Fuel: ୪ ବର୍ଷରେ ଦେଶରେ ଇନ୍ଧନ ଦର ୭% ବଢ଼ିଛି, ବିଶ୍ବରେ ୭୦%
ଇନ୍ଦୋର: ୪ ବର୍ଷରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ମାତ୍ର ୭ ପ୍ରତିଶତ ବଢ଼ିଛି।
କିନ୍ତୁ ସେହି ସମାନ ସମୟରେ ବିଶ୍ବରେ ଏହା ୫୦ରୁ ୭୦ ପ୍ରତିଶତ ମହଙ୍ଗା ହୋଇଛି।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ରବିବାର ସାମ୍ବାଦିକମାନଙ୍କୁ ଏହା କହିଛନ୍ତି।
ସରକାର ୩ ଥର ଉତ୍ପାଦ ଶୁଳ୍କ ହ୍ରାସ କରିବା ସହ ତୈଳ ବିପଣନ କମ୍ପାନିଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବାରୁ ଏହା ସମ୍ଭବ ହୋଇଛି।
୨୦୨୧ ନଭେମ୍ବରରୁ ଉତ୍ପାଦ ଶୁଳ୍କ ୩ ଥର ହ୍ରାସ ହୋଇଛି।
୨୦୨୧ ନଭେମ୍ବର, ୨୦୨୨ ମେ ଓ ୨୦୨୬ ମାର୍ଚ୍ଚ ୧୦ରେ ଶୁଳ୍କ ହ୍ରାସ କରାଯାଇଛି।
ତେଣୁ ଦର ବଢ଼ିନାହିଁ।
Advertisment ଆହୁରି ପଢନ୍ତୁ : India's oil: ତେଲ, ଗ୍ୟାସ ଆମଦାନି ବିଲ୍ ୬୦% ବଢ଼ିଲା ଯଦି ଏହି ଚାରିବର୍ଷକୁ ଦେଖିବେ ତାହେଲେ ଦର ବସ୍ତୁତଃ କମିଛି ବୋଲି ସେ ମତ ଦେଇଛନ୍ତି।
ଏଥିସହିତ ଦେଶରେ ଏଲ୍ପିଜି ଅଭାବ ରହିଛି ବୋଲି ହେଉଥିବା ଅଭିଯୋଗ କୁ ମଧ୍ୟ ସେ ଖଣ୍ଡନ କରିଛନ୍ତି।
ବରଂ ଦେଶରେ ଏଲ୍ପିଜି ଉତ୍ପାଦନ ଦୈନିକ ୩୪ ହଜାର ଟନ୍ରୁ ୫୫ ହଜାର ଟନ୍କୁ ବୃଦ୍ଧି ପାଇଛି।
ସମସ୍ତ ୧,୦୭,୦୦୦ ରିଟେଲ ଆଉଟଲେଟ୍ରେ ଏଲ୍ପିଜି ଯୋଗାଣରେ କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
