Khadge: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ଖଡ଼ଗେ ଓ ଅନ୍ୟ ୭ ଜଣ: କଂଗ୍ରେସ ମୁଖ୍ୟ ରାଜ୍ୟସଭାରେ ବିରୋଧୀ ଦଳ ନେତା ନିଯୁକ୍ତ
"ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକରୁ ରାଜ୍ୟସଭାକୁ ପୁନଃନିର୍ବାଚିତ ହେବା ପରେ ସାଂସଦ ଭାବେ ଶପଥ ନେଇଛନ୍ତି।
ଶପଥ ପାଠ ପରେ ଖଡ଼ଗେଙ୍କୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବରେ ପୁନଃନିଯୁକ୍ତ କରାଯାଇଥିଲା।
ଖଡ଼ଗେଙ୍କ ବ୍ୟତୀତ ବିଜେପି ନେତା ତରୁଣ ଚୁଘ ଓ ଅନ୍ୟ ଛଅ ଜଣ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଥିଲେ।Advertisment ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିିଷ୍ଣନ ସଂସଦ ଭବନରେ ତାଙ୍କ ଚାମ୍ବରରେ ଖଡ଼ଗେଙ୍କୁ ସ୍ବତନ୍ତ୍ର ଭାବେ ଶପଥ ପାଠ କରାଇଥିଲେ।
ଖଡ଼ଗେ ହିନ୍ଦୀରେ ଶପଥ ନେଇଥିଲେ ଓ ହାତରେ ସମ୍ବିଧାନର ଏକ କପି ଧରିଥିଲେ।
ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ ଖଡ଼ଗେଙ୍କୁ ଶୁଭେଚ୍ଛା ଜଣାଇଥିଲେ ଓ ସଂସଦର ଉପର ସଦନ ତାଙ୍କ ଦୀର୍ଘ ସଂସଦୀୟ ଅଭିଜ୍ଞତା ଦ୍ବାରା ଉପକୃତ ହେବ ବୋଲି କହିଥିଲେ।
ଏହି ଅବସରରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, କିରେନ୍ ରିଜିଜୁ, ଅର୍ଜୁନ ରାମ ମେଘୱାଲ ଓ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ମଧ୍ୟ ଉପସ୍ଥିତ ଥିଲେ।
ଖଡ଼ଗେଙ୍କ ପତ୍ନୀ, ଝିଅ ଓ ଅନ୍ୟ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ: Bridge Collapse ବାଗଲତା ପଡ଼ାରେ ଭାଙ୍ଗିଲା ପୋଲ, ଗାଁ ଲୋକଙ୍କ କଷ୍ଟ ବଢ଼ିଲା ଖଡ଼ଗେଙ୍କ ଶପଥଗ୍ରହଣ ପରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ "ଏକ୍ସ"ରେ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା।
ଖଡ଼ଗେ ମଧ୍ୟ "ଏକ୍ସ"ରେ ପୋଷ୍ଟ କରି ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ ଜାରି ରଖିବାର ସୁଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।
ଏହାକୁ ଅପାର ଗର୍ବ ଓ ଦାୟିତ୍ୱର ବିଷୟ ବୋଲି କହିଥିଲେ।
କଂଗ୍ରେସ ମୁଖ୍ୟ ପରେ କହିଥିଲେ ଯେ, ସେ ସଂସଦରେ ଜନସାଧାରଣଙ୍କ ଚିନ୍ତା, ଆକାଂକ୍ଷା ଓ ସ୍ୱରକୁ ସଚ୍ଚୋଟତା ଓ ଦୃଢ଼ତାର ସହିତ ଉଠାଇବେ ଓ ସରକାରଙ୍କ ଉତ୍ତରଦାୟିତ୍ବ ଦାବି କରିବେ।
ଆହୁରି ପଢନ୍ତୁ: Lord Jagannath: ତାଳଚେର ଜଗନ୍ନାଥ ମନ୍ଦିରରେ ଶ୍ରୀବିଗ୍ରହଙ୍କ ଦେବସ୍ନାନ ପର୍ବ ଖଡ଼ଗେଙ୍କ ବ୍ୟତୀତ ବିଜେପି ନେତା ତରୁଣ ଚୁଘ, ଅନ୍ୟ ଛଅ ଜଣ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଇଥିଲେ।
ସୋମବାର ଶପଥ ନେଇଥିବା ଅନ୍ୟ ସଦସ୍ୟମାନେ ହେଲେ ଜିତେନ୍ଦ୍ର ମେଘଜୀଭାଇ କାଞ୍ଜାରିଆ ଓ ମାନସିଂହ ମେରମାନ ପରମାର (ଗୁଜରାଟ), ଏମ୍ ନାଗରାଜ (କର୍ଣ୍ଣାଟକ), ରାଜେନ୍ଦ୍ର ହୀରାଲାଲ ଜୈନ (ମହାରାଷ୍ଟ୍ର), ଅଧିକାରୀମାୟୁମ୍ ଶାରଦା ଦେବୀ (ମଣିପୁର) ଓ ଅଲକା ସିଂହ (ରାଜସ୍ଥାନ)।
ଆଜି ଶପଥ ନେଇଥିବା ୮ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ହିନ୍ଦୀରେ, ଜଣେ କନ୍ନଡ଼, ଜଣେ ପଞ୍ଜାବୀ ଓ ଜଣେ ମଣିପୁରୀରେ ଶପଥ ନେଇଥିଲେ।
"