Sensex Jumps Nearly 2%: ସେନସେକ୍ସରେ ୧୪୦୦ ପଏଣ୍ଟର ବଡ଼ ଲମ୍ଫ, ସେୟାର ବଜାରରେ ନିବେଶକଙ୍କ ଉତ୍ସାହ
ବିଶ୍ୱର ସେୟାର ବଜାରରେ ଅନିଶ୍ଚିତତା।
ଆମେରିକାଠାରୁ ଆରମ୍ଭ କରି ଏସିଆର ଅନେକ ଦେଶରେ ଏଆଇ କମ୍ପାନୀଙ୍କ ଭବିଷ୍ୟତ ଓ ବିପୁଳ ନିବେଶକୁ ନେଇ ଚିନ୍ତା ବଢ଼ିଛି।
କିନ୍ତୁ ଏହାର ଠିକ୍ ବିପରୀତ ଚିତ୍ର ଦେଖିବାକୁ ମିଳିଛି ଭାରତୀୟ ସେୟାର ବଜାରରେ।
ବୁଧବାର କାରବାର ଆରମ୍ଭ ହେବା ମାତ୍ରେ ଦଲାଲ୍ ଷ୍ଟ୍ରିଟ୍ରେ ଦେଖିବାକୁ ମିଳିଛି ବଡ଼ ଉତ୍ସାହ।
ସେନସେକ୍ସ ପ୍ରାୟ ୧୪୦୦ ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍ଟି ମଧ୍ୟ ୨୫,୭୦୦ ଅଙ୍କ ଅତିକ୍ରମ କରିଛି।
Advertisment ବୁଧବାର ସକାଳ ୯ଟା ୩୯ ସୁଦ୍ଧା ସେନସେକ୍ସ ୧,୩୭୨.୭୨ ପଏଣ୍ଟ ବା ୧.୬୭ ପ୍ରତିଶତ ବୃଦ୍ଧି ପାଇ ୮୩,୮୦୮.୭୧ରେ ପହଞ୍ଚିଥିଲା।
ସେହିପରି ନିଫ୍ଟି ୪୧୨ ପଏଣ୍ଟ ବା ୧.୬୩ ପ୍ରତିଶତ ବଢ଼ି ୨୫,୭୬୧.୬୫ରେ କାରବାର କରୁଥିଲା।
ସୋମବାରର ବଡ଼ ଧରଣର ହ୍ରାସ ପରେ ଏହି ଉତ୍ଥାନ ନିବେଶକଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି।
ବଜାର ଉପରକୁ ଉଠିବାର ୩ ବଡ଼ କାରଣ ୧.
ବିଦେଶୀ ନିବେଶକଙ୍କ ଫେରିବା: ଦୀର୍ଘ ସମୟ ଧରି ଭାରତୀୟ ବଜାରରୁ ଟଙ୍କା ପ୍ରତ୍ୟାହାର କରୁଥିବା ବିଦେଶୀ ନିବେଶକ FII ପୁଣି ଭାରତୀୟ ସେୟାର ବଜାରକୁ ଫେରୁଥିବା ଦେଖାଯାଇଛି।
ଏହା ବଜାରରେ ନୂଆ ଉତ୍ସାହ ଭରିଛି।
Advertisment ୨.
କମ୍ପାନୀଙ୍କ ଭଲ ଆୟ: ଭାରତୀୟ କମ୍ପାନୀଗୁଡ଼ିକର ଆର୍ଥିକ ପ୍ରଦର୍ଶନରେ ସୁଧାର ଆସିଛି।
କର୍ପୋରେଟ୍ ଆୟ ବୃଦ୍ଧି ନିବେଶକଙ୍କ ବିଶ୍ୱାସକୁ ମଜବୁତ କରୁଛି।
୩.
ଅଶୋଧିତ ତୈଳ ଦର ହ୍ରାସ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିବା ଭାରତ ପାଇଁ ଆଶ୍ୱସ୍ତିକର ଖବର।
ଭାରତ ତୈଳ ଆମଦାନୀ ଉପରେ ଅଧିକ ନିର୍ଭରଶୀଳ ହୋଇଥିବାରୁ ତୈଳ ଦର ହ୍ରାସ ଦେଶର ଆମଦାନୀ ଖର୍ଚ୍ଚ ଓ ମୁଦ୍ରାସ୍ଫୀତି ଚାପ କମାଇବାରେ ସହାୟକ ହୋଇପାରେ।
AI ବଜାରର ଝଡ଼ରୁ ଭାରତ କେମିତି ରହିଛି ସୁରକ୍ଷିତ?
ବିଶ୍ୱ ବଜାରରେ ଏଆଇ କମ୍ପାନୀଙ୍କ ଉଚ୍ଚ ମୂଲ୍ୟାୟନ ଓ ଏହି କ୍ଷେତ୍ରରେ ବିପୁଳ ନିବେଶରୁ କେତେ ଲାଭ ମିଳିବ, ତାହାକୁ ନେଇ ଚିନ୍ତା ବଢ଼ିଛି।
ଆମେରିକାର ନାସଡାକ୍ ହ୍ରାସ ପାଇଲେ ଦକ୍ଷିଣ କୋରିଆ, ତାଇୱାନ ଓ ଜାପାନ ଭଳି ଏଆଇ ଏବଂ ସେମିକଣ୍ଡକ୍ଟର କମ୍ପାନୀ ବଜାର ମଧ୍ୟ ପ୍ରଭାବିତ ହେଉଛନ୍ତି।
କିନ୍ତୁ ଭାରତୀୟ ସେୟାର ବଜାରର ଗଠନ ଏହି ବଜାରଗୁଡ଼ିକଠାରୁ ଭିନ୍ନ।
ତେଣୁ ଏଆଇ କ୍ଷେତ୍ରର ଉତ୍ଥାନ-ପତନର ପ୍ରଭାବ ତୁଳନାତ୍ମକ ଭାବେ କମ୍ ରହୁଛି।
ତେବେ ବିଶ୍ୱ ବଜାରର ଅସ୍ଥିରତାରୁ ଭାରତ ସମ୍ପୂର୍ଣ୍ଣ ମୁକ୍ତ ନୁହେଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
