Environmental Organization: EFI: ପରିବେଶ ସଂଗଠନ: ଇଏଫ୍ଆଇ
"ଏକ ପରିଷ୍କାର ପୋଖରୀ କେବଳ ପାଣିର ଭଣ୍ଡାର ନୁହେଁ, ଏହା ପ୍ରକୃତିର ନବଜୀବନ, ପକ୍ଷୀଙ୍କ ଆଶ୍ରୟସ୍ଥଳ, ଜୀବଜନ୍ତୁଙ୍କ ବାସସ୍ଥାନ ଏବଂ ମଣିଷର ଭବିଷ୍ୟତର ପ୍ରତୀକ।
ଏହି ବିଶ୍ୱାସକୁ ସାଥୀ କରି ପରିବେଶ ସୁରକ୍ଷାରେ ନିରନ୍ତର କାର୍ଯ୍ୟ କରୁଛି "ଏନଭାଇରନ୍ମେଣ୍ଟାଲିଷ୍ଟ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ"(ଇଏଫ୍ଆଇ)।
ଏକ ଛୋଟ ପୋଖରୀ ସଫା କରିବାର ସଙ୍କଳ୍ପରୁ ଆରମ୍ଭ ହୋଇଥିବା ଏହି ସଂଗଠନ ଆଜି ଦେଶର ଶହ ଶହ ହ୍ରଦ, ପୋଖରୀ ଓ ଜଳାଶୟକୁ ନୂଆ ଜୀବନ ଦେଇ ପରିବେଶ ସଂରକ୍ଷଣର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।Advertisment Increasing trade relations with 5 states: ୫ ରାଜ୍ୟ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ରାସ୍ତା ଖୋଲିଲା: ସୁରତକୁ ଗଡ଼ିଲା ସବୁଦିନିଆ ଟ୍ରେନ୍ ୨୦୦୭ ମସିହାରେ ଚେନ୍ନାଇରେ ପରିବେଶପ୍ରେମୀ ଅରୁଣ କୃଷ୍ଣମୂର୍ତ୍ତିଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଇଏଫ୍ଆଇ ଆଜି ଦେଶର ଅଗ୍ରଣୀ ପରିବେଶ ସଂରକ୍ଷଣ ସଂଗଠନମାନଙ୍କ ମଧ୍ୟରେ ସ୍ଥାନ ପାଇଛି।
ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, କୋଏମ୍ବାଟୁର, ଦିଲ୍ଲୀ, ମୁମ୍ବାଇ, କୋଲକାତା, ପୁଡୁଚେରୀ ଏବଂ ତ୍ରିଭେନ୍ଦ୍ରମ୍ ସମେତ ଦେଶର ବିଭିନ୍ନ ସହରରେ ଏହାର ସ୍ୱେଚ୍ଛାସେବୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି।
ଏପର୍ଯ୍ୟନ୍ତ ସଂଗଠନଟି ୧୬ରୁ ଅଧିକ ରାଜ୍ୟରେ ୧୬୭ରୁ ଅଧିକ ହ୍ରଦ, ପୋଖରୀ ଓ ଜଳାଶୟର ସଫେଇ ଏବଂ ପୁନରୁଦ୍ଧାର କରି ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।"ଇଏଫ୍ଆଇ"ର ସଫଳତାର ମୂଳମନ୍ତ୍ର ହେଉଛି "ଜନସହଭାଗିତା"।
ପ୍ରତ୍ୟେକ ରବିବାର ଶହ ଶହ ସ୍ୱେଚ୍ଛାସେବକ ନିଜ ସମୟ ବାହାର କରି ହ୍ରଦ ଓ ପୋଖରୀରୁ ପ୍ଲାଷ୍ଟିକ, ଆବର୍ଜନା ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ବାହାର କରନ୍ତି।
ଏହା ସହିତ ଜଳାଶୟର ଗଭୀରୀକରଣ, ବର୍ଷାଜଳ ସଂରକ୍ଷଣ, ଦେଶୀ ପ୍ରଜାତିର ବୃକ୍ଷରୋପଣ, ପକ୍ଷୀଙ୍କ ପାଇଁ ବାସସ୍ଥାନ ସୃଷ୍ଟି, ମାଛ ପ୍ରଜନନ ପାଇଁ କୃତ୍ରିମ ଜଳାଶୟ ନିର୍ମାଣ ଏବଂ ଭୂତଳ ଜଳର ପୁନଃଭରଣ ଭଳି ବୈଜ୍ଞାନିକ ପଦକ୍ଷେପ ମଧ୍ୟ ଗ୍ରହଣ କରିଥାଏ।
ଏହି ସମନ୍ୱିତ ପ୍ରୟାସ ଫଳରେ ଅନେକ ଶୁଖିଯାଇଥିବା ଓ ପ୍ରଦୂଷିତ ଜଳାଶୟ ପୁଣିଥରେ ଜୀବନ୍ତ ହୋଇଉଠିଛି।
କେବଳ ହ୍ରଦ କିମ୍ବା ପୋଖରୀ ସଫେଇରେ ଇଏଫ୍ଆଇର କାର୍ଯ୍ୟ ସୀମିତ ନୁହେଁ।
ସଂଗଠନଟି ସ୍କୁଲରେ ଔଷଧୀୟ ଉଦ୍ୟାନ ସ୍ଥାପନ, ସମୁଦ୍ରକୂଳ ସଫେଇ, ସାମୁଦ୍ରିକ କଇଁଛ ସଂରକ୍ଷଣ, ଗ୍ରାମ ବିକାଶ, ପରିବେଶ ସଚେତନତା ଅଭିଯାନ, ସାଇକେଲ ରାଲି, ପରିବେଶଭିତ୍ତିକ ଡକ୍ୟୁମେଣ୍ଟାରି ପ୍ରଦର୍ଶନ ଓ କାନ୍ଥଚିତ୍ର ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ମନରେ ପ୍ରକୃତି ପ୍ରତି ଭଲପାଇବା ଓ ସଚେତନତାର ମଞ୍ଜି ବୁଣୁଛି।
ବିଶେଷକରି ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ସହ ଯୋଡ଼ିବାରେ ସଂଗଠନର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ।
Admission: ୯ରୁ ଯୁକ୍ତ୨ ନାମଲେଖା: ଏଯାଏଁ ମାଟ୍ରିକ୍ ପିଲାଙ୍କୁ ମିଳିନି ମାର୍କସିଟ୍, ସାର୍ଟିଫିକେଟ୍ ଚେନ୍ନାଇ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ହେଉ କିମ୍ବା ଦେଶର ବିଭିନ୍ନ ସହରର ଅବହେଳିତ ପୋଖରୀ ଓ ହ୍ରଦର ପୁନର୍ଜୀବନ, ପ୍ରତ୍ୟେକ କ୍ଷେତ୍ରରେ "ଇଏଫ୍ଆଇ" ପ୍ରମାଣ କରିଛି ଯେ ପ୍ରକୃତିକୁ ବଞ୍ଚାଇବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ; ସାଧାରଣ ନାଗରିକଙ୍କ ସକ୍ରିୟ ସହଭାଗିତା ମଧ୍ୟ ସମାନ ଭାବେ ଆବଶ୍ୟକ।
ଆଜି ସଂଗଠନ ପୁନରୁଦ୍ଧାର କରିଥିବା ଅନେକ ଜଳାଶୟରେ ପୁଣିଥରେ ପକ୍ଷୀଙ୍କ କାକଳି ଶୁଣିବାକୁ ମିଳୁଛି, ମାଛ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଭୂତଳ ଜଳସ୍ତରରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।