ନାକୁଆ ପ୍ରାଣୀ ସାଇଗା

Sep 01, 2026 - 07:17
ନାକୁଆ ପ୍ରାଣୀ ସାଇଗା

"ଆପଣଙ୍କ ସାମ୍ନାକୁ ଏମିତି ଏକ ପ୍ରାଣୀ ହଠାତ୍‌ ଯଦି ଆସିଯାଏ, ଯାହାର ନାକ ଅସ୍ୱାଭାବିକ ଭାବେ ବଡ଼ ଏବଂ ତଳକୁ ଝୁଲିରହିଥିବ, ‌େତ‌େବ ତାକୁ ଦେଖିବାମାତ୍ରେ ଆପଣ ହୁଏତ ଚମକିପଡ଼ିବେ!

ମଧ୍ୟ ଏସିଆର ବିଶାଳ ଷ୍ଟେପ୍‌ ମରୁଭୂମିରେ ବିଚରଣ କରୁଥିବା ସାଇଗା ହେଉଛି ଠିକ୍ ଏମିତି ଏକ ଅଦ୍ଭୁତ ପ୍ରାଣୀ।

ଏହାର ଝୁଲି ପଡ଼ିଥିବା ନାକ ଅନ୍ୟ ମୃଗମାନଙ୍କ ଭିଡ଼ରୁ ଏହାକୁ ସ୍ୱତନ୍ତ୍ର କରି ଗଢ଼ିତୋଳିଛି।

Advertisment Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ ସାଇଗାର ବୈଜ୍ଞାନିକ ନାମ ସାଇଗା ଟାଟାରିକା।

ଏହା ବୋଭିଡେ ପରିବାରର ଏକ ବିଶିଷ୍ଟ ମୃଗ ପ୍ରଜାତି।

ସାଇଗାର ମୁହଁର ସବୁଠାରୁ ଆକର୍ଷଣୀୟ ଓ ବିଚିତ୍ର ଅଂଶ ହେଉଛି ଏହାର ବଡ଼ ତଥା ଝୁଲିଥିବା ନାକ।

ଦେଖିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହି ନାକ ସାଇଗାର ଜୀବନଧାରଣ ପାଇଁ ଅତ୍ୟନ୍ତ ଉପଯୋଗୀ।

ଧୂଳିଭରା ଷ୍ଟେପ୍ ମରୁଭୂମିରେ ଦ୍ରୁତଗତିରେ ଦୌଡ଼ିବା ସମୟରେ ଏହାର ନାସାପଥ ଧୂଳିକଣାକୁ ରୋକିବାରେ ସହାୟତା କରେ।

ଏହାସହିତ, ଶୀତଦିନରେ ଅତ୍ୟଧିକ ଥଣ୍ଡା ବାୟୁ ଶରୀର ଭିତରକୁ ପ୍ରବେଶ କରିବା ପୂର୍ବରୁ ତାହାକୁ କିଛି ପରିମାଣରେ ଉଷ୍ମ କରିବାରେ ମଧ୍ୟ ଏହି ବିଶେଷ ନାକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ।

ଏକ ବୟସ୍କ ସାଇଗାର ଲମ୍ବ ପ୍ରାୟ ୧୦୦ରୁ ୧୪୦ ସେଣ୍ଟିମିଟର ହୋଇଥିବା ବେଳେ ଏହାର ଓଜନ ୨୬ରୁ ୬୯ କିଲୋଗ୍ରାମ ମଧ୍ୟରେ ହୋଇଥାଏ।

ଋତୁ ପରିବର୍ତ୍ତନ ସହିତ ସାଇଗାର ଲୋମର ରଙ୍ଗ ଓ ଘନତାରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ।

ଗ୍ରୀଷ୍ମ ଋତୁରେ ଏହାର ଲୋମ ହଳଦିଆରୁ ଈଷତ୍ ଲାଲ୍ ରଙ୍ଗ ହୋଇଥାଏ।

ଶୀତ ଋତୁ ଆସିଲେ ଲୋମ ଧୂସର-ବାଦାମୀ ରଙ୍ଗର ହେବା ସହିତ ଅଧିକ ଘନ ଦେଖାଯାଏ।

ସାଇଗା ସାଧାରଣତଃ ବର୍ଷକୁ ପ୍ରାୟ ଦୁଇଥର ଲୋମ ଝଡ଼ାଇଥାଏ।

Anna Hazare: ଆନ୍ନା ହଜାରେ ଅସୁସ୍ଥ; ଭୂତାଣୁ ସଂକ୍ରମଣ ଓ ଡିହାଇଡ୍ରେସନ୍‌ ଯୋଗୁଁ ବମ୍ବେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ସାଇଗା ସାଧାରଣତଃ ଏକାକୀ ରହେ ନାହିଁ।

ହଜାର ହଜାର ସାଇଗା ଏକାଠି ହୋଇ ବିଶାଳ ପଲ ଗଠନ କରି ରହନ୍ତି।

ଖାଦ୍ୟ, ପାଣି ଓ ଅନୁକୂଳ ପାଗର ସନ୍ଧାନରେ ସେମାନେ ଶହ ଶହ କିଲୋମିଟର ଦୂର ପର୍ଯ୍ୟନ୍ତ ଯାତ୍ରା କରିପାରନ୍ତି।

ସାଇଗା ମୁଖ୍ୟତଃ ମଧ୍ୟ ଏସିଆର କିଛି ଅଞ୍ଚଳରେ ଦେଖାଯାଏ।

କିନ୍ତୁ ମଣିଷର ଲୋଭ ଏହି ଅଦ୍ଭୁତ ପ୍ରାଣୀ ପାଇଁ ଏକ ବଡ଼ ବିପଦ ହୋଇଆସିଛି।

ସାଇଗା ଶିଙ୍ଗର ବଢ଼ୁଥିବା ଚାହିଦା ଯୋଗୁଁ ଏହାର ବ୍ୟାପକ ଶିକାର ଆରମ୍ଭ ହୋଇଛି।

ଚୀନ୍‌ର ପାରମ୍ପରିକ ଔଷଧରେ ସାଇଗା ଶିଙ୍ଗ ବ୍ୟବହାର ହେଉଥିବାରୁ ଏହାର ଚାହିଦା ବେଶ୍‌ ବଢ଼ିଛି।

ଏବେ ଏହି ଅଦ୍ଭୁତ ପ୍ରାଣୀକୁ ବଞ୍ଚାଇ ରଖିବା ଏବଂ ତାହାର ସଂଖ୍ୟା ବଢ଼ାଇବା ପାଇଁ ବିଭିନ୍ନ ସଂରକ୍ଷଣ ପ୍ରୟାସ ଜାରି ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)