France: ୟୁରୋପରେ ଭୀଷଣ ଗ୍ରୀଷ୍ମ: ଫ୍ରାନ୍ସରେ ୫ ଦିନରେ ପାଣିରେ ବୁଡ଼ି ୪୦ ମୃତ
"ପ୍ୟାରିସ: ୟୁରୋପରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଫ୍ରାନ୍ସରେ ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଗାଧୋଇବାବେଳେ ୪୦ ଜଣ ଲୋକଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।
ୟୁରୋପର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ବ୍ରିଟେନ, ଇଟାଲୀ, ସ୍ୱିଜରଲ୍ୟାଣ୍ଡ ଓ ସ୍ପେନରେ ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ଲାଗିଛି।
କିଛି ଅଞ୍ଚଳରେ ରେକର୍ଡ ତାପମାତ୍ରା ବୃଦ୍ଧି ଯୋଗୁଁ ସ୍କୁଲ ଓ ପରିବହନ ନେଟୱର୍କ ବାଧାପ୍ରାପ୍ତ ହୋଇଛି।
ଆଇଫେଲ ଟାୱାର ପରି ପର୍ଯ୍ୟଟନ ସ୍ଥଳଗୁଡ଼ିକ ବନ୍ଦ ରଖାଯାଇଛି।
ବିଶ୍ବ ପାଣିପାଗ ସଙ୍ଗଠନ ସୂଚନା ଅନୁଯାୟୀ, ୟୁରୋପ ବିଶ୍ୱର ଅନ୍ୟ ଅଞ୍ଚଳ ତୁଳନାରେ ହରାହାରି ଦୁଇଗୁଣରୁ ଅଧିକ ଉଷ୍ମ ହେଉଛି।Advertisment ବିଜେଡିରେ ଯୋଗଦେଇ ପାରନ୍ତି ସୁଜାତା କାର୍ତ୍ତିକେୟନ ଫ୍ରାନ୍ସ ମଙ୍ଗଳବାର ସବୁଠୁ ଉଷ୍ଣ ରହିଛି।
ମେଟିଓ ଫ୍ରାନ୍ସ ପୂର୍ବାନୁମାନ ଅନୁଯାୟୀ, ଫ୍ରାନ୍ସର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ଏକ ସହରରେ ସର୍ବାଧିକ ୪୪.୩ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି।
ସାରା ଦେଶରେ ଲୋକମାନେ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ନଦୀ ଓ ଜଳାଶୟରେ ଗାଧୋଉଛନ୍ତି।
କ୍ରୀଡ଼ା ମନ୍ତ୍ରୀ ମାରିନା ଫେରାରି ଲୋକମାନଙ୍କୁ ନଦୀ ଓ ଜଳାଶୟର ବିପଦପୂର୍ଣ୍ଣ ଅଞ୍ଚଳରେ ପହଁରିବା ବିରୋଧରେ ଚେତାବନୀ ଦେଇଛନ୍ତି।
ହିଟ୍ୱେଭ୍ ସମ୍ପର୍କିତ ଜରୁରୀ ବୈଠକବେଳେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ ଲେକର୍ନୁ ପାଣିରେ ବୁଡ଼ି ଲୋକଙ୍କ ମୃତ୍ୟୁ ହେବାକୁ ଦୁଃଖଦ ଘଟଣା ବୋଲି କହିବା ସହିତ ଜୁନ୍ ୧୮ରୁ ୫ ଦିନ ମଧ୍ୟରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି।
ଏମାନଙ୍କ ଅଧିକାଂଶ ଯୁବ ଗୋଷ୍ଠୀର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୋମବାର ୨ ଓ ୪ ବର୍ଷ ବୟସର ଦୁଇ ଜଣ ପିଲାଙ୍କୁ ତାଙ୍କ ଘର ବାହାରେ ରହିଥିବା ତାଙ୍କ କାରରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ଦକ୍ଷିଣ-ପୂର୍ବ ଫ୍ରାନ୍ସର କାର୍ପେଣ୍ଟ୍ରାସର ଜଣେ ପବ୍ଲିକ ପ୍ରସିକ୍ୟୁଟର କହିଛନ୍ତି।
ମେଟିଓ ଫ୍ରାନ୍ସ କହିଛି ଯେ,ବର୍ତ୍ତମାନର ପରିସ୍ଥିତି ଅଗଷ୍ଟ ୨୦୦୩ ର ଗ୍ରୀଷ୍ମ ପ୍ରବାହ ସହିତ ତୁଳନୀୟ।
ଉକ୍ତବର୍ଷ ୧୬ ଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ସମଗ୍ର ୟୁରୋପରେ ୮୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ସ୍ପେନର ପାଣିପାଗ ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ ରେଡ୍ ଆଲର୍ଟ ଜାରି କରିଛି, ତାପମାତ୍ରା ୪୪ ଡିଗ୍ରି ସେଲସିୟସ ପହଞ୍ଚିବା ସହିତ ବିପଜ୍ଜନକ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଥିବା ଚେତାବନୀ ଦେଇଛି।
ଉତ୍ତର ସ୍ପେନର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ଥିବାରୁ ପାରମ୍ପରିକ ନିଆଁ ଜାଳିବା ଉତ୍ସବ ବାତିଲ କରାଯାଇଛି।
"