Vodafone: ଭୋଡାଫୋନ୍‌ର ୧୬.୨% ଅଂଶଧନ କିଣିବେ ଫ୍ରାନ୍ସ ବ୍ୟବସାୟୀ, ସିସିଆଇର ମଞ୍ଜୁରି

Nov 01, 2026 - 11:19
Vodafone: ଭୋଡାଫୋନ୍‌ର ୧୬.୨% ଅଂଶଧନ କିଣିବେ ଫ୍ରାନ୍ସ ବ୍ୟବସାୟୀ, ସିସିଆଇର ମଞ୍ଜୁରି

ନୂଆଦିଲ୍ଲୀ: ବ୍ରିଟେନ୍‌ର ପ୍ରମୁଖ ଦୂରସଞ୍ଚାର କମ୍ପାନି ଭୋଡାଫୋନ୍ ଗ୍ରୁପ୍‌ର ୧୬.୨ ପ୍ରତିଶତ ଅଂଶଧନ ଅଧିଗ୍ରହଣ ପାଇଁ ଫ୍ରାନ୍ସର ବଡ଼ ବ୍ୟବସାୟୀ ଜାଭିୟର ନିଏଲ୍‌ଙ୍କ ପ୍ରସ୍ତାବକୁ ମଞ୍ଜୁରି ଦେଇଛି ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ)।

ଏହି କାରବାରର ମୂଲ୍ୟ ପ୍ରାୟ ୪.୪ ବିଲିୟନ୍ ପାଉଣ୍ଡ ବା ୫.୧ ବିଲିୟନ୍ ୟୁରୋ ହେବ ବୋଲି ଜଣାପଡ଼ିଛି।

Advertisment ନିଏଲ୍ ନିଜ ପରିବାରର ନିବେଶକାରୀ ସଂସ୍ଥା ଭେଗା ଏସ୍‌ଏଏସ୍‌ ମାଧ୍ୟମରେ ଏହି ଅଂଶଧନ କିଣିବେ।

ସଂଯୁକ୍ତ ଆରବ ଏମିରେଟ୍ସର ଟେଲିକମ୍ କମ୍ପାନି ଏମିରେଟ୍ସ ଟେଲିକମ୍ୟୁନିକେସନ୍ସ ଗ୍ରୁପ୍‌ଠାରୁ ଏହି ଅଂଶଧନ କିଣାଯିବ।

ଏହି କାରବାର ସଂପୂର୍ଣ୍ଣ ହେଲେ ଭୋଡାଫୋନର ସବୁଠାରୁ ବଡ଼ ଅଂଶଧନଧାରୀ ଭେଗା ଏସ୍‌ଏଏସ୍‌ ହେବ।

ଭୋଡାଫୋନ୍‌-ଆଇଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଯେକୌଣସି ନେଟୱାର୍କକୁ କରିହେବ ମାଗଣା କଲ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)