Samson: ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରୁ ସାମସନ୍‌ ବାଦ୍‌: ପ୍ରଭସିମରନ୍‌, ଯଶ ଓ ଅଶୋକଙ୍କୁ ପ୍ରଥମ ଡାକରା

Jul 07, 2026 - 04:51
Samson: ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରୁ ସାମସନ୍‌ ବାଦ୍‌: ପ୍ରଭସିମରନ୍‌, ଯଶ ଓ ଅଶୋକଙ୍କୁ ପ୍ରଥମ ଡାକରା

"ମୁମ୍ବାଇ: ଚଳିତ ଜୁଲାଇ ଶେଷ ସପ୍ତାହରେ ଖେଳାଯିବାକୁ ଥିବା ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ଘୋଷିତ ଭାରତୀୟ ଦଳରୁ ୱିକେଟ୍‌ରକ୍ଷକ ବ୍ୟାଟର୍‌ ସଞ୍ଜୁ ସାମସନ ବାଦ୍‌ ପଡ଼ିଛନ୍ତି।

ଆୟର୍ଲାଣ୍ଡ ବିପକ୍ଷ ଦୁଇଟି ଏବଂ ଇଂଲଣ୍ଡ ବିପକ୍ଷ ଗୋଟିଏ ଟ୍ବେଣ୍ଟି-୨୦ରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ସଞ୍ଜୁ ଯଥାକ୍ରମେ ୫,୦ ଓ ୧ ରନ୍‌ କରିବା ପରେ ଚୟନକର୍ତ୍ତାଙ୍କ ଭରସା ତାଙ୍କ ଉପରୁ ଉଠି ଯାଇଛି।

ସାମସନଙ୍କ ସ୍ଥାନରେ ଆଇପିଏଲ୍‌ ଦଳ ପଞ୍ଜାବ କିଙ୍ଗ୍ସର ୱିକେଟ୍‌ ରକ୍ଷକ ପ୍ରଭସିମରନ୍‌ ସିଂହ ପ୍ରଥମ ଥର ଲାଗି ଭାରତୀୟ ଟ୍ବେଣ୍ଟି-୨୦ ଦଳରେ ସୁଯୋଗ ପାଇଛନ୍ତି।

ଆଇପିଏଲ୍‌-୨୦୨୬ରେ  ସେ୧୬୮.୮୭ ଷ୍ଟ୍ରାଇକ୍‌ରେଟ୍‌ରେ ୫୧୦ ରନ୍‌ କରିଥିଲେ।

ସେହିଭଳି ଅଲରାଉଣ୍ଡର୍‌ ଅକ୍ଷର ପଟେଲଙ୍କ ସ୍ଥାନ ଯୁବ ସ୍ପିନ୍‌ ଅଲରାଉଣ୍ଡର୍‌ ହର୍ଷ ଦୁବେ ନେଇଥିଲା ବେଳେ ୱାସିଂଟନ୍‌ ସୁନ୍ଦରଙ୍କ ସ୍ଥାନରେ ରିଙ୍କୁ ସିଂହ ଭାରତୀୟ ଦଳକୁ ଫେରିଛନ୍ତି।

ପେସ୍‌ ଆକ୍ରମଣରେ ଯୁବ ଖେଳାଳିଙ୍କ ଉପରେ ଭରସା କରିଛନ୍ତି ଚୟନକର୍ତ୍ତା।Advertisment NiravModi: ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରାୟ ନିଶ୍ଚିତ: ଶେଷ ଆଇନଗତ ଲଢ଼େଇ ହାରିଲେ ପ୍ରଭସିମରନ୍‌, ଯଶ ଓ ଅଶୋକଙ୍କୁ ପ୍ରଥମ ଡାକରାଅକ୍ଷରଙ୍କ ସ୍ଥାନରେ ହର୍ଷ, ୱାସିଂଟନଙ୍କ ବଦଳରେ ରିଙ୍କୁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଖେଳୁଥିବା ପ୍ରିନ୍ସ ଯାଦବଙ୍କ ସହ ଦୀର୍ଘ ବ୍ୟବଧାନ ପରେ ଆହତ ଜର୍ଜରିତ ଦ୍ରୁତ ବୋଲର ମୟଙ୍କ ଯାଦବ ଦଳକୁ ଫେରିଛନ୍ତି।

ସେହିପରି ଯଶ ଠାକୁର ଓ ଆଶୋକ ଶର୍ମା ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଶ୍ରେୟସ ଆୟର ଦଳର ଅଧିନାୟକ ହୋଇଥିବା ବେଳେ ତିଳକ ବର୍ମାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି।

ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ନିଜ ସ୍ଥାନ ବଜାୟ ରଖିଛନ୍ତି।

ଏହି ଅବସରରେ ବିସିସିଆଇ ଇଂଲଣ୍ଡ ବିପକ୍ଷ ଦିନିକିଆ ଦଳରୁ ଆହତ ଯୋଗୁଁ ନୀତୀଶ କୁମାର ରେଡ୍ଡୀଙ୍କୁ ବାଦ୍‌ ଦେଇ ଶିବମ୍‌ ଦୁବେଙ୍କୁ ସାମିଲ କରିଥିବା ଘୋଷଣା କରିଛି।

IMD: ୨୧ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ନେଇ ଆଇଏମ୍‌ଡି ଆଲର୍ଟ: ଉଦ୍‌ଘାଟନର ମାତ୍ର ୯ ମାସରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ୱେ "ମିସିଂ ଲିଙ୍କ" ଭାଙ୍ଗିଲା ଭାରତୀୟ ଦଳ: ଶ୍ରେୟସ ଆୟର (ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଳକ ବର୍ମା (ଉପଅଧିନାୟକ), ଈଶାନ କିଶନ (ୱିକେଟକିପର), ଶିବମ ଦୁବେ, ସୂର୍ଯ୍ୟାଂଶ ଶେଡଗେ, ରିଙ୍କୁ ସିଂହ, ହର୍ଷ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ, ଯଶ ଠାକୁର, ଆଶୋକ ଶର୍ମା, ମୟଙ୍କ ଯାଦବ ଏବଂ ପ୍ରଭସିମ୍ରନ ସିଂହ (ୱିକେଟକିପର)।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।