମ୍ପ ଖୋଲି ସେମାନଙ୍କ ପାଇଁ ଆଶ୍ରୟ ଓ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଏସ୍ଏ‌ମ୍‌ସି କମିସନର ରେହାନ ଖତ୍ରି।

ଅବିଚାରିତ ଭାବେ ବିନା ଟାଉନ୍‌ପ୍ଲାନିଂରେ ସହର ସମ୍ପ୍ରସାରଣ, ପ୍ରାକୃତିକ ନାଳର ଜବରଦଖଲ, ନାଳ ଜମିରେ ଘର ନିର୍ମାଣ, ଜଳ ନିଷ୍କାସିତ ହେଉଥିବା ଖାଲୁଆ ଜମିଗୁଡ଼ିକୁ ପୋତି କୋଠା ନିର୍ମାଣ ଆଦି ବନ୍ୟାର ପ୍ରମୁଖ କାରଣ ବୋଲି କମିସନର କହିଛନ୍ତି।

ଆଜି ସମ୍ବଲପୁର ରେଡ୍‌ ଆଲର୍ଟରେ ଥିଲାବେଳେ ଦିନସାରା ଓ ସଂଧ୍ୟାରେ ବି ବର୍ଷା ଲାଗି ରହିଛି।

ଆସନ୍ତାକାଲି ପାଇଁ ମଧ୍ୟ ସମ୍ବଲପୁରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଦୁଇଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହିତ ୧୫ ଘର ଅଧା ଭାଙ୍ଗିଥିବା ସୂଚନା ଦେଇଛନ୍ତି ସଦର ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା।

ସେହିପରି ମୁଦିପଡ଼ା ଜୁରାବନ୍ଧର ନିର୍ମାଣାଧୀନ ପାଚେରି ଭାଙ୍ଗି ପଡ଼ିଛି।

IMD: ୨୧ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ନେଇ ଆଇଏମ୍‌ଡି ଆଲର୍ଟ: ଉଦ୍‌ଘାଟନର ମାତ୍ର ୯ ମାସରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ୱେ "ମିସିଂ ଲିଙ୍କ" ଭାଙ୍ଗିଲା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଧନକଉଡ଼ା ବ୍ଲକ୍‌ ଅଞ୍ଚଳରେ ୧୮୮ ମିଲିମିଟର, ମାନେଶ୍ବରରେ ୧୨୩ ମିମି, ଜମନକିରାରେ ୬୯ ମିମି, ରେଙ୍ଗାଲିରେ ୧୬୦ ମିମି, ନାକଟିଦେଉଳରେ ୫୦ ମିମି, ବାମରାରେ ୪୧ ମିମି, କୁଚିଣ୍ଡାରେ ୪୮ ମିମି ଏବଂ ରେଢାଖୋଲରେ ୬୭ ମିମି ବର୍ଷାର ରେକର୍ଡ କରାଯାଇଛି।

ରବିବାର ସଂଧ୍ୟାରୁ ରାତି ତମାମ ହୋଇଥିବା ବର୍ଷାରେ ସମ୍ବଲପୁର ସହରର ଚନ୍ଦନନଗର, ଦୁର୍ଗାପାଲି ବୃଦ୍ଧାଶ୍ରମ, ଠାକୁରପଡ଼ା, ଦାନିପାଲି, ଗୋପାଲମାଲ, କୁଲତାପଡ଼ା, ମହାନଦୀ ବିହାର, ହରଗୌରୀ ବିହାର, ମାଲିପଡ଼ା, ମୁଦିପଡ଼ା, ଲକ୍ଷ୍ମୀନାରାୟଣ ଲେନ, ପ୍ରଧାନପଡ଼ା, ଏସ୍ଆ‌ର୍‌ଆଇଟି କଲୋନି, ବରୁଣ ଏନ୍‌କ୍ଲେଭ, ଅମ୍ବିରାନଗର, ସରସ୍ବତୀବିହାର, କୁରେଟୋଲା, ରିକ୍ସାପଡ଼ା, ଚାରଭାଟି, ଆର୍‌ଏମ୍‌ସି ପଛପାର୍ଶ୍ବ ବସ୍ତି ସମେତ ମହାନଗରର ୪୧ରୁ ୨୦ଟି ୱାର୍ଡ ବନ୍ୟାରେ ପ୍ରଭାବିତ ହୋଇଥିବା କମିସନର କହିଛନ୍ତି।

ବର୍ଷା ବନ୍ଦ ହେବାପରେ ପାଣି ଘେରରେ ରହିଥିବା ଦାନିପାଲି, ଦୁର୍ଗାପାଲି, ମନ୍ଦଲିଆରେ ଭରିଥିବା ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ଲଗାଯାଇଥିଲା।

ବାଲିବନ୍ଧାରେ ମାଟି ଅତଡ଼ା ଖସିଥିଲା।

ମହାନଦୀରେ ପାଣିର ସ୍ତର ତଳେ ଥିବାରୁ ବାଲିବନ୍ଧା ଓ ବିନାଖଣ୍ଡି ସ୍ଲୁଇସ ଗେଟ୍‌ ଖୋଲା ରହିଥିଲା।

ଜଳବନ୍ଦୀରୁ ରକ୍ଷା ପାଇଁ ଅଗ୍ନିଶମ ବାହିନୀ ସହିତ ଓଡ୍ରାଫ୍‌ ଟିମ୍‌ ମିଳିତ ଭାବେ କାର୍ଯ୍ୟ କରୁଛି।

ଆସନ୍ତାକାଲି ମଧ୍ୟ ଏହି ଟିମ୍‌ କାର୍ଯ୍ୟ କରିବ।

ସହରର ସମସ୍ତ ଜାତୀୟ ରାଜପଥରୁ ଆରମ୍ଭ କରି ଫ୍ଲାଇଓଭର, ବ୍ରିଜ୍‌ ସବୁଠି ପାଣି ଭରିଥିଲା।

ନାଳୀ ଏବଂ ରାସ୍ତାଘାଟ ଏକାକାର ହୋଇଯାଇଥିଲା।

ସୋମବାର ସଂଧ୍ୟାରେ ବି ବର୍ଷା ଲାଗି ରହିଥିବାବେଳେ ଆଗକୁ ଅଧିକ ବର୍ଷା ହେଲେ ସଂକଟ ବଢ଼ିବା ଆଶଙ୍କା ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।