Celebrate failure: ବିଫଳତାକୁ ଉତ୍ସବ ଭାବେ ପାଳିଲେ ସଫଳତା ତୁମ ପଛରେ ଦୌଡ଼ିବ: ଅଶୋକ ବାସା
"କଟକ: ଟପର୍ ହେବା ନିଶା ମାଦକ ଦ୍ରବ୍ୟଠୁ ଅଧିକ ବିପଜ୍ଜନକ।
ପରୀକ୍ଷାରେ ଟପର୍ ହୁଅ, କିନ୍ତୁ କେବେ ବି ଅହଂ ଭାବ ରଖନି।
ଯେତେବେଳେ ବି ବିଫଳ ହେଉଛ, ସେତେବେଳେ ବିଫଳତାର ବିଶ୍ଲେଷଣ କର।
ବିଫଳତାକୁ ଉତ୍ସବ ଭାବେ ପାଳନ କଲେ ସଫଳତା ତୁମ ପଛରେ ଦୌଡ଼ିବ।
ସଫଳତା ହେଉ କି ବିଫଳତା, ସବୁକିଛି ଭଗବାନଙ୍କୁ ସମର୍ପଣ କରିଦେଲେ ଜୀବନ ସୁଖମୟ ହୋଇଯିବ।
ବାରଙ୍ଗ ନରଣପୁରସ୍ଥିତ କେଏମ୍ବିବି ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଆମନ୍ତ୍ରଣ-୨୦୨୬ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ବିଶିଷ୍ଟ ଯନ୍ତ୍ରୀ ତଥା ଡବ୍ଲ୍ୟୁଏଫ୍ଇଓର ଏକ୍ଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ୍ ଅଶୋକ କୁମାର ବାସା।
Advertisment World Chocolate Day: ବିଶ୍ବ ଚକୋଲେଟ୍ ଦିବସ ଇଣ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ମ-ନ ଫର୍ମୁଲା ବିଷୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।
ସେ କହିଛନ୍ତି, ପ୍ରଥମ ହେବା ପାଇଁ ଲକ୍ଷ୍ୟ ସ୍ଥିର କରି କାର୍ଯ୍ୟ କଲେ ସଫଳତା ମିଳିବ।
ଜୀବନରେ ସଫଳତା ପାଇବାକୁ ହେଲେ ବାହୁବଳ, ଅର୍ଥବଳ ଅପେକ୍ଷା ମନବଳକୁ ପିଲାମାନେ ଆପଣାଇ ନିଅନ୍ତୁ।
ମନବଳ ଠିକ୍ ଥିଲେ ସଫଳତା ନିଶ୍ଚୟ ମିଳିବ।
ଏହି ଅବସରରେ ସେ ମ-ନ ଫର୍ମୁଲା: ମା", ମାଟି, ମାତୃଭାଷା, ମୋବାଇଲ୍, ମଦମୁକ୍ତ ଓଡ଼ିଶା ଏବଂ ନିରୋଗ, ନିରାଡ଼ମ୍ବର, ନିରହଙ୍କାର, ନିଡର, ନିଶାମୁକ୍ତ ପରିବେଶ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।
କେଏମ୍ବିବିରେ ଆମନ୍ତ୍ରଣ-୨୦୨୬ ବାହୁବଳ, ଅର୍ଥବଳ ଅପେକ୍ଷା ମନବଳକୁ ଆପଣାଇଲେ ସଫଳ ହେବ: ସୌମ୍ୟରଂଜନକୌଣସି ପରୀକ୍ଷା ଭାଗ୍ୟ ନିର୍ଧାରଣ କରିପାରିନି, ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କର: ତନୟା କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ବାଦ ଓ କନକ ନ୍ୟୁଜ୍ର ସଂପାଦକ ତନୟା ପଟ୍ଟନାୟକ କହିଛନ୍ତି, ଖେଳକୁଦ, ପାଠପଢ଼ା ସହିତ ମାନସିକ ସ୍ବାସ୍ଥ୍ୟ ପାଇଁ ସମସ୍ତେ ସଚେତନ ହୁଅନ୍ତୁ।
ଯେବେ ବି ଏକାଏକା ଲାଗୁଛି, ପାରିବିନି, ସଫଳ ହେବିନି, ଯେତେ ଚେଷ୍ଟା କଲେ ବି ହେଉନି, ମନ ଭାରି ଲାଗୁଛି ବୋଲି ଭାବୁଛନ୍ତି, ତାହା ଅତ୍ୟନ୍ତ ସ୍ବାଭାବିକ।
ପାଖରେ ଯିଏ ବି ଥିବେ ତାଙ୍କ ସହିତ ସବୁ କଥା ବାଣ୍ଟନ୍ତୁ।
ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ଏକ୍ଷେତ୍ରରେ ସହଯୋଗ କରିବା ଆବଶ୍ୟକ।
କୌଣସି ପରୀକ୍ଷା କେବେ ବି ପିଲାମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିପାରିବନି।
ଏହି ସମୟ ଆଉ ଫେରିବନି।
ତେଣୁ ଆସନ୍ତା ୨ବର୍ଷ ମନଭରି ସାଙ୍ଗମାନଙ୍କ ସହ ସକାରାତ୍ମକ ଢଙ୍ଗରେ ଉପଭୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।
Rath Yatra: ପୁରୀରେ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା: "ମନଇଚ୍ଛା କର୍ଡନ୍ ପାସ୍ ଦିଅନି" କେଏମ୍ବିବି ଶିକ୍ଷାନୁଷ୍ଠାନ ସମୂହର ଏକାଡେମିକ୍ ନିର୍ଦ୍ଦେଶକ ବିଜୁନି ଚରଣ ସୂତାର ସଫଳତାର ମନ୍ତ୍ର ଭାବେ ୪-ଡି ଅର୍ଥାତ୍ ଡିସିପ୍ଲିନ୍, ଡିଟରମିନେସନ୍, ଡେଡିକେସନ୍, ଡିଭୋସନ୍କୁ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।
ଏହି ୪-ଡିକୁ ହାସଲ କରିବାକୁ ୪-ଏ ଅର୍ଥାତ୍ ଆଟିଚ୍ୟୁଡ୍, ଆକ୍ସେପ୍ଟ, ଏମ୍, ଆଚିଭମେଣ୍ଟର ମନ୍ତ୍ର ଦେଇଥିଲେ।
ପରିବେଶର ସୁରକ୍ଷା ପାଇଁ ଜନ୍ମଦିନରେ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ସେ ପରାମର୍ଶ ଦେଇଥିଲେ।
ପ୍ରଶାସନିକ ନିର୍ଦ୍ଦେଶକ ସରୋଜ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ସୁସଂପର୍କର ଆବଶ୍ୟକତା ଉପରେ ବୁଝାଇଥିଲେ।
ଏହି ଅବସରରେ ମହାବିଦ୍ୟାଳୟର ସିଏଚ୍ଏସ୍ଇ ଟପର୍ ସୁବ୍ରତ ବେହେରା ଓ ସିବିଏସ୍ଇ ଟପର୍ ଶୁଭଶ୍ରୀ ସମୀକ୍ଷା ପୃଷ୍ଟିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଭାଇସ୍ ପ୍ରିନ୍ସିପାଲ ସିତାଂଶୁ ଶେଖର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।