Houthi Attack: ସାଉଦି ରାଜଧାନୀ ରିୟାଦରେ ହୁତିଙ୍କ ଆକ୍ରମଣ: ୨ ଭାରତୀୟଙ୍କ ସମେତ ୧୧ ଆହତ

Nov 25, 2026 - 10:51
Houthi Attack: ସାଉଦି ରାଜଧାନୀ ରିୟାଦରେ ହୁତିଙ୍କ ଆକ୍ରମଣ: ୨ ଭାରତୀୟଙ୍କ ସମେତ ୧୧ ଆହତ

ଚରିୟାଦ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି।

ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦର ମୁଖ୍ୟ ଆର୍ଥିକ କେନ୍ଦ୍ରରେ ଅବସ୍ଥିତ ଏକ ଟାୱାରକୁ ଟାର୍ଗେଟ କରିଛନ୍ତି।

ଏହି ଆକ୍ରମଣରେ ଦୁଇ ଜଣ ଭାରତୀୟ ଏବଂ ତିନି ଜଣ ନେପାଳୀ ନାଗରିକଙ୍କ ସମେତ ମୋଟ ୧୧ ଜଣ ଆହତ ହୋଇଛନ୍ତି।

Advertisment ଅନ୍ୟ ଆହତଙ୍କ ମଧ୍ୟରେ ଚାରି ଜଣ ମିଶରୀୟ ଏବଂ ଦୁଇଜଣ ସାଉଦି ନାଗରିକ ଅଛନ୍ତି।

ଏହା ସହିତ ହୁତିମାନେ ୟେମେନରେ ସାଉଦି ଆରବର ଏକ ସାମରିକ ଡ୍ରୋନ୍ 'ୱିଙ୍ଗ ଲୁଙ୍ଗ-୨'କୁ ଗୁଳି କରି ଖସାଇ ଦେଇଥିବା ମଧ୍ୟ ଦାବି କରିଛନ୍ତି।

ଫଳରେ ଅଞ୍ଚଳରେ ଉତ୍ତେଜନାକୁ ବୃଦ୍ଧି ପାଇଛି।ସାଉଦି ଆରବର ନାଗରିକ ପ୍ରତିରକ୍ଷା ବିଭାଗ ଆକ୍ରମଣକୁ ନିଶ୍ଚିତ କରିଛି ଏବଂ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି।

ବିଭାଗର ସୂଚନା ଅନୁଯାୟୀ,ଆକ୍ରମଣରେ ରିୟାଦର କିଙ୍ଗ୍ ଅବଦୁଲ୍ଲା ଫାଇନାନ୍ସିଆଲ୍ ଜିଲ୍ଲାରେ ଅବସ୍ଥିତ ଏକ ବାଣିଜ୍ୟିକ କୋଠାକୁ ଟାର୍ଗେଟ କରାଯାଇଥିଲା।

ଆଇନକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ ରିୟାଦରେ ହୋଇଥିବା ଆକ୍ରମଣରେ ଦୁଇଜଣ ଭାରତୀୟ ନାଗରିକ ଆହତ ହେବା ଖବର ପରେ ସାଉଦି ଆରବରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ବିବୃତି ଜାରି କରି କହିଛି, ରିୟାଦରେ ହୋଇଥିବା ଆକ୍ରମଣରେ ଦୁଇଜଣ ଭାରତୀୟ ନାଗରିକ ଆହତ ହେବା ସମ୍ପର୍କରେ ସୂଚନା ମିଳିଛି ଏବଂ ଦୂତାବାସ ଏ ସମ୍ପର୍କରେ ବିସ୍ତୃତ ସୂଚନା ସଂଗ୍ରହ କରୁଛି।

ଆହତ ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ଦୂତାବାସ ସ୍ପଷ୍ଟ କରିଛି।

ଏହା ସହିତ, ଦୂତାବାସ ସାଉଦି ଆରବରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ସ୍ଥାନୀୟ ନିୟମ ଏବଂ ଆଇନକୁ କଡ଼ାକଡ଼ି ପାଳନ କରିବାକୁ ନିବେଦନ କରିଛି।

Middle East War: ମଧ୍ୟପ୍ରାଚ୍ୟରେ ଇରାନ ସମର୍ଥିତ ହୁତିଙ୍କ ଆକ୍ରମଣ ଆଶଙ୍କା ଘନେଇଲା: ସତର୍କ ସୂଚନା ଜାରି କଲା ଆମେରିକା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)