Attack : ହାଇଦ୍ରାବାଦରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଧମକ
ହାଇଦ୍ରାବାଦ: ତେଲଙ୍ଗାନାର ହାଇଦ୍ରାବାଦରେ ଆତଙ୍କବାଦୀ ଆକ୍ରମଣ ଧମକ ମିଳିବା ପରେ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଲସ୍କର-ଏ-ତୋଇବା (ଏଲ୍ଇଟି) ନାଁରେ ଆସିଥିବା ଏକ ଧମକପୂର୍ଣ୍ଣ ଇମେଲ୍ରେ ହାଇଦ୍ରାବାଦରେ ଏକାଧିକ ଆକ୍ରମଣ କରିବା ସହ ଅତିକମ୍ରେ ୩୦୦ ଜଣଙ୍କୁ ହତ୍ୟା କରିବାର ଧମକ ଦିଆଯାଇଛି।
ଦକ୍ଷିଣ କାଶ୍ମୀରରେ ଏଲ୍ଇଟି କମାଣ୍ଡର ଲତିଫ୍ ଭଟ୍ଟର ହତ୍ୟା ପାଇଁ ଏହି ପ୍ରତିଶୋଧ ନିଆଯିବ ବୋଲି ଇମେଲ୍ରେ ଉଲ୍ଲେଖ ରହିଛି।
Advertisment ଆହୁରି ପଢନ୍ତୁ : IFFI: ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର 'ବାଘୁଣୀ', ଦର୍ଶକଙ୍କ ମନ ମୋହିଲା ହାଇଦ୍ରାବାଦ ପୁଲିସର ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଶନିବାର ଜାରି ସତର୍କ ସୂଚନାରେ ଦୁଇଟି ସ୍ଥାନକୁ ସମ୍ଭାବ୍ୟ ଟାର୍ଗେଟ୍ ଭାବେ ଚିହ୍ନଟ କରାଯାଇଛି।
ସେଗୁଡ଼ିକ ହେଉଛି କାଚିଗୁଡ଼ା ରେଳ ଷ୍ଟେସନ୍ ଓ ହୋଟେଲ୍ ଟୁରିଷ୍ଟ ପ୍ଲାଜା।
ଏହା ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ହେବ ବୋଲି ମଧ୍ୟ ଇମେଲ୍ରେ ଧମକ ଦିଆଯାଇଛି।
ଧମକ ମିଳିବା ପରେ ସ୍ପେଶାଲ ବ୍ରାଞ୍ଚ ସହରର ସମସ୍ତ ଥାନା ଅଧିକାରୀ, ସହକାରୀ ପୁଲିସ କମିସନର ଓ ଉପପୁଲିସ କମିସନରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି।
ରେଳ ଷ୍ଟେସନ୍, ବସ୍ଷ୍ଟାଣ୍ଡ୍, ହୋଟେଲ୍, ଧାର୍ମିକ ସ୍ଥଳ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ସରକାରୀ ପ୍ରତିଷ୍ଠାନ ଗୁଡ଼ିକରେ ନଜରଦାରି ବଢ଼ାଯାଇଛି।
ସନ୍ଦିଗ୍ଧ ବ୍ୟକ୍ତି, ଯାନବାହନ ଆଦି ଉପରେ ନଜର ରଖିବା ସହ ଯାଞ୍ଚ ଓ ପାଟ୍ରୋଲିଂ ବଢ଼ାଇବାକୁ କୁହାଯାଇଛି।
ଆହୁରି ପଢନ୍ତୁ : Weather to change;: ବଦଳିବ ପାଗ, ୨୩ ନଭେମ୍ବରରେ ୧୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ଷା ଓ ପବନ ନଭେମ୍ବର ୧୮ରେ ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲା ଜଙ୍ଗଲପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଗୁଳିବିନିମୟରେ ୨୨ ବର୍ଷୀୟ ଲତିଫ୍ ଭଟ୍ଟ ନିହତ ହୋଇଥିଲା।
ତାକୁ ଏଲ୍ଇଟିର ଜଣେ କମାଣ୍ଡର ଭାବେ ଚିହ୍ନଟ କରାଯାଇଥିଲା।
ପୁଲିସ ଏବେ ଇମେଲ୍ର ଉତ୍ସ ଓ ଏହା ପ୍ରକୃତରେ ଏଲ୍ଇଟି ସହ ଜଡ଼ିତ କି ନାହିଁ, ତାହାର ତଦନ୍ତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
