Smuggling: ଏନଭିଡିଆ ଚିପ୍ ଚୋରାଚାଲାଣ ପଛରେ ଲି ମିଙ୍ଗ୍‌ : ଆଲିସ ହୁଆଙ୍ଗ କେବଳ ବାହ୍ୟ ଚେହେରା ଥିଲେ

Nov 22, 2026 - 22:03
Smuggling: ଏନଭିଡିଆ ଚିପ୍ ଚୋରାଚାଲାଣ ପଛରେ ଲି ମିଙ୍ଗ୍‌ : ଆଲିସ ହୁଆଙ୍ଗ କେବଳ ବାହ୍ୟ ଚେହେରା ଥିଲେ

ନୂଆଦିଲ୍ଲୀ: ଏନ୍‌ଭିଆର ଏଆଇ ଚିପ୍‌ ଚୀନକୁ ଚୋରାଚାଲାଣ ପଛରେ କମ୍ପାନିର ତତ୍କାଳୀନ ସିିଇଓ ଜେନସେନ୍‌ ହୁଆଙ୍ଗଙ୍କ ସହ ସମ୍ପର୍କରେ ଥିବା ମହିଳା ଆଲିସ ହୁଆଙ୍ଗ କେବଳ ସିଙ୍ଗାପୁର କମ୍ପାନି ମେଗାସ୍ପିଡର ବାହ୍ୟ ଚେହେରା ଥିଲେ।

ରପ୍ତାନି କଟକଣା ଥିବା ଏନ୍‌ଭିଡିଆର ଏଆଇ ଚିପ୍‌କୁ ଚୀନକୁ ଚୋରାଚାଲାଣର କାର୍ପଟଦାର ହେଉଛନ୍ତି ଅନ୍ୟ ଜଣେ ଚୀନ ବ୍ୟବସାୟୀ ଲି ମିଙ୍ଗ୍‌।

ୱାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି।

ମାଷ୍ଟରମାଇଣ୍ଡ କୁହାଯାଉଥିବା ୫୨ ବର୍ଷୀୟ ଲି କମ୍ପାନିଗୁଡ଼ିକର ଏକ ନେଟୱର୍କ ଚଳାଇଥିଲେ ଯାହା ଜରିଆରେ ଏନ୍‌ଭିଡିଆର ଅତ୍ୟାଧୁନିକ ଏଆଇ ଚିପ୍‌ ଚୀନକୁ ରପ୍ତାନି ହେଉଥିଲା।

ଚୀନକୁ ରପ୍ତାନି ଉପରେ ଆମେରିକା ଲଗାଇଥିବା କଟକଣା ସତ୍ତ୍ବେ ଏହା ହେଉଥିଲା।

ମେଗାସ୍ପିଡ୍‌ର ବ୍ୟାବସାୟିକ କାର୍ଯ୍ୟରେ ଲି ଗଭୀର ଭାବେ ଜଡ଼ିତ ଥିଲେ।

ଆଲିସ ହୁଆଙ୍ଗ ଉଚ୍ଚ ପଦରେ ଥିଲେ ମଧ୍ୟ ବଡ଼ ବ୍ୟାବସାୟିକ ନିଷ୍ପତ୍ତି ସେ ନେଉଥିଲେ।

ଏନ୍‌ଭିଡିଆ ଚିପ୍‌ କାରବାର କରୁଥିବା ଅନ୍ୟାନ୍ୟ କମ୍ପାନି ସହିତ ମଧ୍ୟ ତାଙ୍କର ସମ୍ପର୍କ ଥିଲା।

ଏନ୍‌ଭିଡିଆ ଚିପ୍‌ ଦ୍ବାରା ପରିଚାଳିତ କମ୍ପ୍ୟୁଟର ସର୍ଭର ଅନ୍ୟ ଦେଶକୁ ପଠାଇବା ଅଭିଯୋଗ ତାଙ୍କ ନାମରେ ଆସିବା ପରେ ଗତବର୍ଷ ଫେବ୍ରୁଆରିରେ ଠକେଇ ମାମଲା ହୋଇଥିଲା।

ଅଭିଯୋଗ ଦସ୍ତାବିଜରେ ଅନେକ କମ୍ପାନି ନାମ ଥିଲେ ମଧ୍ୟ ମେଗାସ୍ପିଡ୍‌ର ନାମ ନଥିଲା।

Advertisment ଆହୁରି ପଢନ୍ତୁ : Israel Govt Deadlock: ଇସ୍ରାଏଲ୍‌ରେ ସରକାର ଗଠନ ପାଇଁ ନେତାନ୍ୟାହୁଙ୍କ ଦଳକୁ ଆଲୋଚନା ଲାଗି ନିମନ୍ତ୍ରଣ କଲେ ଆଇଜେନକୋଟ୍‌ ସିଙ୍ଗାପୁରର ଓକିଲଙ୍କ ଅଭିଯୋଗ ଅନୁଯାୟୀ, ଏନ୍‌ଭିଡିଆର ଏଆଇ ଚିପ୍‌ ଲାଗିଥିବା ସର୍ଭରଗୁଡ଼ିକ ସିଙ୍ଗାପୁରର କମ୍ପାନିଗୁଡ଼ିକ ଦ୍ବାରା ବ୍ୟବହାର ପାଇଁ ଉଦ୍ଦିଷ୍ଟ ବୋଲି କହି ଲି ଆମେରିକାକୁ ଭୁଆଁ ବୁଲାଇଥିଲେ।

ଅନ୍ୟପକ୍ଷ‌ରେ ସେହି ଉପକରଣ ଗୁଡ଼ିକୁ ପଡ଼ୋଶୀ ମା‌ଲେସିଆ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅଜଣା ଦେଶକୁ ପଠାଇ ଦିଆଯାଉଥିଲା।

ଲି ସଂପ୍ରତି ଜାମିନରେ ଅଛନ୍ତି ଏବଂ ସିଙ୍ଗାପୁରରେ ଚୀନ ଦୂତାବାସ ନିକଟରେ ଏକ ବିଳାସପୂର୍ଣ୍ଣ ଭିଲ୍ଲାରେ ରହୁଛନ୍ତି।

ରିପୋର୍ଟରେ ଏହା କୁହାଯାଇଛି ଯେ ଆଲିସ ହୁଆଙ୍ଗ ଓ ତାଙ୍କ ସ୍ବାମୀଙ୍କ ସହିତ ଲିଙ୍କର ଦୀର୍ଘଦିନର ବ୍ୟବସାୟିକ ସମ୍ପର୍କ ରହିଛି।

ଆହୁରି ପଢନ୍ତୁ : Puri Jagannath: ପୁଣି ଥରେ ଗଣତିମଣତି ହେବ ମହାପ୍ରଭୁଙ୍କର ରତ୍ନଭଣ୍ଡାରର ଅଳଙ୍କାର ଏନ୍‌ଭିଡିଆର ଅତ୍ୟାଧୁନିକ ଏଆଇ ଚିପ୍‌ ଚୀନକୁ ରପ୍ତାନି କରିବା ଉପରେ ବାଇଡେନ ପ୍ରଶାସନ କଟକଣା ଲଗାଇବା ପରେ ଚୀନର ଗ୍ରାହକଙ୍କୁ ଏହା ଯୋଗାଇବା ପାଇଁ ଉପରୋକ୍ତ ୩ ଜଣ ଦକ୍ଷିଣ ପୂର୍ବ ଏସିଆରେ ଏକ ବ୍ୟବସାୟ ନେଟୱର୍କ ସ୍ଥାପନ କରିଥିଲେ।

ତେଣୁ ଏହି ସ୍କାଣ୍ଡାଲର ନେଟୱର୍କ ମେଗାସ୍ପିଡ୍‌ର ପରିସର ବାହାରେ ବହୁ ଦୂରକୁ ବ୍ୟାପିଛି।

ଉଲ୍ଲେଖଯୋଗ୍ୟ, ଆଲିସ ହୁଆଙ୍ଗଙ୍କ ସହିତ ପରକୀୟା ପ୍ରୀତି ସମ୍ପର୍କ ଥିବା ଅଭିଯୋଗ ଆସିବା ପରେ ଜେନସେନ ହୁଆଙ୍ଗ ଏହାକୁ ସ୍ବୀକାର କରି କମ୍ପାନିରୁ ଇସ୍ତଫା ଦେଇ ସାରିଛନ୍ତି।

ଏଥିସହିତ ଚୀନ ପାଇଁ ଆଲିସ ହୁଆଙ୍ଗ ଗୁପ୍ତଚର କାର୍ଯ୍ୟ କରୁଥିବା ମଧ୍ୟ ଅଭିଯୋଗ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)