GDP: ଜିଡିପିରେ ଡାଟା ସେଣ୍ଟରର ଯୋଗଦାନ ନଗଣ୍ୟ ରହିବ

Sep 05, 2026 - 23:33
GDP: ଜିଡିପିରେ ଡାଟା ସେଣ୍ଟରର ଯୋଗଦାନ ନଗଣ୍ୟ ରହିବ

"ନୂଆଦିଲ୍ଲୀ: ଦେଶରେ ଡାଟା ସେଣ୍ଟରକୁ ନେଇ ସଂପ୍ରତି ଅଧିକ ଚର୍ଚ୍ଚା ହେଉଛି।

ଏ କ୍ଷେତ୍ରରେ ନିବେଶ ନେଇ ବଡ଼ ବଡ଼ କମ୍ପାନି ଘୋଷଣା ମଧ୍ୟ କରୁଛନ୍ତି।

କିନ୍ତୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଏହାର ଯୋଗଦାନ ସେତେ ଅଧିକ ରହିବ ନାହିଁ।

ସେହିଭଳି ନିଯୁକ୍ତି ସୃଷ୍ଟି ମଧ୍ୟ ଏହା ସେତେଟା କରିପାରିବ ନାହିଁ ବୋଲି ଏକ ରିପୋର୍ଟରେ କୁହାଯାଇଛି।

୨୦୩୦ ସୁଦ୍ଧା ଦେଶର ମୋଟ ଜିଡିପିରେ ଏହାର ଯୋଗଦାନ ମାତ୍ର ୦.୧୩ ପ୍ରତିଶତ ରହିପାରେ ବୋଲି ମୁଡିସ୍‌ ରେଟିଂସ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।Advertisment ଆହୁରି ପଢନ୍ତୁ :Protest: ସରକାରଙ୍କ କଥା ମା‌ନିଲେ ଶିକ୍ଷକ; ସ୍ଥଗିତ ରଖିଲେ ଆନ୍ଦୋଳନ  ଡାଟା ସେଣ୍ଟର ପାଇଁ ହେବାକୁ ଥିବା ପୁଞ୍ଜି ବ୍ୟୟ ଭାରତର ଜିଡିପିକୁ ପ୍ରାୟ ୦.୧୦ ପ୍ରତିଶତ ଯୋଗଦାନ ରଖିବ।

ଏଥିସହିତ ଅତିରିକ୍ତ ଶକ୍ତି ଉତ୍ପାଦନ ବାବଦରେ ଯେଉଁ ନିବେଶ ହେବ ତାହା ଦେଶର ଜିଡିପିକୁ ଆଉ ୦.୦୩ ପ୍ରତିଶତ ଯୋଗଦାନ ଦେବ।

ଏପରିକି ଡାଟା ସେଣ୍ଟରଗୁଡ଼ିକ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବା ପରେ ବି ଜିଡିପିରେ ଏହାର ଅଂଶ ସେହି ୦.୧୩ ପ୍ରତିଶତରେ ରହିବ।

ଆହୁରି ପଢନ୍ତୁ :JIO: ଜିଓର ୧୦ ବର୍ଷ ପୂର୍ତ୍ତି ଅବସରରେ କର୍ମଚାରୀମାନଙ୍କୁ ଚିଠି ଲେଖିଲେ ଆକାଶ ଅମ୍ବାନୀ ଡାଟା ସେଣ୍ଟର ପାଇଁ ଯେଉଁ ନିବେଶ ଯୋଜନା ରହିଛି ତାହା ମୋଟ ମୂଲ୍ୟ ଦୃଷ୍ଟିରୁ ବଡ଼ ଦେଖାଯାଉଥାଇପାରେ, କିନ୍ତୁ ଦେଶର ଅର୍ଥନୀତି ଆକାରରେ ତାହା ସେତେ ବଡ଼ନୁହେଁ ବୋଲି ମୁଡିସ୍‌ କହିଛି।

ସେହିଭଳି ଡାଟା ସେଣ୍ଟରଗୁଡ଼ିକ ଅଧିକ ମାତ୍ରାରେ ପୁଞ୍ଜିଭିତ୍ତିକ ଶିଳ୍ପ ହୋଇଥିବାରୁ ଏ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ମଧ୍ୟମ ଧରଣର ରହିବ।

ନିର୍ମାଣ ସମୟରେ ଯେଉଁ ନିଯୁକ୍ତି ସୃଷ୍ଟି ହେବ ତାହା ୨୦୨୫ରେ ଶିଳ୍ପ କ୍ଷେତ୍ରରେ ହୋଇଥିବା ନିଯୁକ୍ତିର ପ୍ରାୟ ୦.୧ ପ୍ରତିଶତ। ‌ଏହି ସେଣ୍ଟରଗୁଡ଼ିକ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି ଅଂଶ ୦.୨ ପ୍ରତିଶତରେ ରହିବ।

ଆହୁରି ପଢନ୍ତୁ :Nepal flood: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୧,୩୪୪କୁ ବୃଦ୍ଧି ଉଦ୍ଧାର କାର୍ଯ୍ୟ ଜାରି  ଦୀର୍ଘକାଳୀନ ନିଯୁକ୍ତି କେବଳ ସୀମିତ ରହିବ ନାହିଁ ସ୍ବତନ୍ତ୍ର ଭୂମିକାରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କ ମଧ୍ୟରେ ଏହା ଭିତରେ ଏହା ରହିବ।ଭାରତରେ ଡାଟା ସେଣ୍ଟର ପ୍ରତିଷ୍ଠା ହେଲେ ବହୁତ ବିଜୁଳି ଆବଶ୍ୟକ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଏଭଳି ସ୍ଥିତିରେ ରିପୋର୍ଟରେ କୁହାଯାଇଛି ଯେ ସାରା ଦେଶରେ ଡାଟା ସେଣ୍ଟର ପାଇଁ ବିଦ୍ୟୁତ୍‌ ସମସ୍ୟା ଦେଖାଦେଇ ନପାରେ।

୨୦୩୦ ସୁଦ୍ଧା ଭାରତର ମୋଟ ବିଦ୍ୟୁତ ଚାହିଦାରେ ଡାଟା ସେଣ୍ଟରର ଚାହିଦା ୫ ପ୍ରତିଶତରୁ କମ୍‌ ରହିବ।

ତେବେ କେତେକ ସ୍ଥାନକୁ ଠିକ୍‌ ସମୟରେ ବିଦ୍ୟୁତ ଯୋଗାଣ ନେଇ ସମସ୍ୟା ଉପୁଜିପାରେ।

ଆହୁରି ପଢନ୍ତୁ :Gurdwara: ଲଣ୍ଡନର ପ୍ରସିଦ୍ଧ ଗୁରୁଦ୍ବାରରେ ପ୍ରାର୍ଥନା କଲେ ମୋହନ ଭାଗବତ, ଏନ୍‌ଆରଆଇ ଶିଖ୍‌ମାନଙ୍କ ସହ ସମ୍ପର୍କ ବଢ଼ାଇବାକୁ ପ୍ରୟାସ ଡାଟା ସେଣ୍ଟର ସ୍ଥାପନରେ ଯେଉଁ ନିବେଶ ହେବ ସେଥିରୁ ବଡ଼ ଭାଗ ସର୍ଭର, ସେମିକଣ୍ଡକ୍ଟର, କୁଲିଂ ସିଷ୍ଟମ ଏବଂ ସ୍ବତନ୍ତ୍ର ଆଇଟି ଉପକରଣ ଆମଦାନିରେ ଖର୍ଚ୍ଚ ହେବ।

ଫଳରେ ଦେଶରେ ସେମିତି କିଛି ମୂଲ୍ୟଯୋଗ ହେବ ନାହିଁ।

ଭାରତ ସମେତ ଥାଇଲାଣ୍ଡ ଓ ଭିଏତନାମରେ ୨୦୨୩ରୁ ଡାଟା ସେଣ୍ଟର ସାମଗ୍ରୀ ଆମଦାନି ବଢ଼ିବାରେ ଲାଗିଛି ବୋଲି କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)