Stock Market: ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ; ବ୍ୟାଙ୍କ-ଆଇଟି ସେୟାର ମୂଲ୍ୟରେ ବୃଦ୍ଧି

Jun 24, 2026 - 17:28
Stock Market: ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ; ବ୍ୟାଙ୍କ-ଆଇଟି ସେୟାର ମୂଲ୍ୟରେ ବୃଦ୍ଧି

"ନୂଆଦିଲ୍ଲୀ: ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଓ ବ୍ୟାଙ୍କ ତଥା ଆଇଟି ସେୟାର ମୂଲ୍ୟରେ ବୃଦ୍ଧି ଘଟିବାରୁ ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୯୧ ପଏଣ୍ଟ ବୃଦ୍ଧି ପାଇ ୭୬,୯୯୧.୨୨ ପଏଣ୍ଟରେ ବନ୍ଦ ହୋଇଛି।

ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୧୯୭ ପଏଣ୍ଟ୍‌ ବୃଦ୍ଧି ପାଇ ୨୪,୦୨୧ ପଏଣ୍ଟ୍‌ରେ ବନ୍ଦ ହୋଇଛି।

Advertisment ଗତକାଲି ଉଭୟ ସୂଚକାଙ୍କରେ ବଡ଼ ଧରଣର ହ୍ରାସ ଘଟିଥିବା ଓ ନିବେଶକମାନେ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ହରାଇଥିଲେ।

ଆଜି ସେଥିରେ ବ୍ୟାପକ ସୁଧାର ଘଟିଛି।

ଆଜି ସେୟାର ବଜାର କାରବାରରେ ହୋଇଥିବାର ବୃଦ୍ଧିର ଏକ ବଡ଼ କାରଣ ହେଉଛି ଅ‌ଶୋଧିତ ତୈଳ ଦରରେ ହ୍ରାସ ଯାହା ବ୍ୟାରେଲ ପ୍ରତି ୭୫.୯୦ ଡଲାରକୁ ହ୍ରାସ ପାଇଛି।

ଗତ ଫେବ୍ରୁଆରିରେ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ଏହାର ତେଲର ସର୍ବନିମ୍ନ ସ୍ତର।

ଯଦି ଏହି ସ୍ତରରେ ତାହା ରହିବ ତେବେ ଭାରତର ଅଭିବୃଦ୍ଧି ବଢ଼ିବା ଓ ମୁଦ୍ରାସ୍ଫୀତି ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହେବ।

ସେଥିପାଇଁ ନିବେଶକମାନେ ଉତ୍ସାହିତ ହୋଇ ବିଭିନ୍ନ କମ୍ପାନିର ସେୟାର କ୍ରୟ କରିଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ସୁଧ ହାର ବଢ଼ିବାର ସମ୍ଭାବନା କମ୍‌ ଥିବା ନେଇ ଦେଇଥିବା ମନ୍ତବ୍ୟ ମଧ୍ୟ କାରବାର ଆଗକୁ ଗତି କରିବାରେ ସହାୟକ ହୋଇଥିଲା।

ସୁଧ ନ ବଢ଼ିଲେ ଋଣ ସୁଧ କମ୍‌ ରହିବ ଯାହା ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବାରେ ସହାୟକ ହେବ।

ଅନ୍ୟ ଏକ ସକାରାତ୍ମକ ଦିଗ ହେଉଛି ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ମଧ୍ୟ ସକାରାତ୍ମକ ଢଙ୍ଗରେ ଶେଷ ହୋଇଛି।

Accenture: ସେୟାର ବଜାର ଦୋହଲାଇ ଦେଲା ଆକ୍ସେଞ୍ଚର: ସେନ୍‌ସେକ୍ସ ୬୦୭ ପଏଣ୍ଟ ଖସିଲା ସେନ୍‌ସେକ୍ସର ଅଂଶ ଥିବା ଆଇସିଆଇସିଆଇ ବ୍ୟାଙ୍କ ସେୟାର ମୂଲ୍ୟରେ ଆଜି ୨.୬୯ ପ୍ରତିଶତ, ଏଚ୍‌ଡିଫ୍‌ସି ବ୍ୟାଙ୍କରେ ୨.୪୧ ପ୍ରତିଶତ, ଆକ୍ସିସ୍‌ ବ୍ୟାଙ୍କରେ ୧.୫୮ ପ୍ରତିଶତ, କୋଟକ ମହିନ୍ଦ୍ରା ବ୍ୟାଙ୍କରେ ୧.୨୩ ପ୍ରତିଶତ ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସେୟାରରେ ୧.୦୪ ପ୍ରତିଶତ ବୃଦ୍ଧି ହୋଇଥିଲା।

ଲଗାତାର ଭାବେ ତଳକୁ ଖସୁଥିବା ଆଇଟି ସେୟାରଗୁଡ଼ିକରେ ମଧ୍ୟ ଆଜି ସୁଧାର ଘଟିଥିଲା।

ଟେକ୍‌ ମହିନ୍ଦ୍ରା ସେୟାରେ ମୂଲ୍ୟ ୩.୨୫ ପ୍ରତିଶତ, ଇନ୍‌ଫୋସିସ୍‌ର ୨.୬୧ ପ୍ରତିଶତ, ଟିିସିଏସ୍‌ର ୨.୩୬ ପ୍ରତିଶତ ଓ ଏଚ୍‌ସିଏଲ୍‌ ଟେକ୍‌ର ୦.୩୧ ପ୍ରତିଶତ ବଢ଼ିଥିଲା।

ଆଜି ଇଣ୍ଡିଗୋ, ଟ୍ରେଣ୍ଟ୍‌, ବଜାଜ ଫାଇନାନ୍ସର ସେୟାର ମୂଲ୍ୟ ବଢ଼ଇ ବଢ଼ଇଥିଲା।

ତେବେ ଏନ୍‌ଟିପିସି, ଟାଟା ଷ୍ଟିଲ୍‌, ମାରୁତି ସୁଜୁକି, ବିଇଏଲ୍‌ ଓ ଭାରତୀ ଏୟାରଟେଲ୍‌ ସେୟାର ମୂଲ୍ୟରେ ହ୍ରାସ ଘଟିଥିଲା।

"