Gold Mine: ବେଆଇନ ସୁନା ଖଣିରେ ଫସି ରହିଛନ୍ତି ୨୬ ଶ୍ରମିକ: ବନ୍ୟା ପାଣି ପଶିବାରୁ ଆତଙ୍କ ସୃଷ୍ଟି

Nov 25, 2026 - 12:43
Gold Mine: ବେଆଇନ ସୁନା ଖଣିରେ ଫସି ରହିଛନ୍ତି ୨୬ ଶ୍ରମିକ: ବନ୍ୟା ପାଣି ପଶିବାରୁ ଆତଙ୍କ ସୃଷ୍ଟି

ଜାକର୍ତ୍ତା: ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଏକ ବେଆଇନ ସୁନା ଖଣିରେ ବଡ଼ ଦୁର୍ଘଟଣା ଘଟିଛି।

ବୋଗୋର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ନିକଟସ୍ଥ ନଦୀର ପାଣି ଖଣିରେ ପ୍ରବେଶ କରିବାରୁ ୨୬ ଜଣ ଶ୍ରମିକ ଭିତରେ ଫସି ରହିଛନ୍ତି।

ଅଧିକାରୀଙ୍କ ଅନୁଯାୟୀ, ଶ୍ରମିକମାନେ ପ୍ରାୟ ୧୦୦ ମିଟର ଗଭୀରରେ ଅଛନ୍ତି ଏବଂ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

୧୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।

ଉଦ୍ଧାରକାରୀ ଦଳଫସି ରହିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି।

Advertisment ଇଣ୍ଡୋନେସିଆ ପୁଲିସ କହିଛି, ପ୍ରବଳ ବର୍ଷା ପରେ ନିକଟସ୍ଥ ଏକ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା ଏବଂ ପଶ୍ଚିମ ଜାଭାର ବୋଗୋର ଜିଲ୍ଲାର ପୋଙ୍ଗକୋର ଅଞ୍ଚଳରେ ଥିବା ଏକ ବେଆଇନ ଖୋଲା ସୁନା ଖଣିରେ ପାଣି ପ୍ରବେଶ କରିଥିଲା।

ଭିତରେ କାମ କରୁଥିବା ଶ୍ରମିକମାନେ ବାହାରକୁ ବାହାରି ପାରି ନଥିଲେ।

ପ୍ରଶାସନକୁ ଘଟଣା ବିଷୟରେ ସୂଚନା ଦିଆଯିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।

ସଂକୀର୍ଣ୍ଣ ରାସ୍ତା କାର୍ଯ୍ୟକୁ କଷ୍ଟକର କରୁଛି ପଶ୍ଚିମ ଜାଭା ପୁଲିସ ମୁଖପାତ୍ର ହେଣ୍ଡ୍ରା ରୋଚମାୱାନ କହିଛନ୍ତି ଯେ, ଏକ ମିଳିତ ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି, କିନ୍ତୁ ବର୍ଷା ଏବଂ ଖଣିକୁ ଯାଇଥିବା ସଂକୀର୍ଣ୍ଣ ରାସ୍ତା କାର୍ଯ୍ୟକୁ କଷ୍ଟକର କରୁଛି।

ଜାକର୍ତ୍ତା ସର୍ଚ୍ଚ ଆଣ୍ଡ୍ ରେସକ୍ୟୁ ଅଫିସ୍‌ର ମୁଖ୍ୟ ଦେସିଆନା କାର୍ତିକା ବାହାରୀ କହିଛନ୍ତି, ଖଣି ଭିତରେ ଜଳସ୍ତର ନିରନ୍ତର ତଦାରଖ କରାଯାଉଛି।

ଖଣିର ଗଭୀରତା, ସୀମିତ ଆଲୋକ ଏବଂ ସଂକୀର୍ଣ୍ଣ ପଥ ଯୋଗୁଁ ଉଦ୍ଧାରକାରୀଙ୍କ ସମସ୍ୟା ସୃଷ୍ଟି କରୁଛି।

ଖଣି କମ୍ପାନି ଆଣ୍ଟାମ୍ ସ୍ପଷ୍ଟ କରିଛି, ଦୁର୍ଘଟଣା ଏକ ବେଆଇନ ସୁନା ଖଣିରେ ଘଟିଛି।

ଆମ ଅଧିକୃତ ଖଣି ପ୍ରକଳ୍ପରେ ନୁହେଁ।

ଗତ ସପ୍ତାହରେ ବୋଗୋର ଅଞ୍ଚଳର କର୍ତ୍ତୃପକ୍ଷ ମଧ୍ୟ ବେଆଇନ ଖଣି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୩୦ଟି ସୁନା ଖଣି ବନ୍ଦ କରିଥିଲେ।

Puerto Rico's Jennifer Barreto Miss Universe : ୨୦୨୬ ମିସ୍ ୟୁନିଭର୍ସ ମୁକୁଟ ଜିତିଲେ ପୁଏର୍ତୋ ରିକୋର ଜେନିଫର୍‌ ବାରେଟୋ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)