Roadless Village Crisis ଖଟିଆରେ ବୁହାହେଲା ପ୍ରସୂତିଙ୍କ ମୃତଦେହ

Jun 29, 2026 - 17:47
Roadless Village Crisis ଖଟିଆରେ ବୁହାହେଲା ପ୍ରସୂତିଙ୍କ ମୃତଦେହ

"ଗୁଡ଼ାରୀ (ମକରଧ୍ଵଜ କାଦମ୍ବାଲୁ):  ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ୍‌ କର୍ଲାଘାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପେଟାଖାଲ ଗ୍ରାମରେ ଜଣେ ପ୍ରସୂତି ମହିଳାଙ୍କ ମୃତଦେହକୁ ଖଟିଆାରେ ଗାଁକୁ ନିଆଯାଇଛି।

ଗାଁକୁ ନିତିଦିନିଆ ସଡ଼କ ନଥିବା ଏବଂ ଆମ୍ବୁଲାନ୍‌ସ ଯାଇପାରିନଥିବାରୁ ଏଭଳି ଦୁଃଖଦ ସ୍ଥିତି ଉପୁଜିଛି।

Advertisment ସୂଚନାନୁସାରେ, ପେଟାଖାଲ ଗ୍ରାମର ମାନା ନରେଙ୍ଗାକାଙ୍କ ସ୍ତ୍ରୀ ସେବତୀ ନରେଙ୍ଗାକା  ପ୍ରସବ ପାଇଁ ଗୁଡ଼ାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମା' ଗୃହରେ ପ୍ରାୟ ୧୫ ଦିନ ଧରି ରହୁଥିଲେ।

ଶୁକ୍ରବାର ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା।

ଏଣୁ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ରାସ୍ତାରେ ତାଙ୍କର ଓ  ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ମୃତଦେହକୁ ଆମ୍ବୁଲାନ୍‌ସ ଯୋଗେ ଗୁଣୁପୁରରୁ ହେଣ୍ଡେଡ଼େପା  ଗ୍ରାମ୍ୟଉନ୍ନୟନ ରାସ୍ତା ପର୍ଯ୍ୟନ୍ତ ଅଣାଯାଇଥିଲା।

ସେଠାରୁ ପେଟାଖାଲ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଯାଇପାରିନଥିଲା।

ପରିବାର ଓ ବନ୍ଧୁମାନେ ଖଟିଆାରେ ବୋହି ଗାଁକୁ ଆଣିଥିଲେ।

Neglect: ରୋଗୀଙ୍କ ଯନ୍ତ୍ରଣା ଠାରୁ ବଳି ପଡୁଛି ରୋଗୀକୁ ଖଟିଆରେ ବୋହୁଥିବା ଲୋକଙ୍କ କଷ୍ଟ ଘଟଣା ସମ୍ପର୍କରେ ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ର ଏମ୍‌ ଓ ସ୍ୱାଗତ ସ୍ୱାଇଁଙ୍କୁ ପଚାରିବାରୁ କହିଛନ୍ତି,  ଗର୍ଭବତୀଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା।

ତା"ର ଅନୁସନ୍ଧାନ କରାଯିବ।

ଏନେଇ ଗୁଡାରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ଗୁଣୁପୁରରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି ବୋଲି ଗୁଡାରି ଥାନା ଅଧିକାରୀ ବିଶ୍ୱ ବନ୍ଧିନି ବାଗ କହିଛନ୍ତି l  ଗ୍ରାମବାସୀଙ୍କ ଅଭିଯୋଗ ହେଲା, ଏଭଳି ଖଟିଆରେ ବୋହି ଆଣିବା ଘଟଣା ପ୍ରଥମ ନୁହେଁ।

ପୂର୍ବରୁ ଅନେକଥର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ନିଆଅଣା କରାଯାଇଛି।

ରାସ୍ତା ନିମନ୍ତେ ବାରମ୍ବାର ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନାହିଁ।

"