Gender controversy : ଖେଲିଫ୍‌ ରିଙ୍ଗ୍‌କୁ ଫେରିବା ପୂର୍ବରୁ ଲିଙ୍ଗଗତ ବିବାଦ

Nov 25, 2026 - 13:17
Gender controversy : ଖେଲିଫ୍‌ ରିଙ୍ଗ୍‌କୁ ଫେରିବା ପୂର୍ବରୁ ଲିଙ୍ଗଗତ ବିବାଦ

ପ୍ୟାରିସ: ପାରିସ୍‌ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ଆଲ୍‌ଜେରିଆର ମହିଳା ବକ୍ସର ଇମାନେ ଖେଲିଫ୍‌ ରିଙ୍ଗ୍‌କୁ ଫେରିବା ପୂର୍ବରୁ ଲିଙ୍ଗଗତ ବିବାଦ ଦେଖାଦେଇଛି।

ଏହି କାରଣରୁ ପ୍ୟାରିସ୍‌ରେ ଡିସେମ୍ବର ୧୫ ତାରିଖରେ ହେବାକୁ ଥିବା ପେସାଦାର ବକ୍ସିଂ ମୁକାବିଲାରୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ନେଦରଲାଣ୍ଡ୍‌ସର କ୍ଲାରିଡା ସାରାବ୍ୟା ଓହରି ଯାଇଛନ୍ତି।

ମହିଳା ୱେଲ୍ଟର ବର୍ଗରେ ପ୍ୟାରିସ୍‌ରେ ସ୍ବର୍ଣ୍ଣ ଜିତିବା ପରେ ଲିଙ୍ଗଗତ ଯୋଗ୍ୟତା ବିବାଦ ଚାଲିଥିବାରୁ ସେ ଆଉ ମୁକାବିଲକୁ ଓହ୍ଲାଇ ନଥିଲେ।

Advertisment ଏବେ ୨୧ ବର୍ଷୀୟା ସରବ୍ୟାଙ୍କ ବିପକ୍ଷରେ ସେ ୬ ରାଉଣ୍ଡ ମୁକାବିଲାରେ ଖେଳିବାକୁ ପ୍ରସ୍ତୁତ ହେଉଥିଲେ।

ହେଲେ ଏହା ଲଢ଼େଇ ପୂର୍ବରୁ ପ୍ରତିନ୍ଦ୍ବନ୍ଦୀ ସାରାବ୍ୟା ବିଭିନ୍ନ କାରଣ ଦର୍ଶାଇ ଓହରି ଯାଇଛନ୍ତି।

ଅନ୍ୟପକ୍ଷରେ ସାରାବ୍ୟା ଓହରିଯିବାରୁ ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି ଯେ ଖେଲିଫ୍‌ଙ୍କ ନୂଆ ପ୍ରତିଦ୍ବନ୍ଦୀ ନାଁ ଶୀଘ୍ର ଘୋଷଣା କରାଯିବ ଏବଂ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ମୁକାବିଲା ହେବ।

ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ମାସରେ ଖେଲିଫ୍‌ କହିଥିଲେ, ''ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଓସି) ପକ୍ଷରୁ ଆନୁବଂଶିକ ପରୀକ୍ଷା କରାଗଲେ, ଏଥିପାଇଁ ପ୍ରସ୍ତୁତ ଅଛନ୍ତି''।

ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)