Bangladesh Protest: ଏନସିପି ରାଲିରେ ଶକ୍ତିଶାଳୀ ବୋମା ବିସ୍ଫୋରଣ: ଶେଖ ହସିନାଙ୍କ ବିରୋଧରେ ପ୍ରଦର୍ଶନ ସମୟରେ ଅଘଟଣ
"ଢାକା: ପଡ଼ୋଶୀ ବାଂଲାଦେଶରୁ ପୁଣି ଥରେ ହିଂସା ଏବଂ ଅଶାନ୍ତି ଖବର ଆସିଛି।
ସୋମବାର ରାଜଧାନୀ ଢାକା ନିକଟସ୍ଥ ସାଭରରେ ଏକ ରାଜନୈତିକ ରାଲି ସମୟରେ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଛି।
ରିପୋର୍ଟ ଅନୁସାରେ, ନବଗଠିତ ରାଜନୈତିକ ଦଳ,ନ୍ୟାସନାଲ ସିଟିଜେନ୍ସ ପାର୍ଟି(ଏନସିପି) ଦ୍ୱାରା ଆୟୋଜିତ ଶେଖ ହସିନାଙ୍କ ବିରୋଧୀ ପ୍ରଦର୍ଶନ ସମୟରେ ବିସ୍ଫୋରଣ ଘଟିଥିଲା।
ବିସ୍ଫୋରଣ ସମୟରେ, ଜଣେ ମହିଳା ନେତ୍ରୀ ରାଲିକୁ ସମ୍ବୋଧିତ କରୁଥିଲେ, ସେହି ସମୟରେ ହଠାତ୍ ଜନସାଧାରଣଙ୍କ ମଧ୍ୟରେ ଏକ ବୋମା ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ଦଳାଚକଟା ଆରମ୍ଭ ହୋଇଥିଲା।Advertisment ତିନି ଜଣ ଆହତ ଏହି ଘଟଣାରେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଆହତମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାର ଏକ ଭୟଙ୍କର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି ,ଯେଉଁଥିରେ ଭାଷଣ ଜାରି ରହିବା ସମୟରେ ଏକ ଜୋରଦାର ବିସ୍ଫୋରଣ ଏବଂ ମଞ୍ଚରୁ ଧୂଆଁ ବାହାରୁଥିବା ଦେଖାଯାଉଛି।
ବିସ୍ଫୋରଣ ପରେ, ରାଲି ସ୍ଥାନରେ ଥିବା ଲୋକମାନେ ନିଜ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଉଥିବା ଦେଖାଯାଇଥିଲା।
Strait of Hormuz: ହର୍ମୁଜ୍ରେ ପୁଣି ଆକ୍ରମଣ କଲା ଇରାନ: ୨ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼, ସଙ୍କଟରେ ଶାନ୍ତି ଚୁକ୍ତି ଏହି ରାଲି ଏବଂ ପଦଯାତ୍ରା କୌଣସି ସାଧାରଣ ରାଜନୈତିକ କାର୍ଯ୍ୟକ୍ରମର ଅଂଶ ନଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଐତିହାସିକ ଛାତ୍ର ପ୍ରତିବାଦର ଦ୍ୱିତୀୟ ବାର୍ଷିକୀ ପାଳନ କରିବା ପାଇଁ ଏହା ଆୟୋଜନ କରାଯାଇଥିଲା ।
ସାଭରରେ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ଏକତ୍ରିତ ହୋଇଥିଲେ।
ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି ଯେ ଏହି ଆକ୍ରମଣ ସେମାନଙ୍କ ସ୍ୱରକୁ ଦମନ କରିବା ପାଇଁ କରାଯାଇଥିଲା।
ବିସ୍ଫୋରଣ ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଦେଇଥିଲେ।
ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ, ଏହା କେଉଁ ପ୍ରକାରର ବୋମା ଥିଲା କିମ୍ବା କିଏ ଏହାକୁ ରଖିଥିଲା ତାହାର ତଦନ୍ତ ଜାରି ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।