Happy New Year prepaid plans : "ହ୍ୟାପି ନ୍ୟୁ ଇୟର ୨.୦"  ନାମରେ ନୂତନ ରିଚାର୍ଜ ଅଫର୍ ଆଣିଲା ରିଲାଏନ୍ସ ଜିଓ

Nov 24, 2026 - 14:56
Happy New Year prepaid plans :  "ହ୍ୟାପି ନ୍ୟୁ ଇୟର ୨.୦"  ନାମରେ ନୂତନ ରିଚାର୍ଜ ଅଫର୍ ଆଣିଲା ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ୧୦ମ ବାର୍ଷିକୀ ପାଳନ ଅବସରରେ, ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ "ହ୍ୟାପି ନ୍ୟୁ ଇୟର ୨.୦" ନାମରେ ନୂତନ ରିଚାର୍ଜ ଅଫର୍ ଆଣିଛି।

କେବଳ ଶସ୍ତା ରିଚାର୍ଜ କିମ୍ବା ଅଧିକ ଡାଟା ଥିବା ପ୍ଲାନ ବ୍ୟତୀତ, ଜିଓ ଏହି ଅଫର୍‌ଗୁଡ଼ିକରେ ବିଭିନ୍ନ ସବସ୍କ୍ରିପସନ୍ ଏବଂ ଡିଜିଟାଲ୍ ସେବା ମଧ୍ୟ ଯୋଡ଼ିଛି।

ଏହି ନୂତନ ପ୍ଲାନଗୁଡ଼ିକ ମଧ୍ୟରେ ଦୁଇଟି ମୁଖ୍ୟ ପ୍ଲାନ ରହିଛି।

ଯାହାର ମୂଲ୍ୟ ଯଥାକ୍ରମେ ୩୯୯ ଏବଂ ୩,୯୯୯ ଅଟେ।

ଏହା ବ୍ୟତୀତ, କମ୍ପାନି ୫ଜି ବ୍ୟବହାରକାରୀଙ୍କ ପାଇଁ ସ୍ୱତନ୍ତ୍ର 'ଆଡ୍-ଅନ୍' ପ୍ୟାକ୍ ଏବଂ ରାତି ସମୟରେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକ୍ ମଧ୍ୟ ଆଣିଛି।

Advertisment ୩୯୯ ରିଚାର୍ଜ ପ୍ଲାନ୍ କମ୍ପାନି ୩୯୯ ପ୍ୟାକ୍‌କୁ ନିଜର ନୂତନ ମୁଖ୍ୟ (ଫ୍ଲାଗସିପ୍) ପ୍ଲାନ୍ ଭାବରେ ଧାର୍ଯ୍ୟ କରିଛି।

ଏଥିରେ ୪,୦୦୦ ମୂଲ୍ୟର 'କାନଭା ପ୍ରୋ' ପାଇଁ ୧୨ ମାସର ସବସ୍କ୍ରିପସନ୍ ଅନ୍ତର୍ଭୁକ୍ତ ରହିଛି।

ଏହା ସହିତ, ଏଥିରେ 'ଜିଓ ହଟଷ୍ଟାର ' (ଯେଉଁଥିରେ ହଲିଉଡ୍ କଣ୍ଟେଣ୍ଟ୍ ଉପଲବ୍ଧ), 'ଫ୍ୟାନକୋଡ' ଏବଂ 'ଜିଓ ଗେମସ' ପାଇଁ ମୋବାଇଲ୍ ସବସ୍କ୍ରିପସନ୍ ମଧ୍ୟ ମିଳିବ।

ଏହା ବ୍ୟତୀତ, ବ୍ୟବହାରକାରୀମାନେ 'ଜିଓଏଆଇକ୍ଲାଉଡ' ରେ ୫୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ମଧ୍ୟ ପାଇବେ।

୩୯୯ ଏବଂ ୩,୯୯୯ ପ୍ଲାନର ବୈଧତା ଜିଓର ନୂତନ "ହ୍ୟାପି ନ୍ୟୁ ଇୟର ୨.୦" ଅଫର୍‌ରେ, ୩୯୯ ପ୍ଲାନ‌ରେ ୨୮ ଦିନ ପାଇଁ ବୈଧତା ରହିବ।

୩,୯୯୯ ପ୍ଲାନଟି ୩୬୫ ଦିନ (ଏକ ବର୍ଷ) ପାଇଁ ବୈଧ ରହିବ।

ଉଭୟ ପ୍ଲାନରେ ଅନଲିମିଟେଡ୍ (ଅସୀମିତ) ୪ଜି ଏବଂ ୫ଜି ଡାଟା, ଅନଲିମିଟେଡ୍ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ ପଠାଇବାର ସୁବିଧା ମିଳିବ।

୧୫ ଏବଂ ୨୫ରେ ଅନଲିମିଟେଡ୍ ୫ଜି ଡାଟା ଯେଉଁମାନେ ରାତିରେ ଇଣ୍ଟରନେଟ୍ ବ୍ୟବହାର କରନ୍ତି, ସେମାନଙ୍କ ପାଇଁ ଜିଓ ଏକ ସ୍ୱତନ୍ତ୍ର ୫୦ ଟଙ୍କିଆ ପ୍ୟାକ୍ ଆଣିଛି।

ଏଥିରେ ୨୮ ଦିନ ପାଇଁ ପ୍ରତି ରାତି ୧୨:୦୦ଟାରୁ ଭୋର ୫:୦୦ଟା ମଧ୍ୟରେ ଅସୀମିତ ୪ଜି ଏବଂ ୫ଜି ଡାଟା ମିଳିବ।

କମ୍ପାନି ବିଶେଷ ଭାବରେ ରାତି ସିଫ୍ଟରେ କାମ କରୁଥିବା ଲୋକ, ଛାତ୍ରଛାତ୍ରୀ, ଗେମର୍ ଏବଂ ରାତି ପର୍ଯ୍ୟନ୍ତ ଅନଲାଇନ୍ କଣ୍ଟେଣ୍ଟ ଦେଖୁଥିବା ବ୍ୟବହାରକାରୀଙ୍କ ପାଇଁ ଏହି ପ୍ୟାକ୍ ପ୍ରସ୍ତୁତ କରିଛି।

୩,୯୯୯ ଟଙ୍କିଆ ବାର୍ଷିକ ପ୍ଲାନରେ କ'ଣ ରହିଛି?

୩,୯୯୯ ଟଙ୍କାର ରିଚାର୍ଜ, ଯାହାର ବୈଧତା ଏକ ବର୍ଷ ପାଇଁ ରହିଛି।

ଏଥିରେ କାନଭା ପ୍ରରୋ ଲାଇଟ ୧୨ ମାସର ସବସ୍କ୍ରିପସନ୍ (ଯାହାର ମୂଲ୍ୟ ୧,୫୯୦ ଟଙ୍କା) ଅନ୍ତର୍ଭୁକ୍ତ।

ଏହା ବ୍ୟତୀତ, ଏଥିରେ ଜିଓ ହଟଷ୍ଟାର ମୋବାଇଲ ହଲିଉଡ୍ କଣ୍ଟେଣ୍ଟ, ଜିଓ ଟିଭି ମାଧ୍ୟମରେ ଫ୍ୟାନକୋଡ ଏବଂ ୫୦ ଜିବିର ଜିଓଏଆଇକ୍ଲାଉଡ ଷ୍ଟୋରେଜ୍ ସୁବିଧା ମିଳିବ।

ଏହି ରିଚାର୍ଜଗୁଡ଼ିକ କେବେ ଉପଲବ୍ଧ ହେବ?

୨୫ ଟଙ୍କିଆ ଆଡ୍-ଅନ୍ ପ୍ୟାକ୍—ଯାହା ଜିଓର ୩୯୯ ଟଙ୍କିଆ ଏବଂ ୩,୯୯୯ ଟଙ୍କିଆ ପ୍ଲାନ ସହିତ କାମ କରିବ।

ତାହା ନଭେମ୍ବର ୨୪ ତାରିଖରୁ ଉପଲବ୍ଧ ହେବ।

୧୫ ଟଙ୍କିଆ ୫ଜି ଡାଟା ପ୍ୟାକ୍ ବର୍ତ୍ତମାନ ଉପଲବ୍ଧ ଅଛି, ଯେତେବେଳେ କି ୫୦ ଟଙ୍କିଆ ନାଇଟ୍ ଡାଟା ପ୍ୟାକ୍ ନଭେମ୍ବର ୨୬ ତାରିଖରୁ ମିଳିବ।

ବ୍ୟବହାରକାରୀମାନେ ମାଇଜିଓ ଆପ୍, ଜିଓ ଡଟ କମ, ଜିଓ ଷ୍ଟୋର୍ କିମ୍ବା ଦେଶବ୍ୟାପୀ ଥିବା ଅନ୍ୟାନ୍ୟ ରିଟେଲ୍ ଦୋକାନରୁ ଏହି ପ୍ଲାନଗୁଡ଼ିକ କିଣିପାରିବେ।

ମହାକାଶକୁ ବ୍ୟାପିବ କି ରୁଷ-ୟୁକ୍ରେନ ଯୁଦ୍ଧ!

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)