Heavy Rain Threat Looms, Reservoir Gates May Open: ବଢ଼ିଲା ବାତ୍ୟା ଭୟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡହ ଜଳଭଣ୍ଡାର ଗେଟ୍
ବଢ଼ିଲା ବାତ୍ୟା ଭୟ, ଯେ କୌଣସି ମୂହୁର୍ତ୍ତରେ ଖୋଲିପାରେ ଜଳଭଣ୍ଡାର ଗେଟ୍ ।
ଡହ ଓ ଭଞ୍ଜନଗର ଜଳଭଣ୍ଡାରର କିଛି ଗେଟ୍ ଯେକୌଣସି ମୁହୂର୍ତ୍ତରେ ଖୋଲିବାକୁ ଆସିଛି ଚିଠି ।
ପୂର୍ବ ବନ୍ୟାକୁ ନେଇ ଚର୍ଚ୍ଚାରେ ଥିବା ଏହି ଦୁଇ ଜଳଭଣ୍ଡାରରେ ବଢ଼ୁଛି ଜଳସ୍ତର ।
ବର୍ତ୍ତମାନ ଭଞ୍ଜନଗର ଜଳଭଣ୍ଡାର ୮୪.୦୭ ପ୍ରତିଶତ ଓ ଡହ ଜଳଭଣ୍ଡାର ୯୦.୬୬ ପ୍ରତିଶତ ପୂର୍ଣ୍ଣ ରହିଛି ।
Advertisment ଆଗକୁ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜଳସମ୍ପଦ ବିଭାଗର ଆଗୁଆ ସତର୍କତାମୂଳକ ପଦକ୍ଷେପ ।
ଏପଟେ ଲୋହରାଖଣ୍ଡି ନଦୀକୂଳିଆ ବାସିନ୍ଦାଙ୍କୁ ସତର୍କ ରହିବାକୁ ପ୍ରଶାସନର ସୂଚନା ।
ନଦୀ ନିକଟକୁ ଗୃହପାଳିତ ପଶୁପକ୍ଷୀଙ୍କୁ ନ ଛାଡ଼ିବାକୁ ମଧ୍ୟ କରାଯାଇଛି ଅପିଲ୍ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
