Police Leave Dispute: ମହିଳା କନେଷ୍ଟବଳଙ୍କ ଛୁଟି ବିବାଦରେ ନୂଆ ମୋଡ଼; ଛୁଟି ମାଗି କାନ୍ଦିବା ଘଟଣାରେ ଟଙ୍କା କାରବାର ଅଭିଯୋଗ
ମହିଳା କନେଷ୍ଟବଳଙ୍କ ଛୁଟି ବିବାଦରେ ନୂଆ ମୋଡ଼।
ଛୁଟି ମାଗି କାନ୍ଦିବା ଘଟଣାରେ ଏବେ ସାମ୍ନାକୁ ଆସିଛି ଟଙ୍କା କାରବାର ଅଭିଯୋଗ।
୯ ଲକ୍ଷ ୩୦ ହଜାର ଟଙ୍କା ପାଇଁ ସ୍ନେହା ମଞ୍ଜରୀ ସ୍ୱାମୀଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି କନେଷ୍ଟବଳ ଗଙ୍ଗାଧର ବିଶ୍ୱାଳଙ୍କ ପତ୍ନୀ ଓ ବାପା।
ସେପଟେ ଏସ୍ ପିଙ୍କୁ ଭେଟିବା ପରେ ମଧ୍ୟ ପୋଲିସ ଉପରେ ଭରସା ନଥିବା କହିଛନ୍ତି ସ୍ନେହା।
Advertisment ଏହାରି ଭିତରେ ଛୁଟି ନମିଳିବା ଅଭିଯୋଗ ନେଇ ଆଉ ଜଣେ ପୋଲିସ କର୍ମଚାରୀଙ୍କ ଭିଡିଓ ସାମ୍ନାକୁ ଆସିଛି।
ଔପଦା ଥାନାର ASI ସୁମନ୍ତ କୁମାର ଜେନା ବାପାଙ୍କ ଅସୁସ୍ଥତା ସତ୍ତ୍ୱେ ଛୁଟି ମିଳିନଥିବା ଅଭିଯୋଗ କରିଛନ୍ତି।
ଅନ୍ୟପଟେ ବାଲେଶ୍ୱର ଏସ୍ ପି କହିଛନ୍ତି, କାହାରି ଛୁଟି ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରାଯାଇନାହିଁ।
ସ୍ନେହାଙ୍କୁ ମଧ୍ୟ ଛୁଟି ମଞ୍ଜୁର ହୋଇଥିଲା, କିଛି ଭୁଲ ବୁଝାମଣାରୁ ଏଭଳି ସ୍ଥିତି ଉପୁଜିଛି।
ତେବେ ଗଙ୍ଗାଧର ଓ ସ୍ନେହାଙ୍କ ମଧ୍ୟରେ ବିବାଦ ୨୦୨୩ରୁ ରହିଥିବା ଜଣାପଡ଼ିଛି।
ଉଭୟ ପକ୍ଷର ଅଭିଯୋଗ ନେଇ କୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ବିଭାଗୀୟ ତଦନ୍ତ ମଧ୍ୟ ଜାରି ରହିଛି।
ଛୁଟି ବିବାଦ ଏବେ କେବଳ ଛୁଟିରେ ସୀମିତ ନରହି ଟଙ୍କା ଓ ପୁରୁଣା ବିବାଦକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
Advertisment ମହିଳା କନେଷ୍ଟବଳଙ୍କ ଛୁଟି ବିବାଦରେ ନୂଆ ମୋଡ଼ ଛୁଟି ମାଗି କାନ୍ଦିବା ଘଟଣାରେ ଟଙ୍କା କାରବାର ଅଭିଯୋଗ ଅଭିଯୋଗ ଆଣିଲେ କନେଷ୍ଟବଳ ଗଙ୍ଗାଧର ବିଶ୍ୱାଳଙ୍କ ପତ୍ନୀ ୯ ଲକ୍ଷ ଟଙ୍କା ପାଇଁ ମହିଳା କନେଷ୍ଟବଳ ଫସାଉଥିବା କହିଲେ ଗଙ୍ଗାଧର ଓ ସ୍ନେହାଙ୍କ ମଧ୍ୟରେ ପୂର୍ବରୁ ବିବାଦ ରହିଥିବା ସୂଚନା ପୋଲିସ ଉପରେ ଭରସା ନଥିବା କହିଲେ କନେଷ୍ଟବଳ ସ୍ନେହା ଛୁଟି ମିଳୁନିଥିବା ଅଭିଯୋଗ ଆଣିଲେ ଆଉ ଜଣେ ପୋଲିସ କର୍ମଚାରୀ ଛୁଟି ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରାଯାଇ ନାହିଁ: ବାଲେଶ୍ବର ଏସପି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
