Lord Jagannath: ପାହାଡ଼ ଚଢ଼ି ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଶ୍ରଦ୍ଧାଳୁ

Jun 29, 2026 - 20:04
Lord Jagannath: ପାହାଡ଼ ଚଢ଼ି ପାତାଳୀ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଶ୍ରଦ୍ଧାଳୁ

"ଉଲୁଣ୍ଡା (କୁଶଧ୍ବଜ ବଘାର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନ କୋଟସମଲାଏସ୍ତିତ ପାତାଳୀ ଶ୍ରୀକ୍ଷେତ୍ରରେ ସୋମବାର ଦିନ ଦେବସ୍ନାନ ପୂର୍ଣ୍ଣିମା  ଅନୁଷ୍ଠିତ ହୋଇଯାଇଛି।Advertisment ଦେବସ୍ନାନ ପୂର୍ଣ୍ଣିମା ରୀତିନୀତି ପାଇଁ ଆଜି ସକାଳ ୫ଟାରେ ଦ୍ୱାର ଫିଟା, ମଙ୍ଗଳ ଆଳତୀ, ଖେଚୁଡ଼ି ଭୋଗ, ବେଶ, ମଙ୍ଗଳାର୍ପଣ ପରେ  ଶ୍ରୀଜୀଉମାନଙ୍କର ଧାଡ଼ି ପହଣ୍ଡି, ହୋମ ଯଜ୍ଞ କରାଯାଇଥିଲା।

ସକାଳୁ ଗରାବଡୁ ସେବକମାନେ ଆଣିଥିବା ସୁନା କୂଅର ପବିତ୍ର ଜଳକୁ କର୍ପୂର, ଚନ୍ଦନ, କେଶର, ଅଗୁରୁ ଆଦି ସୁବାସିତ ଦ୍ରବ୍ଯ ଦ୍ବାରା ବିଶୁଦ୍ଧ କରାଯାଇ ମନ୍ତ୍ର ପୂତ କରି  ବଳଭଦ୍ରଙ୍କୁ ୩୩ ଗରା, ଜଗନ୍ନାଥଙ୍କୁ ୩୫ ଗରା, ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ପାଣି ସ୍ନାନ କରାଯାଇଥିଲା।

ତାପରେ ଶ୍ରୀଜିଉଙ୍କ ହାତୀ ବେଶ ଅନୁଷ୍ଠିତ ହୋଇଥିଲା।

ପଣ୍ଡିତ ବିଶେଶ୍ଵର ପାଢୀ, ପୂଜକ ଗୁଣାକର ପଣ୍ଡା, ସେବାୟତ ସଂଘ  ସଭାପତି ଗୋପାଳ ପଣ୍ଡାଙ୍କ ନେତୃତ୍ଵରେ ଶତାଧିକ ସେବାୟତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଅପରାହ୍ନ ୪ଟା ପରେ ଠାକୁରଙ୍କ ଅଣସର ବିଜେ ହୋଇଥିଲା।

ଏହା ପର ଠାରୁ ଶ୍ରୀମୁଖ ଦର୍ଶନ ନିଷେଧ ହୋଇଛି।

ଆସନ୍ତାକାଲି ଠାରୁ ପଟି ଦିଅଁ ଦର୍ଶନ ଦେବେ।

ଆଜି ଓଡିଶାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଭକ୍ତ ଦର୍ଶନାଭିଲାଷୀ ଆସି ଠାକୁରଙ୍କୁ ଦର୍ଶନ କରିଥିଲେ।

Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ "