Lord Jagannath: ଶୈଳ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା; ଚଳଚଞ୍ଚଳ ଅନୁଗୁଳ ଜଗନ୍ନାଥ ମନ୍ଦିର

Jun 29, 2026 - 19:26
Lord Jagannath: ଶୈଳ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା; ଚଳଚଞ୍ଚଳ ଅନୁଗୁଳ ଜଗନ୍ନାଥ ମନ୍ଦିର

"ଅନୁଗୁଳ: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଆଜି ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ।

ଏଥିପାଇଁ ଅନୁଗୁଳସ୍ଥିତ ଶୈଳ ଶ୍ରୀକ୍ଷେତ୍ରରେ ବ୍ୟାପକ ଆୟୋଜନ କରାଯାଇଥିଲାବେଳେ ସୁରୁଖୁରୁରେ ଚତୁର୍ଦ୍ଧାମୂରତିଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଛି।

Advertisment ଅନୁଗୁଳ ଜଗନ୍ନାଥ ମନ୍ଦିର ସ୍ନାନଯାତ୍ରା ପାଇଁ ଆଜି ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା।

ଭୋରରୁ ପହୁଡ଼ ଫିଟିବା ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା।

ସକାଳ ୮ ଟାରେ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ଓ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ସ୍ନାନବେଦିଙ୍କୁ ଅଣାଯାଇଥିଲା।

ଏଠାରେ ଠାକୁରଙ୍କ ବିଭିନ୍ନ ନୀତି କରାଯିବା ପରେ ଠାକୁରଙ୍କୁ ପୂର୍ବରୁ ସଂଗୃହୀତ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା।

ପରେ ଅନୁଗୋଳ ଏସ୍‌ପି ରାହୁଲ ‌ଜୈନ ଛେରା ପହଁରା କରିଥିଲେ।

ମଧ୍ୟାହ୍ନ ୧ଟାରେ ପହୁଡ଼ ପଡ଼ିଥିଲା।

ସନ୍ଧ୍ୟା ୬ଟାରେ ପହୁଡ଼ ଖୋଲିବା ପରେ ଠାକୁର ହାତୀବେଶରେ ସର୍ବସାଧାରଣଙ୍କୁ ଦର୍ଶନ ଦେଇଥିଲେ।

ସନ୍ଧ୍ୟା ଆଳତୀ ପରେ ଠାକୁରଙ୍କ ସମ୍ମୁଖରେ ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା।

ସାହାଣମେଲା ଦର୍ଶନ ଶେଷ ହେବା ପରେ ରାତିରେ ଠାକୁରଙ୍କ ଗଜାନନ ବେଶ ଉଲାଗି କରାଯାଇଥିଲା।

ଆଜି ପାଗ ଭଲଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଠାକୁରଙ୍କ ଏହି ସ୍ନାନଯାତ୍ରାରେ ସାମିଲ ହୋଇଛନ୍ତି।

ଏଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ "