Fruit-shaped bus stop: ଫଳ ଆକୃତିର ବସ୍ ଷ୍ଟପ୍‌

Sep 01, 2026 - 07:17
Fruit-shaped bus stop: ଫଳ ଆକୃତିର ବସ୍ ଷ୍ଟପ୍‌

"ବ୍ୟସ୍ତବହୁଳ ଜାପାନୀ ସହର ନାଗାସାକିରୁ ମାତ୍ର ଗୋଟିଏ ଘଣ୍ଟାର ଟ୍ରେନ୍ ଯାତ୍ରା ଦୂରତାରେ ଇସାହାୟା ସହରର କୋନାଗାଇ ଅଞ୍ଚଳ ଅବସ୍ଥିତ।

ଏହି ସହର ଏହାର ଫଳ ଆକୃତିର ବସ୍‌ ଷ୍ଟପ୍‌ଗୁଡ଼ିକ ପାଇଁ ବେଶ୍‌ ଲୋକପ୍ରିୟ।

ଏହି ରଙ୍ଗବେରଙ୍ଗ ଫଳଗୁଡ଼ିକର ନିଆରା ଦୃଶ୍ୟ ସତେ ଯେମିତି ପରୀକାହାଣୀରୁ ଚାଲିଆସିଛି ବୋଲି ମନେହୁଏ।

ଏହି ବସ୍‌ ଷ୍ଟପ୍‌ଗୁଡ଼ିକ "ଜର୍ନି ଏକ୍ସପୋଜିସନ୍‌ ନାଗାସାକି ୧୯୯୦" ନାମକ ସାଂସ୍କୃତିକ ଉତ୍ସବକୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ନିର୍ମାଣ କରାଯାଇଥିଲା।Advertisment SCO summit: କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ ଏହାର ଲୋକପ୍ରିୟତା ଏତେ ବଢ଼ିଯାଇଥିଲା ଯେ ଆଜିପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣା କରାଯାଉଛି।

ଉପକୂଳବର୍ତ୍ତୀ ରାସ୍ତା "ହାଇୱେ ୨୦୭" କଡ଼ରେ ଏଭଳି ୧୬ଟି ବସ୍‌ ଷ୍ଟପ୍‌ ରହିଛି।

ଏହି ବସ୍ ଷ୍ଟପ୍‌ଗୁଡ଼ିକ ପାଞ୍ଚଟି ରସାଳ ଫଳ ଆକୃତିରେ ତିଆରି ହୋଇଛି ଯଥା ତରଭୁଜ, ଷ୍ଟ୍ରବେରି, ଖରଭୁଜ, କମଳା ଓ ବିଲାତିବାଇଗଣ।

ଏହି ଫଳଗୁଡ଼ିକ ନାଗାସାକି ପ୍ରିଫେକ୍‌ଚର୍‌ର ସ୍ଥାନୀୟ କୃଷି ବିଶେଷତ୍ୱକୁ ଦର୍ଶାଇଥାଏ।

NBA: ଜାତୀୟ ଜୈବବିବିଧତା ପ୍ରାଧିକରଣରୁ ମିଳିଲା ୫୮ ଲକ୍ଷ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)