Heavy rain: ତାଣ୍ଡବ ରଚିଲା ବର୍ଷା, ଘୁମୁସର ଉଦୟଗିରିରେ ଢାଳିଲା ପାଣି
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁମୁସର ଉସୟଗିରିବାସୀ ଏହିଭଳି ବିତ୍ପାତ କେବେ ଦେଖିନଥିଲେ।
ଅର୍ଣ୍ଣବର ପ୍ରଭାବରେ ବର୍ଷା ବିତ୍ପାତ ଦେଖି ଲୋକ ଛାନିଆ।
ଢାଳି ଦେଇଗଲା ପାଣି।
ଚତୁର୍ଦିଗ ଜଳ ମୟ।
ଦୁଇ ଦିନ ରେକର୍ଡ ବର୍ଷା ହୋଇଛି ସ୍ଥାନୀୟ ଅଞ୍ଚଳରେ।
ପ୍ରବଳ ପବନ ସାଙ୍ଗକୁ ମୁଷଳ ଧାରାରେ ବର୍ଷା ସ୍ଥାନୀୟ ସହର ଦେଇ ଯାଇଥିବା ସାଲୁଙ୍କି ନଦୀର ବ୍ରିଜ କୁ ଛୁଇଁଲା ପାଣି ଅନ୍ୟ ପଟେ ସହରର ଚମ୍ପାସାହି ଠାରୁ ଧବଳେଶ୍ୱର ମନ୍ଦିର ବାଏପାସ ରାସ୍ତା ବ୍ରିଜ ଉପରେ ଦଶ ଫୁଟ ପାଣି ଚାଲିଲା।ଲୋକ ଦେଖି ଛାନିଆ।ଏହିଭଳି ଦୃଶ୍ୟ କେବେ ଦେଖି ନଥିଲେ।
ଏହି ଦୃଶ୍ୟ ଦେଖିବା ପାଇଁ ବ୍ରିଜ ରେ ଭିଡ଼ ଲାଗିଥିଲା।
Advertisment ଘୁ.ଉଦୟଗିରିରେ ଜିଲ୍ଲାର ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ସ୍ଥାନୀୟ ଅଞ୍ଚଳରେ ୪୬୨.୪ମିମି ବର୍ଷା ହୋଇଥିବା ବେଳେ ରାଇକିଆରେ ୩୮୪.୮ମିମି, ଟିକାବାଲିରେ ୧୮୩ମିମି, ଚକାପାଦରେ ୨୪୯ମିମି ବର୍ଷା ହୋଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ସମୁଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅସୁରକ୍ଷିତ ଭାବେ ଥିବା ୨୩୭ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ରଖାଯାଇଥିବା ସୂଚନା ମିଳିଛି।ପ୍ରାପ୍ତ ସୂଚନାନୁସାରେ ଗ୍ରେସିଙ୍ଗିଆ ପଞ୍ଚାୟତର ବାକିକାମ୍ବା ଗ୍ରାମର ୨୫ଜଣଙ୍କୁ ସେଇ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଥିବା ବେଳେ ଗ୍ରେସିଙ୍ଗିଆ ବିଦ୍ୟାଳୟରେ ୫ଜଣଙ୍କୁ, ମାଲିକପୋଡି ପଞ୍ଚାୟତର ବାଡେନାଜୁ ଗ୍ରାମର ୫ଜଣଙ୍କୁ ସେଇ ଗାଁ ସ୍କୁଲରେ ରାଉକଲା ପଞ୍ଚାୟତର ୮୧ଜଣଙ୍କୁ ରାଇପଲି ବିଦ୍ୟାଳୟରେ, ୧୭ଜଣଙ୍କୁ ରାଇକଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, କତିଙ୍ଗିଆ ପଞ୍ଚାୟତର କଲାନାଜୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୮ଜଣଙ୍କୁ ଏବଂ ବଲିଙ୍ଗିଆ ଗାଁର ୫୬ ଜଣଙ୍କୁ କିଲାପାଙ୍ଗା ପ୍ରାଥମିକ ବିଦ୍ୟାଳୟରେ ସୁରକ୍ଷିତ ଭାବେ ରଖାଜାଇଥିବା ସୂଚନା ମିଳିଛି।
Flood: ଗଞ୍ଜାମରେ ବର୍ଷା ବିତ୍ପାତ: ଜଳମଗ୍ନ ଚାଷଜମି ଓ ବନ୍ୟା ସ୍ଥିତି ପରଖିଲେ ଛତ୍ରପୁର ବିଧାୟକ ସ୍ଥାନୀୟ ସହରରେ ମଧ୍ୟ ବହୁ କଚଘରେ ରହୁଥିବା ପରିବାରଙ୍କୁ ସ୍ଥାନୀୟ ଏନଏସି ନିର୍ବାହୀ ଅଧିକାରୀଙ୍କ ନିର୍ଦେଶରେ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟ ସ୍ଥଳକୁ ଆଣି ରଖାଯାଇଛି।ଅନ୍ୟପଟେ ଗରିବ ଅସହାୟ ଲୋକଙ୍କୁ ପ୍ରଶାସନ ପକ୍ଷରୁ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଜରି ପାଲ ପ୍ରଦାନ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
