Gavaskar: ସୂର୍ଯ୍ୟବଂଶୀଙ୍କୁ ନ ଖେଳାଇବାକୁ ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର

Jun 29, 2026 - 17:08
Gavaskar: ସୂର୍ଯ୍ୟବଂଶୀଙ୍କୁ ନ ଖେଳାଇବାକୁ ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର

"ମୁମ୍ବାଇ: କ୍ରିକେଟ୍‌ର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟର୍ଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ଖେଳାଯାଇନଥିବାରୁ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି କିମ୍ବଦନ୍ତି ବ୍ୟାଟର ସୁନୀଲ ଗାଭାସ୍କର।

ସେ କହିଛନ୍ତି ଯେ ଇଂଲଣ୍ଡ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳା ପୂର୍ବରୁ ଆୟର୍ଲାଣ୍ଡ ବିପକ୍ଷରେ ବୈଭବଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ ବୋଲି ସେ ଆଶା କରୁଥିଲେ।

ଏପରି କରାଯାଇନଥିବାରୁ ସେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି।Advertisment ଆହୁରି ପଢନ୍ତୁ: Newdelhi: ଦିଲ୍ଲୀରେ ଇଲେକ୍ଟ୍ରିକ୍ ଯାନ ନୀତି-୨୦୨୬ ଲାଗୁ: ଜୁଲାଇ ୧ ରୁ ହେବ କାର୍ଯ୍ୟକାରୀ,୨୦୩୦ ପର୍ଯ୍ୟନ୍ତ ଜାରି ରହିବ ସେ କହିଛନ୍ତି ଯେ ଭାରତୀୟ ଦଳ ନିଜର ବର୍ତ୍ତମାନର ଓପନର ଅଭିଷେକ ଶର୍ମା ଓ ସଂଜୁ ସାମସନଙ୍କୁ ମଧ୍ୟରେ ଅଦଳବଦଳ କରି ଦୁଇଟି ଯାକ ମ୍ୟାଚ୍‌ରେ ସୂର୍ଯ୍ୟବଂଶୀଙ୍କୁ ଖେଳାଇଥାନ୍ତା ବୋଲି ସେ ଆଶା କରୁଥିଲେ।

ଏପରି କରାଯାଇଥିଲେ ଇଂଲଣ୍ଡ ମ୍ୟାଚ୍‌ ପୂର୍ବରୁ ତାଙ୍କ ଉପରେ ଅନ୍ତର୍ଜାତୀୟ ପଦାର୍ପଣର ଚାପ କିଛିଟା ହ୍ରାସ ପାଇଥାନ୍ତା।“ମୁଁ ଭାବୁଥିଲି ଇଂଲଣ୍ଡ ପରି ଆୟର୍ଲାଣ୍ଡ ଏକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ ହୋଇନଥିବାରୁ ସେଠାରେ ବୈଭବଙ୍କୁ ଖେଳାଇବେ।

ପ୍ରଥମ ମ୍ୟାଚ୍‌ରେ ସେ ଅଭିଷେକ କିମ୍ବା ସଂଜୁଙ୍କ ସହ ଓପନିଂ କରିଥାନ୍ତେ ଓ ଦ୍ବିତୀୟ ମ୍ୟାଚ୍‌ରେ ସେମାନଙ୍କ ମଧ୍ୟରୁ ଜଣକ ସହ ଓପନିଂ କରିଥାନ୍ତେ।

ବୈଭବଙ୍କ ପରି ଖେଳାଳିଙ୍କୁ ଦଳ ଅଧିକ ଦିନ ହେୟଜ୍ଞାନ କରିପାରିବ ନାହିଁ ଓ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ତାଙ୍କୁ ନିଶ୍ଚୟ ଖେଳାଯିବ"" ସେ କହିଛନ୍ତି।"