Ujjain Accident: ଉଜ୍ଜୟିନୀରେ ଅଘଟଣ: ବିଷାକ୍ତ ଗ୍ୟାସ୍‌ ନେଲା ୪ ଶ୍ରମିକଙ୍କ ଜୀବନ

Nov 01, 2026 - 09:28
Ujjain Accident: ଉଜ୍ଜୟିନୀରେ ଅଘଟଣ: ବିଷାକ୍ତ ଗ୍ୟାସ୍‌ ନେଲା ୪ ଶ୍ରମିକଙ୍କ ଜୀବନ

ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀ-ଦେୱାସ ରୋଡ୍‌ସ୍ଥିତ ଏକ ହୋଟେଲରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି।

ଏଠାରେ ଥିବା ମିଠା ଓ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ ୟୁନିଟ୍‌ର ଅବର୍ଜନା ପ୍ରକୋଷ୍ଠ ସଫା କରିବାକୁ ଯାଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ରାତି ପ୍ରାୟ ସାଢ଼େ ୧୦ଟାରେ ଶ୍ରମିକମାନେ ଜଣକ ପରେ ଜଣେ ପ୍ରକୋଷ୍ଠ ଭିତରକୁ ପ୍ରବେଶ କରିଥିଲେ।

ହେଲେ ଭିତରେ ଥିବା ବିଷାକ୍ତ ଗ୍ୟାସ୍‌ ଯୋଗୁଁ ସେମାନେ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡ଼ିଥିଲେ।

ଭିତରୁ ବାହାରିବାର ସୁଯୋଗ ନପାଇ ସେମାନଙ୍କ ଜୀବନ ଚାଲିଯାଇଥିଲା।

Advertisment ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଶ୍ରମିକମାନଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ।

ପ୍ରକୋଷ୍ଠର ଗଭୀରତା ଓ ପରିସ୍ଥିତି ଜଟିଳ ଥିବାରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଇଲେକ୍ଟ୍ରିକ୍‌ କଟର ବ୍ୟବହାର କରିବାକୁ ପଡ଼ିଥିଲା।

ଉଦ୍ଧାର ସମୟରେ ଅନ୍ୟ କିଛି ଶ୍ରମିକ ମଧ୍ୟ ବିଷାକ୍ତ ଗ୍ୟାସ୍‌ର ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି।

ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ISRO: ଏନ୍‌ଭିଏସ୍‌-୦୩ ଉତ୍‌କ୍ଷେପଣ; ୩ଟି ପାଇରୋ ଭାଲ୍‌ଭ ଖୋଲା ରଖିଥିଲା ଇସ୍ରୋ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)